ଆର୍‌ବିଆଇ ଟୁଇଟରରେ ୧୦ ଲକ୍ଷ ଫଲୋଅର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଟୁଇଟର ହ୍ୟାଣ୍ଡେଲରେ ଫଲୋଅରଙ୍କ ସଂଖ୍ୟା ଏବେ ୧୦ ଲକ୍ଷ ଟପିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରବିବାର ଏ ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ଏବଂ ସହଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୁନିଆର ସବୁଠୁ ଶକ୍ତିଶାଳୀ କେନ୍ଦ୍ରୀୟ ବ୍ୟାଙ୍କ କୁହାଯାଉଥିବା ଫେଡରାଲ ରିଜର୍ଭର ଟୁଇଟର ହ୍ୟାଣ୍ଡେଲରେ ଫଲୋଅର ସଂଖ୍ୟା ୬.୬୭ଲକ୍ଷ ରହିଛି। କୌଣସି କେନ୍ଦ୍ରୀୟ ବ୍ୟାଙ୍କରେ ଏତେ ସଂଖ୍ୟକ ଫଲୋଅର ରହିବା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କରେ ଫଲୋଅର ସଂଖ୍ୟା ୫.୯୧ ଲକ୍ଷ ରହିଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ୨୦୦୯ ମାର୍ଚ୍ଚରେ ଟୁଇଟର ସହ ଯୋଡ଼ି ହୋଇଥିଲା। ସେହିଭଳି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ୨୦୦୯ ଅକ୍ଟୋବରରେ ଟୁଇଟର ସହ ଯୋଡ଼ି ହୋଇଥିଲା। ୮୫ ବର୍ଷ ପୁରୁଣା ରିଜର୍ଭ ବ୍ୟାଙ୍କ ୨୦୧୨ ଜାନୁୟାରୀରେ ଟୁଇଟରରେ ନୂଆ କରି ଆସିଥିଲା। ସୂଚନା ଯୋଗ୍ୟ, ଗଭର୍ନର ଶକ୍ତିକାନ୍ତ ଦାସଙ୍କର ଅନ୍ୟ ଏକ ଟୁଇଟର ଆକାଉଣ୍ଟ ରହିଛି। ସେଥିରେ ୧.୩୫ ଲକ୍ଷ ଫଲୋଅର ରହିଛନ୍ତି। ୨୦୧୯ ମାର୍ଚ୍ଚରେ ଆରବିଆଇ ଟୁଇଟର ହ୍ୟାଣ୍ଡେଲରେ ଫଲୋଅରଙ୍କ ସଂଖ୍ୟା ୩.୪୨ ଲକ୍ଷ ରହିଥିଲା। ଏହା ୨୦୨୦ ମାର୍ଚ୍ଚରେ ୨ ଗୁଣ ବଢି ୭.୫୦ ଲକ୍ଷରେ ପହଞ୍ଚିଥିଲା। ଜଣେ ଅଧିକାରୀଙ୍କ କହିବା ମୁତାବକ ଲକ୍‌ଡାଉନରେ ଆର୍‌ବିଆଇ ଫଲୋଅରଙ୍କ ସଂଖ୍ୟା ୧.୫ ଲକ୍ଷରୁ ଅଧିକ ବଢିଛି। ଚଳିତ ଆର୍ଥତ୍କ ବର୍ଷରେ ୨.୫ ଲକ୍ଷ ଫଲୋଅର ରିଜର୍ଭ ବ୍ୟାଙ୍କ ସହ ଯୋଡ଼ି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri