Posted inଖେଳ

ଆର୍‌ସିବିକୁ ପୁଣି ହରାଇଲା ପଞ୍ଜାବ

ଶାରଜା, ୧୬।୧୦: ଅଧିନାୟକ ବିରାଟ କୋହଲିଙ୍କ ଧିମା ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶାରଜା ପରି ଛୋଟ ଗ୍ରାଉଣ୍ଡରେ ୧୭୧ ରନ ପର୍ଯ୍ୟାପ୍ତ ହୋଇନାହିଁ। ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଆରସିବିକୁ ୮ ଉଇକେଟରେ ହରାଇ ପରାଜୟ ଧାରା ଭାଙ୍ଗିଛି। ଆରସିବି ପକ୍ଷରୁ ଧାର୍ଯ୍ୟ ୧୭୨ ରନର ବିଜୟ ଲକ୍ଷ୍ୟର ପିଛାକରି ପଞ୍ଜାବ ୨୦ ଓଭରରେ ୨ ଉଇକେଟ ହରାଇ ୧୭୭ ରନ ସଂଗ୍ରହ କରି ନେଇଥିଲା। ପ୍ରତିଯୋଗିତାରେ କ୍ରମାଗତ ୫ ପରାଜୟ ପରେ କିଙ୍ଗ୍ସ ଇଲେଭେନର ଏହା ପ୍ରଥମ ବିଜୟ। ପୂର୍ବରୁ ଦଳ ଏକମାତ୍ର ବିଜୟ ଏହି ଆରସିବି ବିପକ୍ଷରେ ହିଁ ହାସଲ କରିଥିଲା। ଫଳରେ କୋହଲିଙ୍କ ଦଳ ବିପକ୍ଷରେ ଦଳ ୨ଟି ଯାକ ମ୍ୟାଚ ଜିତି ଆଗକୁ ବଢ଼ିବା ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ଆରସିବିର ୮ ମ୍ୟାଚରୁ ଏହା ତୃତୀୟ ପରାଜୟ।
କୋହଲିଙ୍କ ୨୦୦ତମ ମ୍ୟାଚ
ଗୁରୁବାର ଆରସିବି ପାଇଁ ୨୦୦ତମ ମ୍ୟାଚ ଖେଳିଥିଲେ ଆର୍‌ସିବି ଅଧିନାୟକ ବିରାଟ କୋହଲି। ଏହା ମଧ୍ୟରୁ ଆଇପିଏଲ୍‌ରେ ୧୮୫ଟି ଏବଂ ଚାମ୍ପିୟନ୍ସ ଲିଗ୍‌ ଟି୨୦ରେ ୧୫ ମ୍ୟାଚ ସାମିଲ। ଟସ୍‌ ଜିତି ସେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ଭଲ ଆରମ୍ଭ କରିଥିଲେ ହେଁ ଶାରଜାର ଛୋଟ ଗ୍ରାଉଣ୍ଡରୁ ଫାଇଦା ନେଇ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଦେବଦତ୍ତ ପଡିକାଲ ୧୨ ବଲ୍‌ରୁ ୧୮(୧ ଚୌକା, ୧ ଛକା) ରନ କରିଥିବାବେଳେ ଅର୍ଶଦୀପ ସିଂଙ୍କ ବଲ୍‌ରେ ଆଉଟ ହୋଇଥିଲେ। ୨୫ ବଲ୍‌ରୁ ୩୮ ରନ ଯୋଗ ହେବାପରେ ପ୍ରଥମ ଉଇକେଟ ପଡ଼ିଥିଲା। ସେହିପରି ଅଭିଜ୍ଞ ଆରୋନ ଫିଞ୍ଚ୍‌ ୧୮ ବଲ୍‌ରୁ ୨୦(୨ ଚୌକା, ୧ ଛକା) ରନ କରିଥିବାବେଳେ ମୁରୁଗାନ ଅଶ୍ୱିନଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ଫଳରେ ୬.୩ ଓଭର ବେଳକୁ ଆରସିବି ଇନିଂସ ୬୨/୨ ହୋଇ ଯାଇଥିଲା। ବ୍ୟାଟିଂ କ୍ରମରେ ଓ୍ବାଶିଂଟନ ସୁନ୍ଦର ଓ ଶିବମ୍‌ ଦୁବେଙ୍କୁ ଆଗୁଆ ଆଣିବା ନିଷ୍ପତ୍ତି କାମ ଦେଇ ନ ଥିଲା। ଆରସିବି ୫.୨ ଓଭରରେ ୫୦ ରନ କରିଥିବାବେଳେ ମଧ୍ୟଭାଗରେ ରନହାର ଧିମେଇ ଯିବାରୁ ଦଳର ୧୩.୨ ଓଭରରେ ଯାଇ ୧୦୦ ରନ ପୂରଣ ହୋଇଥିଲା। ୪ ନମ୍ବରରେ ଆସିଥିବା ଓ୍ବାଶିଂଟନ ସୁଯୋଗର ସଦ୍‌ବ୍ୟବହାର କରି ନ ପାରି ମାତ୍ର ୧୩(୧୪ ବଲ, ୧ ଚୌକା) ରନ କରି ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ସେହିପରି ୧୫ତମ ଓଭରରେ ରବି ବିଷ୍ଣୋଇଙ୍କ ବଲରେ କ୍ରମାଗତ ୨ଟି ଛକା ମାରିଥିଲେ ହେଁ ଦୁବେ ୨୩(୧୯ ବଲ) ରନ କରିବାକୁ ସକ୍ଷମ ହୋଇଥିଲେ। କ୍ରିସ୍‌ ଜୋର୍ଡାନ ଏହି ଉଇକେଟଟି ପାଇଥିଲେ। ଏବି ଡିଭିଲର୍ସଙ୍କୁ ବ୍ୟାଟିଂ କ୍ରମରେ ପଛରେ ଆଣିବା ନିଷ୍ପତ୍ତି ଆର୍‌ସିବି ପାଇଁ ମହଙ୍ଗା ପଡ଼ିଥିଲା। ୧୭ତମ ଓଭରରେ ମହମ୍ମଦ ସାମି ବଡ଼ ସଫଳତା ପାଇଥିଲେ। ଅଧିକ ବଲ୍‌ ନ ଥିବାରୁ କ୍ରିଜ୍‌କୁ ଆସିବାପରେ ବଡ଼ ଶଟ୍‌ ଖେଳିବା ଚକ୍କରରେ ଡିଭିଲର୍ସ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ସାମି ଏହି ଓଭରର ତୃତୀୟ ବଲ୍‌ରେ ଡିଭିଲର୍ସ ଓ ୫ମ ବଲ୍‌ରେ ସେଟ୍‌ ବ୍ୟାଟ୍ସମ୍ୟାନ କୋହଲିଙ୍କୁ ଆଉଟ କରି ଆରସିବିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। କୋହଲି ୩୯ ବଲ୍‌ରୁ ମାତ୍ର ୩ ଚୌକା ସହ ୪୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶେଷ ୨ ଓଭରରେ କ୍ରିସ୍‌ ମୋରିସ ଓ ଇସୁରୁ ଉଡାନା କେତେକ ଦର୍ଶନୀୟ ଶଟ୍‌ ଖେଳିବାରୁ ଆରସିବି ସ୍କୋର ୨୦ ଓଭରରେ ୧୭୧/୬ ହୋଇ ପାରିଥିଲା। ସାମିଙ୍କ ଶେଷ ଓଭରରେ ମୋରିସ ୩ ଛକା ଓ ୧ ଚୌକା ମାରିବାରୁ ୨୪ ରନ ସଂଗୃହୀତ ହୋଇଥିଲା। ଏହି ଦକ୍ଷିଣ ଆଫ୍ରିକୟ ବ୍ୟାଟ୍ସମ୍ୟାନ ୮ ବଲ୍‌ରୁ ଦ୍ରୁତ ୨୫(୧ ଚୌକା, ୩ ଛକା) ଓ ଉଡାନା ୫ ବଲ୍‌ରୁ ୧୦(୧ ଛକା) ରନରେ ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ମୁରୁଗାନ ଅଶ୍ୱିନ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ ଓ କ୍ରିସ୍‌ ଜୋର୍ଡାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଓପନିଂ ଯୋଡ଼ିରେ ୪୮ ବଲ୍‌ରୁ ୭୮ ରନ ସଂଗ୍ରହ କରି ପଞ୍ଜାବ ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ମୟଙ୍କ ଅଗ୍ରଓ୍ବାଲ ଧୂଆଁଧାର ବ୍ୟାଟିଂ କରି ୨୫ ବଲ୍‌ରୁ ୪୫(୪ ଚୌକା, ୩ ଛକା) ରନ କରି ଆଉଟ ହୋଇଥିଲେ। ଚଳିତ ସିଜନରେ ପ୍ରଥମଥରପାଇଁ ପଡ଼ିଆକୁ ଓହ୍ଲାଇଥିବା କ୍ରିସ୍‌ ଗେଲ୍‌ ଅଧିନାୟକ ଲୋକେଶ ରାହୁଲଙ୍କ ସହ ମିଶି ଦଳକୁ ସହଜ ବିଜୟ ଆଡ଼କୁ ନେଇ ଯାଇଥିଲେ। ଶେଷ ଓଭରରେ ବିଜୟ ପାଇଁ ମାତ୍ର ୨ ରନ ଆବଶ୍ୟକ ହେଉଥିବାବେଳେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୟୁଜବେନ୍ଦ୍ର ଚହଲ ପ୍ରଥମ ୪ ଓଭରରୁ ମାତ୍ର ୧ ରନ ଦେଇଥିବାବେଳେ ୫ମ ବଲ୍‌ରେ ଗେଲ୍‌ ରନଆଉଟ ହୋଇ ଯାଇଥିଲେ। ଫଳରେ ଶେଷ ବଲ୍‌ରୁ ବିଜୟ ପାଇଁ ୧ ରନ ଆବଶ୍ୟକ ହୋଇଥିଲା। ମାତ୍ର ଏହାକୁ ଛକାରେ ପରିଣତ କରି ନିକୋଲାସ ପୁରନ ଉତ୍କଣ୍ଠାର ଅବସାନ ଘଟାଇଥିଲେ। ଗେଲ ୪୫ ବଲ୍‌ରୁ ୧ ଚୌକା ଓ ୫ ଛକା ସହାୟତାରେ ୫୩ ରନ କରି ଆଉଟ ହୋଇଥିବାବେଳେ ରାହୁଲ ୪୯ ବଲ୍‌ରୁ ୧ ଚୌକା ଓ ୫ ଛକା ସହ ୬୧ ରନରେ ଅପରାଜିତ ରହିଥିଲେ। ଦ୍ୱିତୀୟ ଉଇକେଟରେ ଗେଲ୍‌ ଓ ରାହୁଲ ୯୩ ରନର ଭାଗୀଦାରି ଗଢ଼ିଥିଲେ। ଆରସିବି ପକ୍ଷରୁ ଏକମାତ୍ର ଚହଲ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୭୧/୬(କୋହଲି-୪୮, ମୋରିସ-୨୫*, ଦୁବେ-୨୩, ସାମି-୨/୪୫, ମୁରୁଗାନ-୨/୨୩, ଅର୍ଶଦୀପ-୧/୨୦, ଜୋର୍ଡାନ-୧/୨୦)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୭୭/୨(ରାହୁଲ-୬୧*, ଗେଲ୍‌-୫୩, ମୟଙ୍କ-୪୫, ଚହଲ-୧/୩୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri