ସମ୍ପୂର୍ଣ୍ଣ ହେଉନି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟ

ରାୟଗଡ଼ା,୨୩ା୧୨(ସ୍ବ.ପ୍ର.): ଶୀତଳ ଭଣ୍ଡାରରେ ରାୟଗଡ଼ା ରେଳ ଡିଭିଜନ। ୨୦୧୯ ରେ ରେଳ ଡିଭିଜନ ଘୋଷଣା ହୋଇଥିଲା। ଏହାମଧ୍ୟରେ ୩ ବର୍ଷ ବିତିଗଲାଣି। ଅନୁଦାନ ଗୃହୀତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ଯୋଗୁ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ରେଳ ଡିଭିଜନକୁ ନେଇ ପୁଣି ପାର୍ଲାମେଣ୍ଟରେ ପ୍ରଶ୍ନ ଉଠାଇଥିବାବେଳେ ରେଳମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି। ୨୦୧୯ ବଜେଟରେ କେନ୍ଦ୍ର ସରକାର ରାୟଗଡ଼ା ଠାରେ ରେଳ ଡିଭିଜନ ସ୍ଥାପନ ନେଇ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଘୋଷଣା କରିଥିଲେ। ଘୋଷଣାର ଦୀର୍ଘ ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହା ପଡ଼ି ରହିଥିଲା। ୨୦୨୧ରେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ଏବଂ ରାୟଗଡ଼ା ଗସ୍ତରେ ଆସିବା ପରେ ଡିଭିଜନ କାର୍ଯ୍ୟ ତ୍ୱରାନ୍ବିତ ହେବା ନେଇ ଆଶା ଉଜ୍ଜୀବିତ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ରେଳ ଡିଭିଜନ ପ୍ରକଳ୍ପ ନେଇ କୌଣସି କାର୍ଯ୍ୟ ଠିକ୍‌ରେ ହେଉ ନ ଥିବା ଜଣାପଡ଼ିଛି। ଏପରିକି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟ ତଦାରଖ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ମାନେ ଏବେ ଅଛନ୍ତି କି ନାହିଁ ତାହାର ସୂଚନା ମଧ୍ୟ କାହା ନିକଟରେ ନାହିଁ। ରେଲଓ୍ବେ ପକ୍ଷରୁ ୧୭୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦିଆଯିବା ସହ ପ୍ରସ୍ତାବିତ ରେଳ ଡିଭିଜନ କାର୍ଯ୍ୟାଳୟର ଥ୍ରୀ-ଡି ଚିତ୍ର ମଧ୍ୟ ସୋସିଆଲ ମିଡିଆରେ ଛଡ଼ାଯାଇଥିଲା। ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜମି ଚିହ୍ନଟ କରି ମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ କାହିଁକି ରେଳ ଡିଭିଜନ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନାହିଁ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

ବିଶାଖାପାଟଣା ଡିଭିଜନରୁ ଅଲଗା ହୋଇ ରାୟଗଡ଼ା ଏକ ନୂତନ ଡିଭିଜନ ହେବ। ଅବିଭକ୍ତ କୋରାପୁଟ ଜିଲାର ସମସ୍ତ ଷ୍ଟେଶନ ରାୟଗଡ଼ା ଡିଭିଜନ ଅଧୀନକୁ ଚାଲିଯିବ। ଏହାଦ୍ୱାରା ବିଶାଖାପାଟଣା ଡିଭିଜନର ଆର୍ଥିକ କ୍ଷତି ଘଟିବା ଆଶଙ୍କା ରହିଛି। ଏହି କାରଣରୁ ରାୟଗଡ଼ା ଡିଭିଜନ ନିର୍ମାଣରେ ବିଳମ୍ବ କରାଯାଉଛି ବୋଲି ରାୟଗଡ଼ା ଜିଲାର ବୁଦ୍ଧିଜୀବୀ ମତ ରଖିଛନ୍ତି। ଅପରପକ୍ଷେ ରେଳ ଡିଭିଜନ କାର୍ଯ୍ୟର ସ୍ଥିତି, ସାଉଥ୍‌କୋଷ୍ଟ ରେଳ ଜୋନ୍‌ ଏବଂ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ ପାଇଁ ବ୍ୟୟବରାଦ ହୋଇଥିବା ୧୭୦ କୋଟି ଟଙ୍କା ବାବଦରେ ଏମ୍‌ପି ପାର୍ଲାମେଣ୍ଟରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ରେଳମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜାରାପୁ ଉତ୍ତର ରଖି କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ୟ ପାଇଁ ୩ କୋଟି ଟଙ୍କା ଅନୁଦାନ ରହିଥିବା ବେଳେ କୌଣସି ଖର୍ଚ୍ଚ ହୋଇନାହିଁ। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ନେଇ ଅଟକଳ ରହିଥିବା ବେଳେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ୪୦ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଥିବା ବେଳେ ମାତ୍ର ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସାଉଥ୍‌କୋଷ୍ଟ ରେଳ ଜୋନ୍‌ ହେଡ୍‌କ୍ୱାର୍ଟର ଏବଂ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ ପାଇଁ ୨୦୨୨ ନଭେମ୍ବର ୧୦ ରେ ୧୦୬.୮୯ କୋଟି ଟଙ୍କାର ବଜେଟ ଗୃହୀତ ହୋଇଛି। ଜୋନାଲ ହେଡ୍‌କ୍ୱାର୍ଟର ପାଇଁ ସ୍ଥାନ ନିରୂପଣ ମଧ୍ୟ ସରିଛି। ସାଉଥ୍‌କୋଷ୍ଟ ଜୋନ୍‌ ଏବଂ ରାୟଗଡ଼ା ଡିଭିଜନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଏକ କମିଟି ଗଠନ କରାଯାଇଛି। ରେଳ ଡିଭିଜନ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ସେଭଳି କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ ବୋଲି ମନ୍ତ୍ରୀ ରାମମୋହନ ନାଇଡୁ ପ୍ରକାଶ କରିଛନ୍ତି। ହେଲେ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri