ଅକ୍ଷୟ କୁମାରଙ୍କ ସହ ନିର୍ବନ୍ଧ ପରେ ଭାଙ୍ଗିଯାଇଥିଲା ଏହି ଅଭିନେତ୍ରୀଙ୍କ ବିବାହ

୧୯୯୦ ମସିହାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ରବୀନା ଟଣ୍ଡନ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଟୋବର ୨୬, ୧୯୭୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଆଜି ମଧ୍ୟ ନିଜ ଅଭିନୟରେ ଲୋକମାନଙ୍କ ହୃଦୟରେ ରାଜ କରନ୍ତି। ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ୍‌’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ରବୀନା। ସେ ବହୁତ ଗୁଡ଼ିଏ ସୁପରହିଟ ଫିଲ୍ମ କରିଛନ୍ତି। ରିଲ ଲାଇଫରେ ତାଙ୍କର ଲଭ ଷ୍ଟୋରୀ ବହୁତ ଚର୍ଚ୍ଚାରେ ରହିଥିଲା। ୧୯୯୪ରେ ଫିଲ୍ମ ମୋହରାରେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କ ଯୋଡ଼ି ସମସ୍ତଙ୍କ ମନକୁ କିଣିଥିଲା। ଏହି ଫିଲ୍ମର ଗୀତ ଟିପ୍‌ ଟିପ୍‌ ବର୍ଷା ପାନି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହି ଫିଲ୍ମ ପରେ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ବସିଥିଲେ। ଉଭୟଙ୍କ ନିର୍ବନ୍ଧ ମଧ୍ୟ କରିଥିଲେ କିନ୍ତୁ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ। କାରଣ ଅକ୍ଷୟ ତାଙ୍କୁ ଫିଲ୍ମ କରିବାକୁ ମନା କରିଥିଲେ ଏବଂ ରବୀନା ନିଜର ଫିଲ୍ମ କ୍ୟାରିୟର କୁ ଛାଡ଼ିବାକୁ ଚାହୁଁନଥିଲେ କାରଣ ସେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଏବଂ ସେ ନିଜର ପରିଚୟକୁ ଛାଡ଼ିବାକୁ ମନା କରିଥିଲେ। ରବୀନା ଏବଂ ଅକ୍ଷୟଙ୍କ ସମ୍ପର୍କ ଭାଙ୍ଗିବାର ଆଉ ଏକ କାରଣ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଥିଲେ। କୁହାଯାଏ ଯେ ଅକ୍ଷୟ ଏବଂ ରବୀନା ମଧ୍ୟ ବିବାହ କରିବାକୁ ଯାଉଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ଅକ୍ଷୟଙ୍କ ଜୀବନରେ ଶିଳ୍ପାଙ୍କ ଏଣ୍ଟ୍ରି ହେବାରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ତାପରେ ରବୀନା ଫିଲ୍ମମେକର ଅନୀଲ ଥଡାନୀଙ୍କ ସହିତ ଦେଖା ହୋଇଥିଲେ। ୨୦୦୩ରେ ରବୀନା ଟଣ୍ଡନଙ୍କ ଜନ୍ମଦିନରେ ଅନିଲ ତଡାନୀ ବିବାହ ପ୍ରସ୍ତାବ ରଖିଥିଲେ ଏବଂ ରବୀନା ହଁ ମଧ୍ୟ କହିଥିଲେ । ୨୦୦୩ ରେ ନଭେମ୍ବର ମାସରେ ଦୁହେଁ ବିବାହ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri