ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌) ଏବଂ ମହାକୁମ୍ଭ (ମହାକୁମ୍ଭ ଆୟୋଜକ କମିଟି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ମହାକୁମ୍ଭରେ ଆର୍‌ସିପିଏଲ୍‌ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିଛି। ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହ ସୁବିଧାରେ ଜଳପାନର ସୁବିଧା ମଧ୍ୟ ପାଇପାରିବେ। ଏପରିକି ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ କ୍ୟାମ୍ପା ଆଶ୍ରମକୁ ସ୍ବତନ୍ତ୍ର ଭାବେ ନିର୍ମାଣ (ପରିକଳ୍ପନା) କରାଯାଇଛି। ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢ଼ି ହେବା ଭଳି ସୂଚନା ଫଳକ (ସାଇନେଜ୍‌) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରିଛି।
ଏ ସମ୍ପର୍କରେ ଆର୍‌ସିପିଏଲ୍‌ର ସିଇଓ କେତନ ମୋଦି କହିଛନ୍ତି, ପ୍ରୟାଗରାଜ ମହାକୁମ୍ଭ-୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ ଥିଲାବେଳେ ଏକ ଘରୋଇ କମ୍ପାନୀ ଭାବେ ଆମେ ଭାରତୀୟ ପରମ୍ପରାଗୁଡିକ ସହ ଗଭୀର ଭାବେ ସଂଯୁକ୍ତ ହେଉଛୁ। ଏହି ପବିତ୍ର ଆୟୋଜନ ଅବସରରେ ଲୋକମାନଙ୍କ ସେବା ଦ୍ୱାରା ଆମେ ଭାରତୀୟ ଗ୍ରାହକଙ୍କ ପରମ୍ପରାକୁ ନୂଆ ରୂପ ମଧ୍ୟ ଦେଉଛୁ।
ସୂଚନାଯୋଗ୍ୟ, ମହାକୁମ୍ଭର ପବିତ୍ର ପର୍ବ ଆରମ୍ଭ ହୋଇଯାଇଛି। ପୌଷ ପୂର୍ଣ୍ଣିମାରେ ମହାକୁମ୍ଭର ପ୍ରଥମ ସ୍ନାନ ୨୦୨୫ ଜାନୁଆରୀ ୧୩ରେ ଅନୁଷ୍ଠିତ ହୋଇଯାଇଛି। ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପ୍ରୟାଗରାଜକୁ ଆସିଛନ୍ତି। କୁମ୍ଭର ପ୍ରଥମ ଦିନ ସ୍ନାନ ପାଇଁ ତ୍ରିବେଣୀରେ ଶ୍ରଦ୍ଧାଳୁମାନଙ୍କ ସମାଗମ ଲାଗି ରହିଥିଲା। ଅପରପକ୍ଷରେ ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ସମାବେଶ ମଧ୍ୟରୁ ମହାକୁମ୍ଭ ଅନ୍ୟତମ ହୋଇଥିଲାବେଳେ ୨୦୨୫ ପ୍ରୟାଗରାଜରେ ଅଂଶଗ୍ରହଣ କରିବା ଏବଂ ସେବା କାର୍ଯ୍ୟ କରିବାର ସୌଭାଗ୍ୟ ଆମକୁ ମିଳିଛି ବୋଲି ରିଲାଏନ୍ସ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ (ଶାହୀ ସ୍ନାନ) ୧୪ ଜାନୁଆରୀରେ ଅନୁଷ୍ଠିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜିଓର ଡିଜିଟାଲ କ୍ରାନ୍ତି

ଭୁବନେଶ୍ୱର,୮।୨ (ଅଭୟ ଦାଶ): ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍‌ କମ୍‌ ସମୟ ମଧ୍ୟରେ ଓଡ଼ିଶାର ସମସ୍ତ...

୧୪ରୁ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭିର ବୁକିଂ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ୍‌ର ବହୁ ପ୍ରତୀକ୍ଷିତ ଏକ୍ସଇଭି ୯ଇ ଏବଂ ବିଇ୬ର ଅନାବରଣ...

ସୌରଶକ୍ତି କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୨: ଭାରତ ୧୦୦ ଗିଗାୱାଟ୍‌ ସୌର ଶକ୍ତି କ୍ଷମତା ଅତିକ୍ରମକରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର...

ଏହି ଅଜଣା ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କା ଛାଡ଼ି ଯାଇଛନ୍ତି ରତନ ଟାଟା, ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ,୭।୨: ନିକଟରେ ରତନ ଟାଟାଙ୍କ ଇଚ୍ଛାପତ୍ରରେ ଏଭଳି ଏକ ଖୁଲାସା ହୋଇଥିଲା, ଯାହାକି ବ୍ୟବସାୟ ସହ ଜଡ଼ିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରକୃତରେ, ରତନ...

Post Office Scheme: ମାତ୍ର ୧୦୦୦ଟଙ୍କା ନିବେଶ କଲେ ମାସକୁ ମିଳିବ ୨୫ହଜାର ଟଙ୍କା, ଏହି ସ୍କିମ୍‌ କରିବ ମାଲାମାଲ୍‌

ଆପଣ ପ୍ରତି ମାସରେ ୨୫ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ଡାକ ବିଭାଗର ଏହି ଦମଦାର ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।...

ମିଡିଲକ୍ଲାସଙ୍କ ବଲ୍ଲେ ବଲ୍ଲେ! ଆୟକର ଛାଡ ପରେ ବଡ଼ ଘୋଷଣା, ଏବେ ସହଜ ହେବ…

ନୂଆଦିଲ୍ଲୀ,୭।୨: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ମୁଦ୍ରା କମିଟି ବୈଠକରେ ରେପୋ ହାରରେ ୨୫ ବେସିସ ପଏଣ୍ଟ କିମ୍ବା 0.୨୫ ପ୍ରତିଶତ...

ମୁଦ୍ରା ନୀତିରେ RBIର ବଡ଼ ଘୋଷଣା, ୫ ବର୍ଷ ପରେ ରେପୋ ହାର ହ୍ରାସ

ମୁମ୍ବାଇ,୭ା୨: ଅର୍ଥନୀତିକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରି୬.୫ ପ୍ରତିଶତରୁ ୬.୨୫ ପ୍ରତିଶତ କରିଛି।...

ବାହାଘର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଦାନୀଙ୍କ ପୁଅ: ପ୍ରତିବର୍ଷ କରିବେ …

ନୂଆଦିଲ୍ଲୀ,୬।୨:ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri