ରତ୍ନଭଣ୍ଡାରରୁ ପୁରୁଣା ସିନ୍ଦୁକ, ଆଲମିରା ସ୍ଥାନାନ୍ତର: ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗକୁ ନେଇ ବଡ଼ ବୟାନ ଦେଲେ ଜଷ୍ଟିସ ରଥ

ପୁରୀ,୨୪ା୮(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ବା ଏସ୍‌ଓପି ଅନୁଯାୟୀ ଶୁକ୍ରବାର ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ପୁରୁଣା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଏହି ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିଲା। ବାହାର ରତ୍ନଭଣ୍ଡାରରୁ ୨ଟି ଆଲମିରା ଓ ଗୋଟିଏ ଲୁହା ସିନ୍ଦୁକ ଏବଂ ଭିତର ଭଣ୍ଡାରରୁ ୨ଟି କାଠ ଆଲମିରା ଓ ୩ଟି ଲୁହା ସିନ୍ଦୁକକୁ ନୀଳାଦ୍ରିବିହାର ମ୍ୟୁଜିୟମ୍‌ ନିକଟ ଅସ୍ଥାୟୀ ଭଣ୍ଡାରଘରକୁ ସ୍ଥାନାନ୍ତର କରାଯାଇଛି। ତେବେ ବାହାର ରତ୍ନଭଣ୍ଡାରରୁ ଲୁହା ସିନ୍ଦୁକ ନ ଆସିପାରିବାରୁ କାଠ କବାଟ କଟାଯାଇଛି। ଉଭୟ ଭଣ୍ଡାରର ସିନ୍ଦୁକ, ଆଲମିରାକୁ ଅଲଗା ଗୃହରେ ନମ୍ବରିଂ କରାଯାଇ ରଖାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟା ସରିଥିବାବେଳେ ଖୁବ୍‌ଶୀଘ୍ର ଭିତର ରତ୍ନଭଣ୍ଡାରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ସ୍ଥାନାନ୍ତର ପ୍ରକ୍ରିୟା ସମୟରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଅପରାହ୍ନ ୧ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ସ୍ଥାନାନ୍ତର କାର୍ଯ୍ୟ ସରିବା ପରେ ଅପରାହ୍ନ ୫ଟା ୩୦ରେ ପୁନର୍ବାର ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ଦୀର୍ଘବର୍ଷ ପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅଧିକୃତ ଟିମ୍‌ ଗତ ଜୁଲାଇ ୧୪ରେ ଶ୍ରୀମନ୍ଦିରରେ ପ୍ରବେଶ କରି ବାହାର ରତ୍ନଭଣ୍ଡାର ଖୋଲି ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରିଥିଲା। ପରେ ଜୁଲାଇ ୧୮ରେ ଉକ୍ତ ଟିମ୍‌ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କରିଥିଲା। ତେବେ ଉଭୟ ରତ୍ନଭଣ୍ଡାରରେ ପୁରୁଣା ଆଲମିରା ଓ ସିନ୍ଦୁକ ପଡ଼ିରହିଥିଲା। ଆଗକୁ ରତ୍ନଭଣ୍ଡାରର ସ୍କାନିଂ ଓ ମରାମତି କାର୍ଯ୍ୟକ୍ରମ ଥିବାରୁ ସରକାରଙ୍କ ପକ୍ଷରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ନିମନ୍ତେ ଏସ୍‌ଓପି ଜାରି କରାଯାଇଥିଲା। ଏହି ଏସ୍‌ଓପି ମୁତାବକ ଶୁକ୍ରବାର ଅଧିକୃତ ଟିମ୍‌ ରତ୍ନଭଣ୍ଡାରକୁ ଯାଇ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରିଛି। କୋଠ ସୁଆଁସିଆ ସେବକମାନେ କାନ୍ଧରେ ଐତିହ୍ୟ ସିନ୍ଦୁକ ଓ ଆଲମିରାଗୁଡ଼ିକୁ ବୋହି ନେଇ ପଶ୍ଚିମଦ୍ୱାର ନିକଟସ୍ଥ ନୀଳାଦ୍ରି ବିହାର ମ୍ୟୁଜିୟମ ପାଖ ଅସ୍ଥାୟୀ ଭଣ୍ଡାର ଘରେ ରଖିଥିଲେ। ମୋଟ ୪ଟି ଲୁହା ସିନ୍ଦୁକ ଓ ୪ଟି ଆଲମିରା ସ୍ଥାନାନ୍ତର କରାଯାଇଛି। ଶୃଙ୍ଖଳିତ ଭାବେ ସ୍ଥାନାନ୍ତର ପ୍ରକ୍ରିୟା ସରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ତଦାରଖ କମିଟିର ଅଧ୍ୟକ୍ଷଙ୍କ ସମେତ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାଢ଼ୀ କହିଛନ୍ତି, ପୂର୍ବରୁ ରତ୍ନଅଳଙ୍କାର ସ୍ଥାନାନ୍ତର ହୋଇଥିବାବେଳେ ଶୁକ୍ରବାର ଖାଲିପଡ଼ିଥିବା ପୁରୁଣା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତରିତ କରାଯାଇଛି। ଅପରାହ୍ନ ପ୍ରାୟ ୨ଟାରେ ପ୍ରାଧିକୃତ ୧୨ଜଣିଆ କମିଟି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପ୍ରଥମେ ବାହାର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ଲୁହା ସିନ୍ଦୁକ ବାହାର କରିବାରେ ସମସ୍ୟା ଦେଖାଯାଇଥିଲା। ଫଳରେ ବାହାର ରତ୍ନଭଣ୍ଡାରର କାଠ କବାଟକୁ କଟାଯାଇ ସିନ୍ଦୁକ ବାହାରକୁ କଢାଯାଇଥିଲା। ପରେ ଅନ୍ୟ ସିନ୍ଦୁକ ଓ ଆଲମିରା ବାହାରକୁ ଅଣାଯାଇଥିଲା। ସମସ୍ତ ଘଟଣା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇଛି। ଭିତର ରତ୍ନଭଣ୍ଡାରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଯାଞ୍ଚ କରିବା ପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖାଯିବ। ଏଏସ୍‌ଆଇ ପକ୍ଷରୁ ଲେଜର ସ୍କାନିଂ ଏବଂ ଅନୁଧ୍ୟାନ ପରେ ମରାମତି କାର୍ଯ୍ୟ ହେବ। ଏହାପରେ ଅଳଙ୍କାରଗୁଡ଼ିକୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇ ଗଣତିମଣତି କରାଯିବ। ସାମଗ୍ରୀ ସ୍ଥାନାନ୍ତର ପରେ ଭିତର ରତ୍ନଭଣ୍ଡାରରେ ଚାବି ଦିଆଯାଇ ସିଲ୍‌ କରାଯାଇଛି। ଚାବି ଜିଲା ଟ୍ରେଜେରିରେ ରହିବ। ସେହିପରି ବାହାର ରତ୍ନଭଣ୍ଡାରର ୩ଟି ଚାବି ଅଛି। ଗୋଟିଏ ଚାବି ଭଣ୍ଡାର ମେକାପଙ୍କ ପାଖରେ, ଆଉ ଗୋଟିଏ ଗଜପତି ମହାରାଜ ଏବଂ ତୃ୍‌ତୀୟଟି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରଖାଯାଇଛି। ଏପରିକି ଭଣ୍ଡାର ଘରୁ ଯେଉଁ ଧୂଳି ବାଲି ବାହାରିଛି ତାକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି। ସେହିପରି ଆଲମିରା ଓ ସିନ୍ଦୁକଗୁଡ଼ିକରେ ତାଲା ପକାଯାଇଛି। ଆଗାମୀ ଦିନରେ କମିଟି ବସି ନିଷ୍ପତ୍ତି ନେବା ସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ। ସେହିପରି କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି, ରତ୍ନଭଣ୍ଡାର ଖାଲି କରିବାର ଆବଶ୍ୟକତା ରହିଥିଲା। ଏବେ ମରାମତି ପାଇଁ ଏଏସ୍‌ଆଇକୁ ତୁରନ୍ତ ହସ୍ତାନ୍ତର କରାଯିବ। ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି ରାସ୍ତା ଥିବା ସେ ଦେଖିନାହାନ୍ତି। ସାପ, ଝିଟିପିଟି କି ଅନ୍ୟ କିଛି ସରୀସୃପ ସେ ଦେଖିବାକୁ ପାଇନାହାନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସମସ୍ତେ ପ୍ରାର୍ଥନା କରିବା ସହ ଦୀପ ବସାନ୍ତୁ ବୋଲି ରଥ କହିଛନ୍ତି। ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହେବା ପୂର୍ବରୁ ପ୍ରଥମେ ଓଡ୍ରାଫ ଟିମ୍‌, ମେଟାଲ ଡିଟେକ୍ଟର ମେଶିିନ୍‌ ଓ ଶେଷରେ ସ୍ନେକ୍‌ ହେଲପ୍‌ ଲାଇନ୍‌ ଟିମ୍‌ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରୀ ମାଡ଼ରେ ଯୁବକ ଗୁରୁତର

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର):ଜଙ୍ଗଲ ପୂଜା ସମୟରେ ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ବାରକୋଟ ଥାନାଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଛୁରୀ ଭୁଷି ହତ୍ୟା…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri