ସରକାରୀ ରାଜକୋଷ ଲୁଟ୍‌ ଯୋଜନା

ସମ୍ବଲପୁର,୨୩ା୧୨(ବ୍ୟୁରୋ): ଏନ୍‌ଏଚ୍‌ଏଆଇ ପକ୍ଷରୁ ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ନେକଲେସ ରାସ୍ତା ନିର୍ମାଣ କରିବାକୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ୩ (ଏ) ନୋଟିସ ହେବା ପରେ ମଧ୍ୟ ଅଧିକ କ୍ଷତିପୂରଣ ପାଇବା ଆଶାରେ ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା ଜମି ଉପରେ ଘର ନିର୍ମାଣ ଚାଲିଛି। ପୂର୍ବରୁ ୫୫ନଂ ଜାତୀୟ ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମୟରେ ବ୍ୟାପକ ଅର୍ଥ ଆତ୍ମସାତ୍‌ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ସମ୍ପୃକ୍ତ କମ୍ପାନୀ ୨୩ଲକ୍ଷ ଟଙ୍କା ସରକାରଙ୍କୁ ଫେରସ୍ତ କରିଥିଲା। ସେହିପରି କୋର୍ଟ ଆଳ ଦେଖାଇ ଅନେକ ଲୋକ ବେଆଇନ ଭାବେ ଘର ନିର୍ମାଣ କରି ଟଙ୍କା ହଡ଼ପ କରିଥିବା ନଜିର ରହିଛି। ଭୂଅର୍ଜନ ବିଭାଗ ବେଳ ଥାଉ ନିର୍ମାଣ କାମରେ ରୋକ ନ ଲଗାଇଲେ ସରକାରୀ ରାଜକୋଷ ଲୁଟ୍‌ ହେବା ଆଶଙ୍କା ରହିଥିବା ମାନେଶ୍ୱରର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗକ୍ରମେ, ସହରରେ ରାସ୍ତା ନିର୍ମାଣ ଲାଗି ଗତ ଜୁଲାଇ ମାସରୁ ଜମି ଅଧିଗ୍ରହଣ ପାଇଁ ଖବରକାଗଜ ଓ ବିଭିନ୍ନ ଗ୍ରାମକୁ ନୋଟିସ କରାଯାଇଛି। ଜମିର ପ୍ଲଟ ନମ୍ବର, ମୌଜା, ଖାତା ନମ୍ବର ସହ କେତେ ପରିମାଣ ଜମି ଅଧିଗ୍ରହଣ କରାଯିବ ତାହାର ସୂଚନା ଦିଆଯାଇଛି। କେତେକ ଜମି ମାଲିକଙ୍କୁ ମଧ୍ୟ ସ୍ବତନ୍ତ୍ର ଭୂଅର୍ଜନ ବିଭାଗ ପକ୍ଷରୁ ନୋଟିସ୍‌ କରାଯାଇଛି। ଏହା ଜାଣିବା ପରେ ଜମି ମାଲିକମାନେ ଅଧିଗ୍ରହଣ ହେଉଥିବା ଜମି ଉପରେ ଘର ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି। ପଶ୍ଚିମ ବଙ୍ଗ, ବିହାରରୁ ଶ୍ରମିକ ଆଣି ଯୁଦ୍ଧକାଳୀନ ଭିତ୍ତିରେ ଘର ବାହାରପଟ କାମ କରୁଛନ୍ତି। ଅନେକ ଜମି ମାଲିକ ଘର କାମ ମଧ୍ୟ ଶେଷ କରିଛନ୍ତି। ସରକାରଙ୍କ ପାଖରୁ ଅଧିକ କ୍ଷତିପୂରଣ ରାଶି ମିଳିବା ଆଶାରେ ଏଭଳି ନିର୍ମାଣ କାମ କରୁଛନ୍ତି। ଏଥିରେ ଭୂଅର୍ଜନ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ସ୍ଥାନୀୟ ଦଲାଲମାନଙ୍କ ସମ୍ପୃକ୍ତି ରହିଛି। ଏହାକୁ ନେଇ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଘର ନିର୍ମାଣ କରୁଥିବା ମାଲିକମାନେ ଧମକ ଦେଇ କହୁଛନ୍ତି, ବିଭାଗ ସହିତ କଥା ହୋଇ ନିର୍ମାଣ କରୁଛୁ, ଆମର କେହି କିଛି କରିପାରିବେ ନାହିଁ। ନିୟମ ଦୃଷ୍ଟିରୁ ଅଧିଗ୍ରହଣ ନୋଟିସ ପରେ ଉକ୍ତ ମୌଜାର ଜମି କିସମ ପରିବର୍ତ୍ତନ ହୋଇପାରେନାହିଁ। ଏହାସହ ଉକ୍ତ ଜମିରେ ନିର୍ମାଣ କାମରେ ରୋକ ଲଗାଯାଇଥାଏ। ଯଦି ଅତ୍ୟାବଶ୍ୟକ ଥିବ ତା’ହେଲେ ଜିଲାପାଳଙ୍କ ଅନୁମତିରେ ଘର ନିର୍ମାଣ କରାଯାଇଥାଏ। ହେଲେ ଏଠାରେ ନିୟମର ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓ କହିଛନ୍ତି, ଅଧିଗ୍ରହଣ ହେବା ପୂର୍ବରୁ ଉକ୍ତ ଜମିର ଜିପିଏସ୍‌ ଓ ସରଜମିନ ତଦନ୍ତ କରି ଭିଡିଓଗ୍ରାଫି ଓ ଫଟୋଗ୍ରାଫ ରେକର୍ଡ କରାଯାଇଛି। ନୋଟିସ ଦିନପରେ ଯେଉଁ ଘରଗୁଡ଼ିକ ନିର୍ମାଣ କରାଯିବ ତାହା ସ୍ପଷ୍ଟଭାବେ ଜଣାପଡ଼ିଯିବ। ଏହାକୁ ରୋକିବା ପାଇଁ ଜିଲା ପ୍ରଶାସନକୁ ପୂର୍ବରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଭୂଅର୍ଜନ ଅଧିକାରୀ ସରୋଜ ମିଶ୍ର କହିଛନ୍ତି, ନୋଟିସ ପୂର୍ବରୁ ସମସ୍ତ ସର୍ଭେ ଶେଷ ହୋଇଛି। କାହାକୁ ଘର ତିଆରି କରିବାରେ ମନା ନାହିଁ, ହେଲେ ଟଙ୍କାଟିଏ ମଧ୍ୟ ଦିଆଯିବ ନାହିଁ ବୋଲି ରୋକଠୋକ କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ନେକଲେସ ରୋଡ୍‌ ନିର୍ମାଣ କରାଯିବ। ଏହା ୫୩ନଂ. ଜାତୀୟ ରାଜପଥର ଗୋସାଳା, କଟାପାଲିରୁ ବାହାରି ମାନେଶ୍ୱର, ଜୟନ୍ତପୁର, କବରାପାଲି ଦେଇ ଶାସନ ନିକଟ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରିବ। ଏଥିରେ ଦୁଇଟି ଜାତୀୟ ରାଜପଥ ଦେଇ ରାସ୍ତା ରହିଥିବା ବେଳେ ମହାନଦୀରେ ବ୍ରିଜ ଓ ରେଳ ବ୍ରିଜ ନିର୍ମାଣ ହେବ। ଏଥିପାଇଁ ଡ୍ରଇଂ ହୋଇ ଟେଣ୍ଡର କାମ ଶେଷ ହୋଇଛି। ଏହି ୪ଥାକିଆ ରାସ୍ତା ପାଇଁ ପ୍ରାୟ ୧୦୦୦କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri