Posted inଜାତୀୟ

ରିଅଲ ଇଷ୍ଟେଟ୍‌ ଅପରାଧ ଓପିଆଇଡି ଆଇନ ଅଧୀନରେ ଆସୁନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ, ୨୯।୯: ରିଅଲ ଇଷ୍ଟେଟ୍‌ ଅପରାଧ ଓଡ଼ିଶା ଜମାକାରୀ ସ୍ବାର୍ଥ ସୁରକ୍ଷା (ଓପିଆଇଡି) ଆଇନ, ୨୦୧୧ ଅଧୀନରେ ଆସୁ ନ ଥିବା ଓଡ଼ିଶା ହାଇକୋର୍ଟ କହିଛନ୍ତି। ଅନୈତିକ ଫାଇନାନ୍ସ ସଂସ୍ଥାଗୁଡ଼ିକର ଲୋଭନୀୟ ସ୍କିମ୍‌ରେ ପ୍ରଭାବିତ ହୋଇ ଠକାମିର ଶିକାର ହେଉଥିବା ନିରୀହ ଜମାକାରୀମାନଙ୍କ ସ୍ବାର୍ଥର ସୁରକ୍ଷା ଲକ୍ଷ୍ୟରେ ଓପିଆଇଡି ଆଇନ କାର୍ଯ୍ୟକାରୀ ହୋଇଥିଲା ବୋଲି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି। ଏହି ଆଇନ ଜମାରାଶି ଦେଣନେଣ କରୁଥିବା ବ୍ୟବସାୟ ସହ ଜଡ଼ିତ। ତେଣୁ ରିଅଲ ଇଷ୍ଟେଟ କାରବାରକୁ ଏହା ଅଧୀନକୁ ନିଆଯାଇପାରିବ ନାହିଁ। ଓପିଆଇଡ଼ି ଆଇନର ଧାରା ୨(ବି)ରେ ଉଲ୍ଳେଖ ଥିବା ‘ଜମା’ର ସଂଜ୍ଞା ସ୍ଥାବର ସମ୍ପତ୍ତି ପାଇଁ ରିଅଲ ଇଷ୍ଟେଟ୍‌ର ଅର୍ଥ କାରବାର ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଓପିଆଇଡି ଆଇନର ଧାରା ୬ରେ ଜଣେ ରିଅଲ ଇଷ୍ଟେଟ୍‌ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ଦାଏର ମକଦ୍ଦମାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ସିଆର୍‌ପିସିର ଧାରା ୪୮୨ରେ ଦାଏର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିନାହାନ୍ତି। ୬୦୦ ଲୋକଙ୍କଠାରୁ ୧୨ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଆର୍ଥତ୍କ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨୦୧୮ରେ ଜେଡ୍‌-ଇନ୍‌ଫ୍ରା କନ୍‌ଷ୍ଟ୍ରକ୍ସନ୍‌ ପ୍ରାଇଭେଟ ଲିମିଟେଡ୍‌ର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଜଟଣୀ ଅଞ୍ଚଳର ଅଭିଯୋଗକାରୀଙ୍କୁ କମ୍ପାନୀ ଏକ ଜମି ବିକ୍ରି କରିଥିବାବେଳେ ଉକ୍ତ ପ୍ଲଟ୍‌କୁ ଆପ୍ରୋଚ୍‌ ରୋଡ୍‌ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ ରାସ୍ତା ତିଆରି କରି ନ ଥିଲା। ରାସ୍ତା ନିର୍ମାଣ ହେବାକୁ ଥିବା ଜମି କମ୍ପାନୀ ମାଲିକାନାରେ ନ ଥିବା ଅଭିଯୋଗକାରୀ ଜାଣିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri