ସୁଙ୍ଗେର ବୋମା ନିଷ୍କ୍ରିୟ ମାମଲା: ୪୮ ଘଣ୍ଟା ମଧ୍ୟରେ ୬ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ

ରାୟଗଡ଼ା,୯।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବୁଧବାର ଜିଲା ପୋଲିସ ଏବଂ ସିଆରପିଏଫ୍‌ କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଏକ ଘର ପଛପଟେ ଥିବା ପାଇଖାନାରେ ରଖାଯାଇଥିବା ବୋମାକୁ ନିଷ୍କ୍ରିୟ କରିଥିଲେ। ୪୮ ଘଣ୍ଟା ନପୁରୁଣୁ ନିଷ୍କ୍ରିୟ କରାଯାଇଥିବା ବୋମା ଘଟଣାରେ ଜଡ଼ିତ ଥିବା ୬ ଜଣଙ୍କୁ ଗିରଫ କରିଛି ପୋଲିସ।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜଙ୍କୁ ମାଓବାଦୀ ବୋଲି ପରିଚୟ ଦେଇ ଅଭିଯୋଗକାରୀଙ୍କୁ ଜୀବନରେ ମାରିଦେବା ଧମକ ଦେବା ସହ ୫ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ। ହେଲେ ଉକ୍ତ ଅଭିଯୋଗକାରୀଙ୍କୁ ମାରିବା ପାଇଁ ବୋମା ଖଞ୍ଜାଯାଇଥିବା ଜାଣିପାରି ଜିଲା ପୋଲିସ ସିଆରପିଏଫ୍‌ ଏବଂ ଡିଭିଏଫ୍‌ ଯବାନଙ୍କ ସହିତ ସୁଙ୍ଗେରରେ ସର୍ଚ୍ଚ ଅପରେଶନ କରି ପାଇଖାନାରେ ଥିବା ବୋମାକୁ ଠାବ କରିଥିଲେ । ଏହା ପରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଉକ୍ତ ବୋମାକୁ ବିସ୍ଫୋରଣ କରି ଯୋଜନା ପଣ୍ଡ କରିଦେଇଥିଲେ। ଗିରଫ ୬ ଜଣ ପୂର୍ବ ଯୋଜନା କରି ବୋମା ପାଇଁ ବାହାର ରାଜ୍ୟରୁ ସମସ୍ତ ସାମଗ୍ରୀ ଆଣିଥିବା ନେଇ ସନ୍ଦେହ ରହିଛି ବୋଲି ଏସ୍‌ପି ବିବେକାନନ୍ଦ ଶର୍ମା ଶୁକ୍ରବାର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ତଦନ୍ତରେ ୬ ଜଣ ଗିରଫ ହୋଇଥିବା ବେଳେ ୨୦୦ ଗ୍ରାମ୍‌ ଜିଲୋଟିନ୍‌ ୫ଟି, ଇଲେକ୍ଟ୍ରୋନିକ ଡିଟେନେଟର୍‌ ୧୦ଟି, ୫ ମିଟର ବିଦ୍ୟୁତ ତାରରେ ତିଆରି ବୋମାକୁ ନିଷ୍କ୍ରିୟ କରାଯାଇଛି । ଏହା ସହିତ ୪ଟି ମୋବାଇଲ, ଗୋଟିଏ ସିଲିଣ୍ଡର ଏବଂ ଡିଜିଟାଲ ୱାଚ୍‌ ଜବତ କରାଯାଇଛି । ବୋମା ଠାବ, ନିଷ୍କ୍ରିୟ ଏବଂ ତଦନ୍ତରେ ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାସ ଏବଂ କାଶୀପୁର ଥାନା ଅଧିକାରୀ ପଦ୍ମା ମୁଥୁ ପ୍ରମୁଖ ଭୂମିକା ଗ୍ରହଣ କରି ପୋଲିସ ପାଇଁ ଏହି ସଫଳତା ଆଣିଥିବା ଏସ୍‌ପି ଶର୍ମା ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ବିଭାଗର କନିଷ୍ଠ କିରାଣୀ

ଝାରସୁୁଗୁଡ଼ା ଅଫିସ,୨୨।୧୧: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଅଜୟ ପାଣ୍ଡେ। ଫସଲ ବୀମା କରାଇଦେବା ନେଇ ଜଣେ...

୨ କୁଇଣ୍ଟାଲ ଗଞ୍ଜେଇ ଜବତ: ୪ ଗିରଫ

ଜୟପୁର,୨୦ା୧୧(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁର ସଦର ଥାନା ପକ୍ଷରୁ ଚଢାଉ କରାଯାଇ ୨ କୁଇଣ୍ଟାଲ ୫୭ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ...

ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ଶିକ୍ଷା କ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ସରକାର କେମିତି ଖାମଖିଆଲ ମନୋଭାବ ରଖୁଛନ୍ତି, ତାହା ଯୁକ୍ତ ୨ ଖାତାଦେଖାରେ...

ବସୁନ୍ଧରା ଯୋଜନାରେ ଆନନ୍ଦପୁର ବ୍ଲକର ୫୫ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ଆନନ୍ଦପୁର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମଙ୍ଗଳବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ତପନ କୁମାର ନାୟକଙ୍କ ସଂଯୋଜନାରେ...

୩ମାସରେ ଅତିକ୍ରମ କଲେ ୨୫୪୪ କି.ମି.

ଝାରସୁଗୁଡ଼ା ଅଫିସ,୩୧ା୩: ନିଶା ସେବନ ବର୍ଜନ କରି ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ ଓ ସୁସ୍ଥ ରୁହନ୍ତୁ। ଏହି ବାର୍ତ୍ତା ନେଇ ଝାରସୁଗୁଡ଼ା ଜିଲା ଦୁର୍ଲଗା...

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ ଅଫିସ,୨୨।୪ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ...

ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା

ରତ୍‌ମାଲ, ୧।୮: ମଧ୍ୟପ୍ରଦେଶର ରତ୍‌ମାଲ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ବିବାହର ୨ ଦିନ ପରେ ଜଣେ ନବବିବାହିତ...

ବସଷ୍ଟାଣ୍ଡ୍‌ରେ ଜଳିଗଲା ୨ ବସ୍‌

ଯାଜପୁର ରୋଡ୍‌,୨।୧୨(ନି.ପ୍ର.): ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି...

Advertisement
Archives

Model This Week