ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବିଡିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ସନ୍ତୋଷ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଜାନୀ , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରୋଜାଲିନ ଦଳାଇ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ ଉପସ୍ଥିତ ଥିଲେ। ସେହିପରି ସହକାରୀ ଯନ୍ତ୍ରୀ ଇଂ. ସୁନୟନା ପାଣିଗ୍ରାହୀ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଧନୁଜ କୁମାର , ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ଶତାଧିକ ବ୍ୟକ୍ତି ରାଶନ କାର୍ଡ , ବିଭିନ୍ନ ପ୍ରକାର ଭତ୍ତା , ଆବାସ ଯୋଜନା କାର୍ଯ୍ୟାଦେଶ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଦାବି ଜଣାଇଥିଲେ। ସାମୂହିକ କିମ୍ବା ଗୋଷ୍ଠୀଗତ ସମସ୍ୟା ନେଇ କେହି ବି ଅଭିଯୋଗ କରିନଥିଲେ। ପରିବାର ସଦସ୍ୟ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ରାଶନ କାର୍ଡରେ ସେମାନଙ୍କ ନାମ ଦରଜ ନଥିବାରୁ ସେମାନଙ୍କୁ ରାଶନ ଦିଆଯାଉନାହିଁ। ସେହିପରି ଗାଁ ମାନଙ୍କରେ ଅଧିକା ସଂଖ୍ୟକ ଯୌଥ ପରିବାର ଭାଙ୍ଗୁ ଥିବାରୁ ନବ ବିବାହିତମାନେ ନୂତନ ଆବାସ ଏବଂ ରାଶନ କାର୍ଡ ପାଇଁ ଆବେଦନ କରୁଛନ୍ତି। ଆବାସ ଯୋଜନା ସର୍ଭେ ସରିଥିବାରୁ ଖୁବ୍‌ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ରାଶନ କାର୍ଡ ସଂଶୋଧନ ପାଇଁ ପଦକ୍ଷେପ ନିଆଯିବା ସହ ଅଧିକା ସଂଖ୍ୟାରେ ରାଶନ କାର୍ଡ ପ୍ରଦାନ ପାଇଁ ହିତାଧିକାରୀ ତାଲିକା ପ୍ରକାଶନ କରାଯାଇ ଜିଲା ପ୍ରଶାସନର ଅନୁମୋଦନ ନିମନ୍ତେ ପଦକ୍ଷେପ ନିଆଯିବ। ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ଭତ୍ତା ପାଇଁ ହିତାଧିକାରୀ ଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ସେ କହିଛନ୍ତି। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନ, ଇଶାନ କିଶାନଙ୍କୁ ନେଇ ବଡ଼ ବୟାନ ଦେଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ୨୦୨୬ ଟି୨୦ ବିଶ୍ୱକପରେ, ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ସଞ୍ଜୁ ସାମସନ ଏବଂ ଇଶାନ…

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

ଗ୍ୟାସ ସିଲିଣ୍ଡର ବୁକ୍‌ କରିବା ହେଲା ସହଜ! WhatsAppଠାରୁ ମିସ୍ଡ କଲ ପର୍ଯ୍ୟନ୍ତ ଘରେ ବସି କରନ୍ତୁ…

ନୂଆଦିଲ୍ଲୀ,୧୪।୩: ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ, ଗ୍ୟାସ ସିଲିଣ୍ଡର ବୁକିଂ ପୂର୍ବ ଅପେକ୍ଷା ଏବେ ସହଜ ହୋଇଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ…

ଜାତୀୟ ଲୋକ ଅଦାଲତ: ୨୪୬ ମାମଲା ଫଇସଲା ସହ ଏତିକି ଟଙ୍କା ଜରିମାନା ଆଦାୟ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା କମିଟି ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ…

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ ନାବିକଙ୍କ ମୃତଦେହ ନେଇ ଯାଉଥିବା ତୁର୍କୀ ବିମାନ, ପ୍ରତିଶୋଧର ଶପଥ ନେଲା…

କଲମ୍ବୋ,୧୪।୩: ଭାରତ ମହାସାଗରରେ ଆମେରିକୀୟ ଆକ୍ରମଣର ଶିକାର ହୋଇଥିବା ଇରାନୀ ଯୁଦ୍ଧଜାହାଜ IRIS ଡେନା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଏହି ଆକ୍ରମଣରେ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri