ବର୍ଷା ହେଲେ ବାରଣ୍ଡାରେ ପଢ଼ାଯାଉଛି ପାଠ

ବଇଣ୍ଡା, ୨୭ା୧୧ (ଡି.ଏନ.ଏ.): ବିଦ୍ୟାଳୟରେ ଖାଲିପଡ଼ିଛି ଗଣିତ ଶିକ୍ଷକ ପଦବୀ। ୩ଟି ଯାକ ଶ୍ରେଣୀଗୃହ ବିପଦସଙ୍କୁଳ। ଅବସ୍ଥା ଏମିତି ଯେ, ସାମାନ୍ୟ ବର୍ଷା ହେଲେ ଛାତରୁ ଗଳୁଛି ପାଣି। ବାରଣ୍ଡାରେ ବସାଇ ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି ପାଠ। ଦୀର୍ଘବର୍ଷ ହେଲା ଏପରି ଦୁର୍ବଳ ଭିତ୍ତିଭୂମି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସମାଧାନ ଦିଗରେ କୌଣସି ପଦକ୍ଷେପ ଏଯାଏ ନିଆଯାଇନାହିଁ। ଫଳରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଥିବା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ସମ୍ଭବ ହୋଇପାରୁ ନାହିଁ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୯୫ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ମନ୍ଦରବାହାଳ ପଞ୍ଚସଖା ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଛି। ହେଲେ ଦୀର୍ଘଦିନ ହେବ ଏହି ସ୍କୁଲରେ ଗଣିତ ଶିକ୍ଷକ ପଦବୀ ଖାଲି ପଡିଛି। ସେହିପରି ବର୍ତ୍ତମାନ ୯୨ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ଶିକ୍ଷାଦାନ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ମୋଟ୍‌ ୪ଟି କୋଠରି ଥିବାବେଳେ ସେଥିରୁ ଗୋଟିଏ ସ୍କୁଲ କାର୍ଯ୍ୟାଳୟ ଭାବେ ବ୍ୟବହାର ହେଉଛି। ଅନ୍ୟ ୩ଟି ଶ୍ରେଣୀଗୃହ ବିପଦସଂକୁଳ ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ତେଣୁ ଛାତ୍ରୀଛାତ୍ରମାନଙ୍କୁ ବର୍ଷାବେଳେ ବାରଣ୍ଡାରେ ବସାଯାଉଛି। ବିଦ୍ୟାଳୟରେ ଆବଶ୍ୟକ ଶୌଚାଳୟ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ମନ୍ଦରବାହାଳ ଗ୍ରାମବାସୀ ୨୦ ମେ ୨୦୨୦ ଓ ୧୫ ଫେବୃୟାରୀ ୨୦୨୧ରେ ଅନୁଗୋଳ ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମନ୍ଦରବାହାଳ ଗ୍ରାମବାସୀ ଦାବି କରିଛନ୍ତି। ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ ଗୋକୁଳା ନନ୍ଦ ରାଉଳ କହିଛନ୍ତି, ଗଣିତ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ପାଠପଢାରେ ସମସ୍ୟା ହେଉଛି। ବର୍ଷା ବେଳେ ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ଶିକ୍ଷାଦାନ କରାଯାଉଛି। ସମସ୍ତ ସମସ୍ୟା ପ୍ରଶାସନକୁ ଜଣାଇ ଦିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି କହିଛନ୍ତି, ଉକ୍ତ ବିଦ୍ୟାଳୟର ଅସୁବିଧା ନେଇ ସରକାରଙ୍କୁ ଅବଗତ କରାଯାଇଛି। ୫-ଟି ଅଧୀନରେ ଖୁବ୍‌ଶୀଘ୍ର ଏହି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri