Posted inଖେଳ

ବାପା ହେବେ ଆରସିବିର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୫: ଆଇପିଏଲରେ ଆରସିବି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏନେଇ ସ୍ତ୍ରୀ ବିନି ରମଣ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶେୟାର କରି କହିଛନ୍ତି, ମୁଁ ଏବଂ ଗ୍ଲେନ ମ୍ୟାକ୍ସୱେଲ ନୂତନ ଶିଶୁର ଆଗମନ ଘୋଷଣା କରି ବହୁତ ଖୁସି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆମେ ଜାଣୁ ଯେ ଏହି ଯାତ୍ରା ସହଜ ହେବ ନାହିଁ , ମୁଁ ଜାଣେ ଏହା କେତେ ଯନ୍ତ୍ରଣାଦାୟକ ହେବ। ତେବେ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ତ୍ରୀ ବିନି ରମଣଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ସେପ୍ଟେମ୍ବର ମାସ ସୁଦ୍ଧା ବିନି ରମଣ ତାଙ୍କର ସନ୍ତାନଙ୍କୁ ଜନ୍ମ ଦେବେ।

ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲର ଏହି ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି। ତେବେ ଆଇପିଏଲ ଆରମ୍ଭରେ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ତ୍ରୀ ଭାରତ ଆସିଥିଲେ, ପରେ ଅଷ୍ଟ୍ରେଲିଆ ଫେରିଯାଇଥିଲେ।

ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳିଥିଲା। ଏହି ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗ୍ଲେନ ମ୍ୟାକ୍ସୱେଲ ୩୩ଟି ବଲରୁ ୬୮ସ୍କୋର କରିଥିଲେ। ସେ ତାଙ୍କ ଇନିଂସରେ ୮ ଚୌକା ଓ ୪ ଛକା ମାରିଥିଲେ। ତେବେ ଗ୍ଲେନ ମ୍ୟାକ୍ସୱେଲଙ୍କ ଦୃଢ ପ୍ରଦର୍ଶନ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଉଇକେଟରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?