Posted inଖେଳ

ଧୋନୀଙ୍କ ପରେ ଚେନ୍ନାଇ ମଙ୍ଗ ଧରିବେ ଏହି କ୍ରିକେଟର! କିଛି ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ନୂଆ ଟିମ୍‌ର ମଙ୍ଗ ଧରିବ କିଏ। ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏମ୍‌ଏସ୍‌ ଧୋନୀଙ୍କ ପରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଯାଇପାରେ ବୋଲି କୁହାଯାଉଛି। ରମେଶ ବାଲା ଟୁଇଟରରେ ଶୁକ୍ରବାର ଏକ ପୋଷ୍ଟ କରିବା ପରେ ଏଭଳି କିଛି କଳ୍ପନାଜଳ୍ପନା ଚାଲିଛି।

 

କିଛି ଦିନ ପୂର୍ବେ ଏକ କାର୍ଯ୍ୟକ୍ରମରେ ଧୋନୀ କହିଥିଲେ ଯେ ଯେତେବେଳେ ସେ ଆଇପିଏଲ୍‌ରେ ଶେଷ ମ୍ୟାଚ୍‌ ଖେଳିବେ, ତାହା ଚେନ୍ନାଇର ଚେପାକ ମଇଦାନରେ ହିଁ ହେବ। ଏଣୁ ୨୦୨୨ରେ ସେ କେତୋଟି ମ୍ୟାଚ୍‌ ଖେଳିବେ ଅଥବା ପୂରା ସିଜନ୍‌ ସେ ରହିବେ ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଫ୍ରାଞ୍ଚାଇଜ୍‌ ତାଙ୍କୁ ଆଗାମୀ ଆଇପିଏଲ୍‌ ପାଇଁ ମଧ୍ୟ ରିଟେନ୍‌ କରଛି। ଏବେ ତାଙ୍କ ସହ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଓପନର୍‌ ଋତୁରାଜ ଗାୟକଓ୍ବାଡ ଏବଂ ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍‌ ଅଲିଙ୍କୁ ମଧ୍ୟ ରଖାଯାଇଛି। ଏସବୁ ଦେଖିଲେଧୋନୀଙ୍କ ପରେ ଜାଡେଜାଙ୍କୁ ନୂତନ ଅଧିନାୟକ କରାଯାଇପାରେ। ହେଲେ ଏଯାଏ ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ।

ଜାଡେଜାଙ୍କ ଆଇପିଏଲ୍‌ ଯାତ୍ରା ଦେଖିଲେ ସେ ୨୦୦୮ରେ ଡେବ୍ୟୁ କରିଥିଲେ। ପ୍ରଥମେ ସେ ରାଜସ୍ଥାନ ରୟାଲ୍ସର ଅଂଶ ଥିଲେ। ଏହି ସିଜନ୍‌ରେ ରାଜସ୍ଥାନ ଥରଟିଏ ପାଇଁ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା। ଏହାପରେ ଜାଡେଜା ଚେନ୍ନାଇକୁ ଆସିଥିଲେ। ୨୦୧୮ରେ ଚେନ୍ନାଇ ପୁଣି ଫେରିବା ପରେ ଜାଡେଜା ଏହି ଟିମ୍‌ର ଅଂଶ ହୋଇଥିଲେ। ସିଜନ୍‌ରେ ଚେନ୍ନାଇ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା। ସେବେଠାରୁ ୨୦୨୧ରେ ଚେନ୍ନାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେବା ପର୍ଯ୍ୟନ୍ତ ଜାଡେଜା ଦଳ ଛାଡ଼ି ନ ଥିଲେ। ଏଯାବତ ସେ ୨୦୦ ମ୍ୟାଚ୍‌ ଖେଳିସାରିଛନ୍ତି। ଏଥିରେ ସେ ୨୩୮୬ ରନ୍‌ କରିଥିବା ବେଳେ ୧୨୭ ଉଇକେଟ ନେଇଛନ୍ତି। ମଇଦାନରେ ମଧ୍ୟ ସେ ଜଣେ ମହାନ ଫିଲ୍ଡର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ପରଲୋକ

ନୂଆଦିଲ୍ଲୀ, ୯ା୫ (ପି.ଟି.)- ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ଶନିବାର ସକାଳେ ଲକ୍ଷ୍ନୌରେ ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ବୟସ...

ଆଇପିଏଲ୍‌-୧୪: କୋଲକାତା- ବାଙ୍ଗାଲୋର ମୁକାବିଲା

ଚେନ୍ନାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ପ୍ରଥମଥର ପାଇଁ ଦୁଇଟି ମ୍ୟାଚ୍‌ ଖେଳାଯିବ। ଲିଗ୍‌ର ଦଶମ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ...

ଏସ୍‌ଆର୍‌ ଅନ୍‌ଲାଇନ୍‌ ଚେସ୍‌: ମନୀଷ ଚାମ୍ପିୟନ, ତେଜାସ ରନର୍ସଅପ୍‌

ଭୁବନେଶ୍ୱର,୩।୫(କ୍ରୀଡ଼ା ପ୍ରତିନିଧି)-ଶହୀଦ ନଗରସ୍ଥିତ ଏସ୍‌ଆର ଚେସ୍‌ ସେଣ୍ଟରର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମଥରପାଇଁ ଏକ ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟଗୋଷ୍ଠୀ...

ସିଡନୀ ଟେଷ୍ଟ: ଭାରତ ୨୪୪ରେ ଅଲ୍‌ଆଉଟ୍‌; ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା

ସିଡନୀ,୯।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଶନିବାର ଖେଳ ଜାରି ରହିଛି। ଘରୋଇ ଟିମ୍‌ ପ୍ରଥମ ପାଳିରେ ୩୩୮ ରନ୍‌ କରିଥିବା...

ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ୩୧୪/୮

ସେଞ୍ଚୁରିଅନ୍‌,୧।୩: ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଓପନର ଏଡେନ ମାରକ୍ରମଙ୍କ ଶତକ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ...

ଇଣ୍ଡିଆନ ସୁପରଲିଗ୍‌ : ଜାମଶେଦପୁର-ଇଷ୍ଟବେଙ୍ଗଲ ମ୍ୟାଚ୍‌ ଡ୍ର

ଭାସ୍କୋ, ୧୦।୧୨- ଚଳିତ ଆଇଏସ୍‌ଏଲ୍‌ (ଇଣ୍ଡିଆନ ସୁପରଲିଗ୍‌)ରେ ଗୁରୁବାର ଖେଳାଯାଇଥିବା ଜାମଶେଦପୁର ଏଫ୍‌ସି ଓ ଇଷ୍ଟବେଙ୍ଗଲ ମ୍ୟାଚ ଡ୍ର ରହିଛି। ଦୁଇ ଦଳର କୌଣସି ଖେଳାଳି...

ହାଇଦ୍ରାବାଦ ପିଛା ଛାଡ଼ୁନି ପରାଜୟ

ଦୁବାଇ,୨୨।୯: ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଅତିସହଜରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ମାମୁଲି ବିଜୟ ଲକ୍ଷ୍ୟକୁ...

ଆଇଏମ୍‌ଙ୍କ ସହ ଡ୍ର ରଖିଲେ ୧୨ ବର୍ଷୀୟ ଇଶାନ

ମୁମ୍ବାଇ, ୧୦ା୪(ପି.ଟି.): ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟର ରାଉଣ୍ଡ-୩ରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ୧୨ ବର୍ଷୀୟ ଇଶାନ ତେନ୍ଦୋଲକର। ଟପ୍‌ ସିଡ୍‌...

Advertisement
Archives

Model This Week