ରେପୋ ହ୍ରାସ କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୨୭।୭: କରୋନା ଭାଇରସ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ସବୁ କିଛି ଟ୍ରାକକୁ ଫେରିବା କଷ୍ଟକର ହେଉଛି। ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଟ୍ରାକ୍‌କୁ ଆଣିବାକୁ ସରକାର ପଦକ୍ଷେପ ହାତକୁ ନେଉଛନ୍ତି। ହେଲେ କରୋନା ଯେଉଁ ଭଳି ବଜାରକୁ କ୍ଷତିଗ୍ରସ୍ତ କରିଛି ବଜାର ଶୀଘ୍ର ସ୍ଥିତାବସ୍ଥାକୁ ଫେରିବ ନାହିଁ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଅଗଷ୍ଟରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ୨୫ ବେସିସ୍‌ ପଏଣ୍ଟ ରେପୋ ହ୍ରାସ କରିପାରେ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ଅଗଷ୍ଟ ୪ରେ ହେବାକୁ ଥିବା ୩ ଦିନିଆ ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଦ୍ରା ନୀତି ସମ୍ପର୍କରେ ୬ ତାରିଖରେ ଘୋଷଣା କରାଯିବ। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ପୂର୍ବର ବୈଠକଗୁଡିକରେ ରିଜର୍ଭ ବ୍ୟାଙ୍କ ୧୧୫ ବେସିସ ପଏଣ୍ଟ ହ୍ରାସ କରିଛି। ଜୁନ ମାସରେ ଖାଉଟି ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି ଘଟିଛି। ରେପୋରେ ୨୫ ବେସିସ ପଏଣ୍ଟ ଏବଂ ରିଜର୍ଭ ରେପୋ ୩୫ ବେସିସ ପଏଣ୍ଟ ହ୍ରାସ ହୋଇପାରେ ବୋଲି ଇକ୍ରାର ପ୍ରିନ୍ସପାଲ ଇକୋନୋମିଷ୍ଟ ଆଦିତି ନାୟାର କହିଛନ୍ତି। ଏଭଳି ସ୍ଥିତିରେ ୨୫ ବେସିସ ପଏଣ୍ଟ ହ୍ରାସ ହେବାର ସମ୍ଭାବନା ଥିବା ୟୁନିୟନ ବ୍ୟାଙ୍କ ସିଇଓ ରାଜକିରନ ରାଏ କହିଛନ୍ତି।
ଶିଳ୍ପ ସଂଘ ଆସୋଚାମ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଶିଳ୍ପଗୁଡିକର ସମସ୍ୟାକୁ ଧ୍ୟାନରେ ରଖି ଋଣ ପୁନର୍ଗଠନ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ଏଭଳି ବିଭିନ୍ନ ଦିଗ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଲେ ଶିଳ୍ପ ଜଗତ ଉପରେ ଭଲ ପ୍ରଭାବ ପଡିବ ବୋଲି ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି। ଅନ୍ୟ କିଛି ବିଶେଷଜ୍ଞ କହିଛନ୍ତି ଯେ, ସୁଧହାର ହ୍ରାସ ହୋଇ ନ ପାରେ। ବଜାରରେ ନଗଦ ଉନ୍ନତ ରହିଛି। ପୂର୍ବର ସୁଧହାର ହ୍ରାସ ସୁବିଧା ମିଳୁଛି। ଅଧିକ ସୁଧହାର ହ୍ରାସ ହେଲେ ବେଶି କିଛି ଲାଭ ମିଳି ନ ପାରେ। ମାତ୍ର ବଜାରରେ ସୁଧାର ଆସି ନ ଥିବା ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ପଦକ୍ଷେପ ନେଇପାରେ । ରିୟଲ ଇଷ୍ଟେଟ କ୍ଷେତ୍ରର ବିକାଶ ଲାଗି ଷ୍ଟାମ୍ପ ଡ୍ୟୁଟି ହ୍ରାସ ହେଉ ବୋଲି ଅନ୍ୟ କିଛି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri