Posted inଖେଳ

ଯାହା ଚାହୁଁଥିଲି ତାହା ହାସଲ କରିସାରିଛି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହାପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏହି କ୍ରମରେ ଏବେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ବିଶ୍ୱକପ୍‌ ପରେ ନିଜ ପଦ ଛାଡ଼ିବା ନେଇ ସଙ୍କେତ ଦେଇଛନ୍ତି।

ଶାସ୍ତ୍ରୀ ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଯାହା ଚାହୁଁଥିଲି ତାହା ହାସଲ କରିସାରିଛି। ଦୀର୍ଘ ଦିନ ଧରି ଏହି ପଦରେ ରହିଥିଲି। ଏବେ ମୁଁ ଆଉ ସେହି ଜାଗାରେ ରହିପାରିବି ନାହିଁ। ପାଞ୍ଚ ବର୍ଷ ଯାଏ ଟେଷ୍ଟରେ ଶୀର୍ଷ ସ୍ଥାନ, ଦୁଇଥର ଅଷ୍ଟ୍ରେଲିଆକୁ ତାର ଦେଶରେ ହରାଇବା, ଇଂଲଣ୍ଡରେ ଜିତିବା ଆଦି ମୋ’ କାର୍ଯ୍ୟକାଳ ସମୟରେ ହୋଇଛି। ଆମେ ପ୍ରତ୍ୟେକ ଦେଶକୁ ହ୍ବାଇଟ୍‌ ବଲ କ୍ରିକେଟରେ ତାଙ୍କ ଦେଶରେ ହରାଇଛୁ। ମୋ ପାଇଁ ଏତିକି ବହୁତ। ଯଦି ଆମେ ଟି୨୦ ବିଶ୍ୱକପ୍‌ ଜିତିଯାଉ ତେବେ ସେହି ଗୋଟିଏ କଥା ରହିଯାଇଛି। ଏସବୁ ଦେଖିଲେ ମୁଁ ସବୁକିଛି ହାସଲ କରିସାରିଛି ବୋଲି ମନେ ହେଉଛି।

କହିରଖୁଛୁ, ଏହି ବିଶ୍ୱକପ୍‌ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଣୁ ବିସିସିଆ ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ ସେ ନେଇ ଚିନ୍ତା କରୁଛି। ପୁଣିଥରେ ଅନିଲ କୁମ୍ବଲେ ଦଳର କୋଚ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ବ୍ୟତିତ ଭିଭିଏସ୍‌ ଲକ୍ଷ୍ମଣଙ୍କ ନାମ ମଧ୍ୟ ବିଚାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୁର୍ଖଙ୍କ ଭଳି କାର୍ଯ୍ୟ କଲେ, ପରିଣାମ ଭୋଗିବାକୁ ପଡ଼େ’

ନୂଆଦିଲ୍ଲୀ,୧୭।୨: ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଖେଳିବେ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ...

ପୃଥ୍ବୀ ଶ’ଙ୍କ ତଣ୍ଟି ଚିପିଲେ ଏହି କ୍ରିକେଟର୍‌

ଅହମଦାବାଦ,୩୦।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ଆକ୍ରମଣାତ୍ମକ ଓପନର୍‌ ପୃଥ୍ବୀ ଶ’ଙ୍କ ଚମତ୍କାର ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟ୍‌ରେ...

ହିର୍‌ଓ୍ବାନୀ ମହିଳା ଦଳର ସ୍ପିନ ବୋଲିଂ ପରାମର୍ଶଦାତା

ନୂଆଦିଲ୍ଲୀ, ୧୮।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ତଥା ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ସ୍ପିନ କୋଚ୍‌ ନରେନ୍ଦ୍ର ହିରଓ୍ବାନୀଙ୍କୁ ଗୁରୁବାର ନୂଆ ଦାୟିତ୍ୱ ମିଳିଛି।...

ସୁମାକରଙ୍କ ପୁଅ ମିକ୍‌ ଫର୍ମୁଲା-୧ରେ ଡେବ୍ୟୁ କରିବେ

ସାଖିର,୩।୧୨(ଏପି): ଫର୍ମୁଲା-୧ କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ପୁଅ ମିକ୍‌ ସୁମାକର ଆଗାମୀ ସେସନ୍‌ରେ ଫର୍ମୁଲା-୧ରେ ପଦାର୍ପଣ କରିବେ। ସେ ହାସ୍‌ ଟିମ ତରଫରୁ ପ୍ରତିନିଧିତ୍ୱ କରିବେ।...

କ୍ରିକେଟ୍‌ରୁ ବ୍ରେକ୍‌ ନେଲେ ନବୀନ

କାବୁଲ,୭।୧:ଆଫଗାନିସ୍ତାନର ଦ୍ରୁତ ବୋଲର ନବୀନ ଉଲ ହକ କ୍ରିକେଟ୍‌ରୁ ବ୍ରେକ୍‌ ନେଇଛନ୍ତି। ସେ ମାତ୍ର ୭ଟି ଦିନିକିଆରେ ନିଜର ବୋଲିଂ ଯାଦୁ ଦେଖାଇଥିଲେ। କିନ୍ତୁ ଏବେ...

ବିଶ୍ୱ ଫର୍ନାଣ୍ଡୋଙ୍କୁ ୫ ଉଇକେଟ ସଫଳତା

ଜୋହାନ୍ସବର୍ଗ, ୫ା୧ (ଏପି)-ବିଶ୍ୱ ଫର୍ନାଣ୍ଡୋଙ୍କ ୫ ଉଇକେଟ ସଫଳତା ସତ୍ତ୍ୱେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା...

ବୋଲରଙ୍କ ଲାଇନ, ଲେନ୍ଥ ବିଗାଡ଼ି ଦେଲେ

କଲମ୍ବୋ,୧୮।୭: ଶ୍ରୀଲଙ୍କା ବୋଲରଙ୍କ ଲାଇନ, ଲେନ୍ଥ ହଜାଇ ଦେଲା ପୃଥ୍ବ ଶ’ ଓ ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୨୬୩...

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

Advertisement
Archives

Model This Week