୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା

ଭବାନୀପାଟଣା,୧୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ କାମ ମିଳୁ ନ ଥିବା ଯୋଗୁ ଗରିବ ଲୋକେ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାର ଜୁନାଗଡ ବ୍ଲକ ମିଚାଗାଁର ଧର୍ମାନନ୍ଦ ଦୁର୍ଗା ରାଶନ କାର୍ଡକୁ ୨ ହଜାର ଟଙ୍କାରେ ବନ୍ଧା ପକାଇ ତାମିଲନାଡୁକୁ ଦାଦନ ଖଟିଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଲୋକଙ୍କୁ କାମ ଯୋଗାଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସରକାରୀ ବାବୁମାନଙ୍କ ଦ୍ୱାରା ୬ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହଡପ ହୋଇଥିବାବେଳେ ଏଥିମଧ୍ୟରୁ ୨ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଏବେ ମଧ୍ୟ ସେମାନଙ୍କ ନାମରେ ରହିଛି। ଜୁନାଗଡ ବ୍ଲକ ଆଟିଗାଁ ପଞ୍ଚାୟତର ମିଚାଗାଁର ଧର୍ମାନନ୍ଦ ଦୁର୍ଗା କାମ ନ ପାଇବା ଯୋଗୁ ୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା ପକାଇ ତାମିଲନାଡୁର ତିରୁପୁରକୁରେ ଦାଦନ ଖଟିବା ପାଇଁ ଯାଇଛନ୍ତି। ତାଙ୍କ ସହିତ ସ୍ତ୍ରୀ ନମିତା ଓ ଛୋଟ ପୁଅ ମଧ୍ୟ ଯାଇଛନ୍ତି। ତାଙ୍କ ଘରେ ଏବେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଜବକାର୍ଡ କିମ୍ବା ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ମିଳୁ ନ ଥିବା ଯୋଗୁ ଏହାର ପ୍ରତିବାଦରେ ତାଙ୍କ ସ୍ତ୍ରୀ ନମିତା ଗତ ପଞ୍ଚାୟତ ନିର୍ବାଚନରେ ଆଟିଗାଁ ପଞ୍ଚାୟତ ସରପଞ୍ଚ ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିଲେ। ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ନିଜ ପରିବାର ପ୍ରତିପୋଷଣ ପାଇଁ ୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା ପକାଇ ତାମିଲନାଡୁକୁ ଦାଦନ ଖଟିଯିବା ଘଟଣା ପୁଣି ଚର୍ଚ୍ଚା ହେଉଛି। ଲୋକଙ୍କୁ କାମ ଯୋଗାଇବା ପାଇଁ ଉକ୍ତ ଯୋଜନା ହୋଇଥିଲେ ମଧ୍ୟ ଏହି ଯୋଜନା ଏବେ ମୂଳ ଉଦ୍ଦେଶ୍ୟରୁ ବାଟବଣା ହେବାରେ ଲାଗିଛି। ଗତ ୩ ମାସ ଧରି ଜବକାର୍ଡରେ କାମ କରିଥିବା ଶ୍ରମିକମାନଙ୍କ ପ୍ରାପ୍ୟ ମିଳିନାହିଁ। ଜିଲାରେ ସରକାରୀ ବାବୁମାନେ ୬ ଲକ୍ଷ ୩ ହଜାର ୩୨୫ ଟଙ୍କା ଅର୍ଥ ହଡପ କରିଥିବା ସୋସିଆଲ ଅଡିଟରେ ଗୁମର ଖୋଲିଥିଲା। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ଏହାର ଖୋଲତାଡ କରି ତୁରନ୍ତ ଟଙ୍କା ଭରଣା ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରି ଚିଠି କରାଯାଇଥିଲା। ଏହା ପରେ ସରକାରୀ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଭୟରେ ଟଙ୍କା ଫେରସ୍ତ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ୨ ଲକ୍ଷ ୫ ହଜାର ୯୨୯ ଟଙ୍କା ଭରଣା ନ ହୋଇ ସରକାରୀ ବାବୁମାନଙ୍କ ପାଖରେ ପଡି ରହିଛି। ବର୍ତ୍ତମାନ ଭବାନୀପାଟଣା ସଦର ବ୍ଲକରେ ୨୨ହଜାର ଟଙ୍କା, ଧର୍ମଗଡ ବ୍ଲକରେ ୩୪ ହଜାର ୫୫୮ଟଙ୍କା, ଜୁନାଗଡ ବ୍ଲକରେ ୨୧ ହଜାର ୨୪୮ ଟଙ୍କା, କଲମପୁର ବ୍ଲକରେ ୨୩୫୮୦ ଟଙ୍କା, କର୍ଲାମୁଣ୍ଡା ବ୍ଲକରେ ୨୭ ହଜାର ୪୪୧ ଟଙ୍କା, କେସିଙ୍ଗା ବ୍ଲକରେ ୨୫ ହଜାର ୯୩୮ ଟଙ୍କା, କୋକସରା ବ୍ଲକରେ ୧୬ ହଜାର ଟଙ୍କା, ଲାଞ୍ଜିଗଡ ବ୍ଲକରେ ୧୪ ହଜାର ଟଙ୍କା, ବକେୟା ରହିଛି। ଜିଲାରେ ଲୋକେ କାମ ନ ପାଇ ରାଶନ କାର୍ଡ ବନ୍ଧା କରି ଦାଦନ ଖଟି ଯାଉଥିବାବେଳେ ଅନ୍ୟପଟେ ସରକାରୀ ବାବୁମାନେ ଅର୍ଥ ଯୋଜନାକୁ ବାଟ ମାରଣା କରି ପକେଟରେ ଭରୁଥିବା ଘଟଣା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri