ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ଓ୍ବାଶିଂଟନ,୨୯।୧୦: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସମୟରେ, ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁନୀତା ୱିଲିୟମ୍ସ ଦୀପାବଳି ଅବସରରେ ଆମେରିକା ଏବଂ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ସୁନୀତା ୱିଲିୟମ୍ସ ଦୀର୍ଘ ସମୟ ଧରି ମହାକାଶରେ ଅଟକି ରହିଛନ୍ତି।
ୱିଲିୟମ୍ସ ତାଙ୍କ ବାର୍ତ୍ତାରେ କହିଛନ୍ତି, ଆଇଏସଏସ ତରଫରୁ ଶୁଭେଚ୍ଛା। ମୁଁ ହ୍ବାଇଟ ହାଉସ ଏବଂ ଆଜି ଦିୱାଲୀ ପାଳନ କରୁଥିବା ବିଶ୍ୱର ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଚଳିତ ବର୍ଷ ମୋର ISS, 260 ରେ ଦିୱାଲୀ ପାଳନ କରିବାର ଅନନ୍ୟ ସୁଯୋଗ ଅଛି।

ସୁନିତା କହିଛନ୍ତି ମୋର ପିତା ସବୁବେଳେ ଆମକୁ ଦୀପାବଳି ଓ ଅନ୍ୟାନ୍ୟ ଭାରତୀୟ ପର୍ବ ବିଷୟରେ କୁହନ୍ତି ସ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାକୁ କୁହନ୍ତି। ଦୀପାବଳି ଖୁସିର ପର୍ବ, କାରଣ ବିଶ୍ୱରେ ଭଲ ଲାଗି ରହିଛି। ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳନ କରିଥିବାରୁ ସେ ଆମେରିକାର ରାଷ୍ଟ୍ରପତି ଓ ୁପ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ମୂଳବାସିନ୍ଦା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ମହାକାଶଚାରୀ ବୁଚ ୱିଲମୋର ଜୁନ ମାସରୁ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରେ ଅଛନ୍ତି। ଉଭୟ ମହାକାଶଚାରୀ ଜୁନ ୫ରେ ବୋଇଙ୍ଗର ଷ୍ଟାରଲିନର୍‌ ମହାକାଶଯାନକୁ ନେଇ ଜୁନ ୬ରେ ଅଇଏସଏସରେ ପହଞ୍ଚିଥିଲେ।
କିନ୍ତୁ ବୈଷୟିକ ତ୍ରୁଟି କାରଣରୁ, କ୍ରୁ ବିନା ଷ୍ଟାରଲାଇନରକୁ ପୃଥିବୀକୁ ଫେରାଇବାକୁ ନିଷ୍ପତ୍ତି ନିଆଗଲା। ଏହା ପରେ, ଏହି ବୋଇଙ୍ଗ ମହାକାଶଯାନ ସେପ୍ଟେମ୍ବର ୬ରେ ସଫଳତାର ସହ ପୃଥିବୀକୁ ଫେରିଗଲା। ଅଗଷ୍ଟରେ ନାସା କହିଛି ଯେ ୱିଲମୋର ଏବଂ ୱିଲିୟମ୍ସଙ୍କୁ ପୃଥିବୀକୁ ଫେରାଇବା ଅତ୍ୟନ୍ତ ବିପଦଜନକ ଅଟେ। ଉଭୟ ଯାତ୍ରୀ ଏକ ସପ୍ତାହ ପାଇଁ ମହାକାଶରେ ରହିବାକୁ ଯାଉଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଆସନ୍ତା ବର୍ଷ ଫେବୃଆରୀରେ ଫେରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?