Posted inଜାତୀୟ

ଏହି ତାରିଖରୁ କ୍ୟାନସଲ କରିଦିଆଯିବ ଏମାନଙ୍କ ରାଶନ କାର୍ଡ, ଲିଷ୍ଟରେ ଆପଣ ଅଛନ୍ତି କି, କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୯।୧୦: ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ । ଏହି ଯୋଜନାରେ ଦେଶର କୋଟି ଲୋକ ଉପକୃତ ହେଉଛନ୍ତି। ଭାରତରେ ଅନେକ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। ଏହିପରି ଅନେକ ଲୋକଙ୍କର ଦୁଇଅଳି ଖାଇବା ମଧ୍ୟ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ଭାରତ ସରକାର ଏଭଳି ଲୋକଙ୍କୁ କମ ମୂଲ୍ୟରେ ରାଶନ ଯୋଗାଇଥାନ୍ତି। ଏଥିପାଇଁ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଏହି ଲୋକଙ୍କୁ ରାଶନ କାର୍ଡ ମଧ୍ୟ ପ୍ରଦାନ କରୁଛନ୍ତି। ରାଶନ କାର୍ଡ ସାହାଯ୍ୟରେ ନିକଟସ୍ଥ ସରକାରୀ ରାଶନ ଦୋକାନଗୁଡ଼ିକରେ କମ ମୂଲ୍ୟରେ ରାଶନ ମିଳିପାରିବ। କିଛି ମାସ ପୂର୍ବରୁ, ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ବାଧ୍ୟତାମୂଳକ କରାଯାଇଥିଲାଏଥିପାଇଁ ଶେଷ ତାରିଖ ମଧ୍ୟ ସ୍ଥିର କରାଯାଇଥିଲା। ସରକାର ଏହା ପୂର୍ବରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ସମୟସୀମା ସ୍ଥିର କରିଥିଲେ। କିନ୍ତୁ ପରେ ଏହାକୁ ୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ରାଶନ କାର୍ଡଧାରୀଙ୍କ ପାଇଁ E- KYC ସମୟସୀମା ଡିସେମ୍ବର ୧କୁ ବୃଦ୍ଧି କରାଯାଇଛି। ସମସ୍ତ ରାଶନ କାର୍ଡଧାରୀ ଯେଉଁମାନେ ଡିସେମ୍ବର ୧, ୨୦୨୪ ସୁଦ୍ଧା E- KYC ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି । ସେହି ସମସ୍ତ ରାଶନ କାର୍ଡଧାରୀଙ୍କ ନାମ ରାଶନ କାର୍ଡରୁ ହଟାଯିବ ଏବଂ ସେମାନଙ୍କର ରାଶନ କାର୍ଡ ବାତିଲ ହେବ। ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର E-KYC କରିନାହାଁନ୍ତି। ତେବେ ଆପଣ ନିଜ ଅଞ୍ଚଳର ଯେକୌଣସି ନିକଟତମ ସରକାରୀ ରାଶନ ବଣ୍ଟନ ଦୋକାନକୁ ଯାଇ PoS ମେଶିନ ମାଧ୍ୟମରେ E- KYC କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri