ଚୋର, ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୩।୬: ଶାନ୍ତ, ସରଳ ଲୋକଙ୍କ ଜିଲା ରୂପେ ପରିଚିତ ରାୟଗଡ଼ାରେ ଏବେ ଅପରାଧ ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ବନ୍ଦ ଘର, ଦୋକାନ, ମନ୍ଦିର, ରାସ୍ତାରେ ଯାଉଥିବା ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ଚୋରି ଏବଂ ଲୁଟ୍‌ ବଢ଼ୁଛି। ଏମିତିକି ଘରେ ପଶି ବନ୍ଧୁକ ମୁନରେ ଭୟଭୀତ କରି ଲୁଟ୍‌ କରିବା ଭଳି ଘଟଣା ବାରମ୍ବାର ନଜରକୁ ଆସୁଛି। ଅଭିନବ ଉପାୟରେ ଅତି ଚତୁରତାର ସହ ଦୁର୍ବୃତ୍ତମାନେ ଚୋରି କରୁଥିବାବେଳେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ଚ୍ୟାଲେଞ୍ଜ ହେଉଛି। ଚୋରିର ଦୀର୍ଘ ମାସ ବିତିଯାଉଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର ପାଉନି। ଏହାକୁ ନେଇ ରାୟଗଡ଼ା ଜିଲାବାସୀ ଏବେ ପୋଲିସ ଉପରୁ ଆସ୍ଥା ହରାଇଛନ୍ତି।
ପୂର୍ବରୁ ଜିଲାରେ ରୋରି ସଂଖ୍ୟା ଅତି କମ୍‌ ରହିଥିବାବେଳେ କରୋନା ପରେ ଏହା ଚୋର ଏବଂ ଡକାୟତଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦିନ ଦ୍ୱିପ୍ରହରରେ ମଧ୍ୟ ନିର୍ଭୟରେ ଚୋରି କରୁଛନ୍ତି। ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଅଭିଯୋଗ ପରେ ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିପାରୁନାହିଁ। ତେଣୁ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରବାସୀ ରାତିରେ ଶାନ୍ତିରେ ଶୋଇବାକୁ ମଧ୍ୟ ଭୟ କରୁଛନ୍ତି। ରାୟଗଡ଼ା ସହରର ସାଇପ୍ରିୟା ନଗର ଅଞ୍ଚଳର ଏମ୍‌. ଭେଙ୍କଟ ରାଓଙ୍କ ଘରେ ଦୁର୍ବୃତ୍ତମାନେ ପଶି ଗୋଡ଼, ହାତ, ଗୋଡ଼ ବାନ୍ଧି ସୁନା ଓ ଟଙ୍କା ଲୁଟି ନେଇଥିଲେ। କାସ୍ତୁରୀ ନଗର ବାସିନ୍ଦା ଏନ୍‌. ସାବିତ୍ରୀଙ୍କ ଘରେ ମଧ୍ୟ ଦୁର୍ବୃତ୍ତମାନେ ପଶି ପୁଅକୁ ଘରୁ ବାହାର କରି ମାରଣାସ୍ତ୍ର ଦେଖାଇ ବେକରୁ ୩ ଭରି ସୁନା ଚେନ୍‌ ଟାଣି ନେଇଥିଲେ। ଉଭୟ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବା ଲୁଟ୍‌ର ଶିକାର ହୋଇଥିବା ପରିବାର ଲୋକେ କହିଛନ୍ତି।
ଏହା ବ୍ୟତୀତ ଜିଲାରେ ଶେଷେଖାଲ ଥାନା ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧ କେଜି ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ମାସେ ପୁରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳତା ପାଇନି। ସେହିପରି ଗୁଣପୁର ଥାନା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ୩କେଜି ସୁନା ଓ ୨ଲକ୍ଷ ଟଙ୍କା ଲୁଟ୍‌ ଘଟଣା, ଠାକୁରାଣୀ ମନ୍ଦିରରୁ ୨ ଥର ଚୋରି, ଥାନା ନିକଟ କାଶୀ ବିଶ୍ୱନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି, ଶନିବାର ଗୁଣପୁର ସହରରେ ଏକ ବନ୍ଦ ଘରୁ ୭ ତୋଳା ସୁନା ଅଳଙ୍କାର ଚୋରି, ବିବାହ କାର୍ଡ ଦେବା ନାଁରେ ବେକରେ ଛୁରୀ ଲଗାଇ ଲୁଟ୍‌ ଉଦ୍ୟମ, ଦୋକାନ ଶଟର୍‌ ତାଡ଼ି ଲୁଟ୍‌ ଆଦି ଘଟଣାର ଏ ପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇପାରିନି। ଏ ନେଇ ଅତିରିକ୍ତ ଏସ୍‌ପି ରାମ ପ୍ରସାଦ ସାହୁଙ୍କୁ ପଚାରବାରୁ, ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ଉଦ୍ୟମ ଚଳାଇଥିବା କହିଛନ୍ତି। ଏଥିସହ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଯୋଗୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରୁନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଗୁଡ଼ିକ ଅକାମି ହୋଇ ପଡ଼ିଛି। ଏଗୁଡ଼ିକୁ ମରାମତି କଲେ ପୋଲିସ ଚୋରମାନଙ୍କୁ ଧରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ସେହିପରି ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri