Categories: ଖେଳ

ଟେନିସ ହଲ୍‌ ଅଫ୍‌ ଫେମ୍‌ ଦୌଡ଼ରେ ରେମଣ୍ଡ, ହଓ୍ବେିଟ୍‌

ନ୍ୟୁପୋର୍ଟ,୨୩।୯(ଏପି): ପୂର୍ବତନ ଆମେରିକା ପେସାଦାର ଟେନିସ୍‌ ଖେଳାଳି ଲିସା ରେମଣ୍ଡଙ୍କ ସମେତ ଅନ୍ୟ ୫ ଖେଳାଳି ଆସନ୍ତାବର୍ଷ ପାଇଁ ଅନ୍ତର୍ଜାତୀୟ ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବା ପାଇଁ ନୋମିନେଟ ହୋଇଛନ୍ତି। ସୋମବାର ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପୂର୍ବତନ ଡବଲ୍ସ ଏକ ନମ୍ବର ଖେଳାଳି ତଥା ୧୧ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ରେମଣ୍ଡଙ୍କ ସମେତ ପୂର୍ବତନ ୧ ନମ୍ବର ଖେଳାଳି ତଥା ୨ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଅଷ୍ଟ୍ରେଲିଆର ଲିଟନ ହଓ୍ବେିଟ୍‌, ୨୦୦୩ ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ତଥା ପୂର୍ବତନ ଏକ ନମ୍ବର ଖେଳାଳି ସ୍ପେନ୍‌ର ଜୁଆନ କାର୍ଲୋସ ଫେରେରୋ, ସ୍ବିଡେନର ଜୋନାସ ବିଜୋର୍କମ୍ୟାନ, ୯ଥର ମେଜର ଡବଲ୍ସ ଟାଇଟଲ ଜିତିଥିବା ପୂର୍ବତନ ୧ ନମ୍ବର ଡବଲ୍ସ ଖେଳାଳି ତଥା ଦୁଇଥର ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ସ୍ପେନ୍‌ର ବ୍ରୁଗୁଇରା ହଲ୍‌ ଅଫ୍‌ ଫେମ୍‌ ଦୌଡ଼ରେ ରହିଛନ୍ତି।
ସେହିପରି ବିଲି ଜିନ କିଙ୍ଗ୍‌ଙ୍କ ସମେତ ମହିଳା ପେସାଦାର ଟେନିସ ପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରିଥିବା ଅନ୍ୟ ୯ ଜଣଙ୍କୁ ମଧ୍ୟ ଅନ୍ତର୍ଜାତୀୟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କିଙ୍ଗ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ ୮ଜଣ ଖେଳାଳି ହେଲେ ପିଚେସ୍‌ ବାର୍ଟକୋଓ୍ବିଚ୍‌, ରୋଜି କାସାଲ୍ସ, ଜୁଡି ଡାଲଟନ, ଜୁଲି ହେଲ୍ଡମ୍ୟାନ, କେରି ମେଲଭିଲେ ରେଡ, କ୍ରିଷ୍ଟି ପିଜିଅନ, ନାନ୍ସି ରିଚେ ଓ ଭାଲେରି ଜିଜେନଫୁସ୍‌ ମଧ୍ୟ ସମ୍ମାନଜନକ ହଲ୍‌ ଅଫ୍‌ ଫେମ୍‌ ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପିର ସ୍ବର୍ଗୀୟ ଡେନିସ୍‌ ଭାନ ଡେର ମୀରଙ୍କୁ ମଧ୍ୟ ୨୦୨୧ ପାଇଁ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ମୀରଙ୍କ ସମେତ ଏହି ଗ୍ରୁପ୍‌ କଣ୍ଟ୍ରିବୁଟୋର କାଟାଗୋରିରେ ନୋମିନେଟ୍‌ ହୋଇଛନ୍ତି। ଏକ ମତଦାନ ମାଧ୍ୟମରେ ହଲ ଅଫ୍‌ ଫେମ୍‌ ବିଜେତାଙ୍କ ନାମ ଘୋଷଣା କରାଯିବ। ଆସନ୍ତାବର୍ଷ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଜୁଲାଇ ୧୭ରେ ଏକ ସ୍ବତନ୍ତ୍ର ଉତ୍ସବରେ ମନୋନୀତ ବ୍ୟକ୍ତିଙ୍କୁ ହଲ୍‌ ଅଫ୍‌ ଫେମ୍‌ରେ ସମ୍ମାନିତ କରାଯିବ।

Share