Posted inଜାତୀୟ

ଦୋଷୀ ନେତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବାକୁ ପ୍ରସ୍ତୁତ କି? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ…

ନୂଆଦିଲ୍ଲୀ,୨୫।୧୧: ଦୋଷୀ ସାବ୍ୟସ୍ତ ହୋଇଥିବା ନେତାମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ସୁପ୍ରିମକୋର୍ଟ ସିଧାସଳଖ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ କହିଛନ୍ତି ଯେ, ସମ୍ପ୍ରତି କାର୍ଯ୍ୟ କରୁଥିବା ଏମ୍‌ପି ବିଧାୟକ ତଥା ପୂର୍ବତନ ଏମ୍‌ପି-ବିଧାୟକଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର ପାଇଁ ଏକ ସ୍ବତନ୍ତ୍ର ମାଜିଷ୍ଟ୍ରେଟ କୋର୍ଟ ଗଠନ କରନ୍ତୁ। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ବ୍ୟାଖ୍ୟା କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ସ୍ପେଶାଲ ସେସନ କୋର୍ଟ ଗଠନ ହୋଇଥିବାବେଳେ ମାଜିଷ୍ଟ୍ରେଟ କୋର୍ଟ ଗଠନ କରାଯାଇ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆଦେଶ ସ୍ପଷ୍ଟ ଥିଲା ଯେ ଯେଉଁଠାରେ ଆବଶ୍ୟକତା ଅଛି ସେଠାରେ ଏକ ମାଜିଷ୍ଟ୍ରେଟ କୋର୍ଟ ଏବଂ ସେସନ କୋର୍ଟ ଗଠନ କରାଯିବା ଉଚିତ। ଏଥିରୁ ସ୍ପଷ୍ଟ ଯେ ସମ୍ପ୍ରତି କାର୍ଯ୍ୟ କରୁଥିବା ଏମ୍‌ପି ବିଧାୟକ ତଥା ପୂର୍ବତନ ଏମ୍‌ପି-ବିଧାୟକଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ଏହି ସ୍ବତନ୍ତ୍ର ଅଦାଲତରେ କରାଯିବ। ଏକ ମାମଲାରେ ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାଁଙ୍କ ତରଫରୁ ଏକ ଆବେଦନ କରାଯାଇଥିଲା ଏବଂ ହାଇକୋର୍ଟଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ଯେଉଁଥିରେ ଏମ୍‌ପି ତଥା ବିଧାୟକଙ୍କ ମାମଲା ସେସନ କୋର୍ଟକୁ ହସ୍ତାନ୍ତର କରିବାକୁ ମାଜିଷ୍ଟ୍ରେଟ କୋର୍ଟଙ୍କୁ ନିର୍ଦ୍ଦେଶ ଜାରି ହୋଇଥିଲା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଆହ୍ଲାବାଦ ହାଇକୋର୍ଟର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। କୁହାଯାଇଥିଲା ଯେ ମାଜିଷ୍ଟ୍ରେଟ କୋର୍ଟରେ ଯେଉଁ ମାମଲାଗୁଡ଼ିକ ବିଚାର କରାଯିବା ଉଚିତ ସେସନ କୋର୍ଟରେ ସେସବୁର ବିଚାର କରାଯାଉଛି ଏବଂ ଏହା ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ। ଯେତେବେଳେ ସୁପ୍ରିମକୋର୍ଟ ଏହା ଉପରେ ପ୍ରଶ୍ନ କରିଥିଲେ, ଆହ୍ଲାବାଦ ହାଇକୋର୍ଟର ଆଇନଜୀବୀ କହିଥିଲେ ଯେ ପୂର୍ବତନ ବିଧାୟକ ଏବଂ ଏମ୍‌ପିଙ୍କ ମାମଲାର ଶୁଣାଣି ପାଇଁ ଏକ ସେସନ କୋର୍ଟ ଗଠନ କରାଯାଇଛି। ତେବେ ସ୍ବତନ୍ତ୍ର ମାଜିଷ୍ଟ୍ରେଟ କୋର୍ଟ ଗଠନ କରାଯାଇ ନାହିଁ।

ଏହାର କାରଣ ପଚରାଯିବା ପରେ ଆଇନଜୀବୀ କହିଛନ୍ତି, କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋର୍ଟ ଅଫ ସେସନ ଗଠନ କରାଯାଇଛି। ଏନେଇ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ଆମର ଆଦେଶକୁ ଭୁଲ ଭାବେ ବ୍ୟାଖ୍ୟା କରା ଯାଇଛି। ଆମେ କହିଥିଲୁ ଯେଉଁଠାରେ ମାଜିଷ୍ଟ୍ରେଟ ଏବଂ କୋର୍ଟ ଅଫ ସେସନ ଗଠନ କରିବାର ଆବଶ୍ୟକତା ଅଛି, ସେଠାରେ ଏକ ସ୍ବତନ୍ତ୍ର ମାଜିଷ୍ଟ୍ରେଟ ଏବଂ ଏକ କୋର୍ଟ ଅଫ ସେସନ ଗଠନ ହେବା ଆବଶ୍ୟକ।

ଅନ୍ୟ ରାଜ୍ୟରେ ପରିସ୍ଥିତି କ’ଣ ବୋଲି ଶୀର୍ଷକୋର୍ଟ କୋର୍ଟ ପରାମର୍ଶଦାତାଙ୍କୁ ପଚାରିଥିଲେ। ପରାମର୍ଶଦାତା କହିଥିଲେ, କିଛି ରାଜ୍ୟରେ ସେସନ ଏବଂ ମାଜିଷ୍ଟ୍ରେଟ କୋର୍ଟ ଗଠନ କରାଯାଇଛି। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସୋଲିସିଟର ଜେନେରାଲଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ, ଦୋଷୀ ନେତାମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଟକାଇବାକୁ ପ୍ରସ୍ତୁତ କି? ଏହି ପ୍ରସଙ୍ଗରେ କେନ୍ଦ୍ରର ଷ୍ଟାଣ୍ଡ କ’ଣ? ବୋଲି ମଧ୍ୟ ପଚାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିବାକୁ ନୁହେଁ ଏହି ବ୍ୟକ୍ତିଙ୍କୁ ପସନ୍ଦ ନିର୍ବାଚନରେ ହାରିବାକୁ

ମେଟ୍ଟୁରା,୨୮।୩: ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା...

ମୁଁ ଇଡିକୁ ଧନ୍ୟବାଦ ଦେବାକୁ ଚାହୁଁଛି… କୋର୍ଟରେ କାହିଁକି ସିସୋଡିଆଙ୍କ କଥା ଉଠାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ତାଙ୍କର ୬ ଦିନିଆ ଅଟକ...

Video: ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଟ୍ରାକ୍‌ର ଝଲକ ଦେଖାଇଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୨୮।୩: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି। ସେ ତାଙ୍କ ଏକ୍ଦ...

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି, ବଢିଲା ଇଡି ରିମାଣ୍ଡ

ନୂଆଦିଲ୍ଲୀ,୨୮।୩: ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଶ୍ୱସ୍ତି ମିଳିନାହିଁ।...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଏହି ୫ ଭାଜପା ନେତା ର୍ନିଦ୍ୱନ୍ଦରେ ଜିତିବେ ନିର୍ବାଚନ, ପ୍ରାର୍ଥୀ ଛିଡ଼ା କରିବାକୁ ବିରୋଧୀ କରିପାରିଲାନି ସାହାସ

ନୂଆଦିଲ୍ଲୀ,୨୮।୩: ଦେଶରେ ଆରମ୍ଭ ହୋଇଛି ନିର୍ବାଚନର ବଡ଼ ପର୍ବ। ବିରୋଧୀଙ୍କୁ ଚିତାପଟ କରିବା ପାଇଁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭୋଟରଙ୍କୁ ନିଜ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ

ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri