ସମ୍ପୂର୍ଣ୍ଣ ହେଉନି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟ

ରାୟଗଡ଼ା,୨୩ା୧୨(ସ୍ବ.ପ୍ର.): ଶୀତଳ ଭଣ୍ଡାରରେ ରାୟଗଡ଼ା ରେଳ ଡିଭିଜନ। ୨୦୧୯ ରେ ରେଳ ଡିଭିଜନ ଘୋଷଣା ହୋଇଥିଲା। ଏହାମଧ୍ୟରେ ୩ ବର୍ଷ ବିତିଗଲାଣି। ଅନୁଦାନ ଗୃହୀତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ଯୋଗୁ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ରେଳ ଡିଭିଜନକୁ ନେଇ ପୁଣି ପାର୍ଲାମେଣ୍ଟରେ ପ୍ରଶ୍ନ ଉଠାଇଥିବାବେଳେ ରେଳମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି। ୨୦୧୯ ବଜେଟରେ କେନ୍ଦ୍ର ସରକାର ରାୟଗଡ଼ା ଠାରେ ରେଳ ଡିଭିଜନ ସ୍ଥାପନ ନେଇ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଘୋଷଣା କରିଥିଲେ। ଘୋଷଣାର ଦୀର୍ଘ ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହା ପଡ଼ି ରହିଥିଲା। ୨୦୨୧ରେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ଏବଂ ରାୟଗଡ଼ା ଗସ୍ତରେ ଆସିବା ପରେ ଡିଭିଜନ କାର୍ଯ୍ୟ ତ୍ୱରାନ୍ବିତ ହେବା ନେଇ ଆଶା ଉଜ୍ଜୀବିତ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ରେଳ ଡିଭିଜନ ପ୍ରକଳ୍ପ ନେଇ କୌଣସି କାର୍ଯ୍ୟ ଠିକ୍‌ରେ ହେଉ ନ ଥିବା ଜଣାପଡ଼ିଛି। ଏପରିକି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟ ତଦାରଖ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ମାନେ ଏବେ ଅଛନ୍ତି କି ନାହିଁ ତାହାର ସୂଚନା ମଧ୍ୟ କାହା ନିକଟରେ ନାହିଁ। ରେଲଓ୍ବେ ପକ୍ଷରୁ ୧୭୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦିଆଯିବା ସହ ପ୍ରସ୍ତାବିତ ରେଳ ଡିଭିଜନ କାର୍ଯ୍ୟାଳୟର ଥ୍ରୀ-ଡି ଚିତ୍ର ମଧ୍ୟ ସୋସିଆଲ ମିଡିଆରେ ଛଡ଼ାଯାଇଥିଲା। ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜମି ଚିହ୍ନଟ କରି ମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ କାହିଁକି ରେଳ ଡିଭିଜନ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନାହିଁ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

ବିଶାଖାପାଟଣା ଡିଭିଜନରୁ ଅଲଗା ହୋଇ ରାୟଗଡ଼ା ଏକ ନୂତନ ଡିଭିଜନ ହେବ। ଅବିଭକ୍ତ କୋରାପୁଟ ଜିଲାର ସମସ୍ତ ଷ୍ଟେଶନ ରାୟଗଡ଼ା ଡିଭିଜନ ଅଧୀନକୁ ଚାଲିଯିବ। ଏହାଦ୍ୱାରା ବିଶାଖାପାଟଣା ଡିଭିଜନର ଆର୍ଥିକ କ୍ଷତି ଘଟିବା ଆଶଙ୍କା ରହିଛି। ଏହି କାରଣରୁ ରାୟଗଡ଼ା ଡିଭିଜନ ନିର୍ମାଣରେ ବିଳମ୍ବ କରାଯାଉଛି ବୋଲି ରାୟଗଡ଼ା ଜିଲାର ବୁଦ୍ଧିଜୀବୀ ମତ ରଖିଛନ୍ତି। ଅପରପକ୍ଷେ ରେଳ ଡିଭିଜନ କାର୍ଯ୍ୟର ସ୍ଥିତି, ସାଉଥ୍‌କୋଷ୍ଟ ରେଳ ଜୋନ୍‌ ଏବଂ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ ପାଇଁ ବ୍ୟୟବରାଦ ହୋଇଥିବା ୧୭୦ କୋଟି ଟଙ୍କା ବାବଦରେ ଏମ୍‌ପି ପାର୍ଲାମେଣ୍ଟରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ରେଳମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜାରାପୁ ଉତ୍ତର ରଖି କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ୟ ପାଇଁ ୩ କୋଟି ଟଙ୍କା ଅନୁଦାନ ରହିଥିବା ବେଳେ କୌଣସି ଖର୍ଚ୍ଚ ହୋଇନାହିଁ। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ନେଇ ଅଟକଳ ରହିଥିବା ବେଳେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ୪୦ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଥିବା ବେଳେ ମାତ୍ର ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସାଉଥ୍‌କୋଷ୍ଟ ରେଳ ଜୋନ୍‌ ହେଡ୍‌କ୍ୱାର୍ଟର ଏବଂ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ ପାଇଁ ୨୦୨୨ ନଭେମ୍ବର ୧୦ ରେ ୧୦୬.୮୯ କୋଟି ଟଙ୍କାର ବଜେଟ ଗୃହୀତ ହୋଇଛି। ଜୋନାଲ ହେଡ୍‌କ୍ୱାର୍ଟର ପାଇଁ ସ୍ଥାନ ନିରୂପଣ ମଧ୍ୟ ସରିଛି। ସାଉଥ୍‌କୋଷ୍ଟ ଜୋନ୍‌ ଏବଂ ରାୟଗଡ଼ା ଡିଭିଜନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଏକ କମିଟି ଗଠନ କରାଯାଇଛି। ରେଳ ଡିଭିଜନ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ସେଭଳି କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ ବୋଲି ମନ୍ତ୍ରୀ ରାମମୋହନ ନାଇଡୁ ପ୍ରକାଶ କରିଛନ୍ତି। ହେଲେ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

ସମସ୍ୟା ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?