Posted inଖେଳ

ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ଚିବା(ଜାପାନ),୫।୮: ଭାରତୀୟ ରେସ୍‌ଲର ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ସେ ୫୭ କେ.ଜି. ବର୍ଗ ସେମିଫାଇନାଲରେ କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି। ଭାରତର ଦ୍ୱିତୀୟ ରେସ୍‌ଲର ଭାବେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିବା ରବି ଏବେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ। ଅନ୍ୟତମ ରେସ୍‌ଲର ଦୀପକ ପୁନିଆ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ସେ ବ୍ରୋଞ୍ଜ ପଦକ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ନୀରଜ ଚୋପ୍ରା। ଯୋଗ୍ୟତା ପର୍ଯ୍ୟାୟରେ ସେ ୮୬.୬୫ ମିଟର ଥ୍ରୋ କରି ଅନ୍ୟ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ ୬୯ କେଜି ବିଭାଗ ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ବୁସେନାଜ ସୁର୍ମେନେଲିଙ୍କଠାରୁ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ଆର୍ଜେଣ୍ଟିନାଠାରୁ ୧-୨ ଗୋଲରେ ପରାଜିତ ହୋଇଛି। ଏହି ଦଳ ବ୍ରୋଞ୍ଜ ପଦକ ମୁକାବିଲାରେ ଗ୍ରେଟ୍‌ ବ୍ରିଟେନକୁ ଭେଟିବ।
ଦହିୟାଙ୍କ ପୂର୍ବରୁ ସୁଶୀଲ କୁମାର ଏକମାତ୍ର ଭାରତୀୟ ଭାବେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ବାଉଟ୍‌ରେ ପ୍ରବେଶ କରିଥିଲେ। ତେବେ ସେ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ। ଦହିୟା ଏବେ ପଞ୍ଚମ ରେସ୍‌ଲର ଭାବେ ଅଲିମ୍ପିକ ପଦକ ହାସଲ କରିବା ନିଶ୍ଚିତ ହୋଇଛି। ହରିୟାଣାର ନହରି ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଦହିୟା ଇଭେଣ୍ଟରେ ଚତୁର୍ଥ ସିଡ୍‌ ମାନ୍ୟତା ପାଇଥିଲେ। ସେ ସାନାୟେଭଙ୍କ ବିପକ୍ଷରେ ୨-୯ରେ ପଛରେ ପଡ଼ିଥିଲେ। କିନ୍ତୁ ଏହାପରେ ଦହିୟା ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଡବଲ ଲେଗ୍‌ ଆଟାକ କରି ବିଜୟୀ ହୋଇଥିଲେ। ଗୋଟିଏ ମିନିଟ ପୂର୍ବରୁ ସେ ବାଜି ମାରିନେଇଥିଲେ।
ଏହା ମୋ ପାଇଁ ଏକ ବଡ଼ ସଫଳତା ବୋଲି ବିଜୟ ପରେ ଦହିୟା କହିଛନ୍ତି। ତେବେ କାର୍ଯ୍ୟ ଶେଷ ହୋଇନାହିଁ। ସ୍ବର୍ଣ୍ଣ ପଦକ ଜିତିବା ମୋର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଗୁରୁବାର ଫାଇନାଲ ବାଉଟ୍‌ରେ ସେ ଏବେକାର ବିଶ୍ୱ ଚାମ୍ପିୟନ ରୁଷିଆର ଜାଭୁର ଉଗୁଏଭଙ୍କୁ ଭେଟିବେ। ପୂର୍ବରୁ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ସେ ଉଗୁଏଭଙ୍କଠାରୁ ପରାସ୍ତ ହୋଇଥିଲେ। ପ୍ରଥମେ ବୃହତ୍‌ ବ୍ୟବଧାନରେ ପଛରେ ପଡିଥିଲେ ମଧ୍ୟ ଦହିୟା ହତୋତ୍ସାହ ହୋଇ ନ ଥିଲେ। ସେ ମାନସିକ ଦୃଢ଼ତାର ପରିଚୟ ଦେଇ ମୁକାବିଲାକୁ ନିଜ ଅକ୍ତିଆରକୁ ନେଇଥିଲେ। ପ୍ରଥମ ପିରିୟଡ ଶେଷ ସୁଦ୍ଧା ଦହିୟା ୨-୧ରେ ଅଗ୍ରଣୀ ହୋଇଥିଲେ। କିନ୍ତୁ ସାନାୟେଭ ପୂର୍ଣ୍ଣ ପ୍ରସ୍ତୁତିର ସହ ଦହିୟାଙ୍କ ବାମ ଗୋଡକୁ ଆଟାକ କରିଥିଲେ ଓ ୬ ପଏଣ୍ଟ ହାସଲ କରି ନେଇଥିଲେ। ତେବେ ଏହାର ଗୋଟିଏ ମିନିଟ୍‌ ପରେ ସେ ମୁକାବିଲାର ପଟ ପରିବର୍ତ୍ତନ କରିଥିଲେ। ଦହିୟା ପ୍ରଥମ ମୁକାବିଲାରେ କଲମ୍ବିଆର ଟାଇଗ୍ରେରୋସ ଉରବାନୋଙ୍କୁ ୧୩-୨ର ହରାଇଥିଲେ। ଏହାପରେ ସେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ ଭାନଗେଲୋଭଙ୍କୁ ୧୪-୪ରେ ହରାଇଥିଲେ।
ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଦହିୟା ଅଭ୍ୟାସ କରୁଥିଲେ। ଏହି ଷ୍ଟାଡିୟମରେ ଅଭ୍ୟାସ କରି ସୁଶୀଲ କୁମାର ଓ ଯୋଗେଶ୍ୱର ଦତ୍ତ ମଧ୍ୟ ଅଲିମ୍ପିକ ପଦକ ହାସଲ କରିଥିଲେ। କୋଚ୍‌ ସତ୍‌ପାଲ ସିଂ ଦହିୟାଙ୍କ ପ୍ରଦର୍ଶନକୁ ଐତିହାସିକ ବୋଲି କହିଛନ୍ତି। ୮ ଅଙ୍କ ପଛରେ ରହି ଦହିୟା ଯେଉଁଭଳି ଭାବେ ପ୍ରତ୍ୟାବର୍ତ୍ତନ କଲେ ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ସେ ସ୍ବର୍ଣ୍ଣ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ଦହିୟା କାଜାଖସ୍ତାନର ଅଲମାଟିରେ ଓ ୨୦୨୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୯ରେ ନୁର ସୁଲତାନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୧୮ରେ ବୁକାରେଷ୍ଟରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ଓ ୨୦୧୫ରେ ବିଶ୍ୱ ଜୁନିୟର ରେସ୍‌ଲିଂରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ।
ପୂର୍ବରୁ କେ.ଡି. ଯାଦବ ପ୍ରଥମ ଭାରତୀୟ ରେସ୍‌ଲର ଭାବେ ୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ପଦକ ହାସଲ କରିଥିଲେ। ସେ ବ୍ରୋଞ୍ଜ ପଦକ ହାସଲ କରି ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ବିଜେତା ସାବ୍ୟସ୍ତ ହୋଇଥିଲେ। ଏହାପରେ ସୁଶୀଲ କୁମାର ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହାର ୪ ବର୍ଷ ପରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସୁଶୀଲ ଭାରତର ପ୍ରଥମ ଆଥ୍‌ଲେଟ ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାର ବିରଳ ସଫଳତା ପାଇଥିଲେ। ବର୍ତ୍ତମାନ ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଦ୍ୱିତୀୟ ଭାରତୀୟ ଖେଳାଳିଭାବେ ଦୁଇଟି ଅଲିମ୍ପିକ ପଦକ ହାସଲ କରି ସୁଶୀଲଙ୍କ ସମକକ୍ଷ ହୋଇଛନ୍ତି। ୨୦୧୨ ଅଲିମ୍ପିକ୍ସରେ ଅନ୍ୟତମ ରେସ୍‌ଲର ଯୋଗେଶ୍ୱର ଦତ୍ତ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହାପରେ ମହିଳା ରେସ୍‌ଲର ସାକ୍ଷୀ ମଲିକ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ମଧ୍ୟ ରେସ୍‌ଲିଂରେ ପଦକ ହାସଲ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri