ଜାତୀୟ ଲୋକ ଅଦାଲତ: ୨୪୬ ମାମଲା ଫଇସଲା ସହ ଏତିକି ଟଙ୍କା ଜରିମାନା ଆଦାୟ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା କମିଟି ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍‌ ମହମ୍ମଦ କଏସ ଅଧ୍ୟକ୍ଷତା କରିଥିଲେ। ସିନିୟର ସିଭିଲ ଜଜ୍‌ ଦେବାଶିଷ ବିଷୋୟୀ, ଏସ୍‌ଡିଜେଏମ୍‌ ସୌମ୍ୟରଞ୍ଜନ ପୃଷ୍ଟି ଓ ଜେଏମ୍‌ଏଫ୍‌ସି ଭିୟେନା ନାୟକ ଉପସ୍ଥିତ ରହି ବିଭିନ୍ନ ବେଞ୍ଚ ମାଧ୍ୟମରେ ମାମଲାଗୁଡ଼ିକର ସମାଧାନ କରିଥିଲେ।
ଲୋକ ଅଦାଲତରେ ମୋଟ୍‌ ୩୬୭ଟି ମାମଲା ଗ୍ରହଣ କରାଯାଇଥିଲା। ସେଥିରୁ ୨୪୬ଟି ମାମଲାର ସମାଧାନ ହୋଇଥିଲା। ଏହି ସମସ୍ତ ମାମଲାରେ ମୋଟ୍‌ ୩୪,୭୫,୯୬୫ ଟଙ୍କାର ସମ୍ମତି ରାଶି ନିର୍ଦ୍ଧାରିତ ହୋଇଥିଲା।
ମାମଲା ଭିତ୍ତିକ ତଥ୍ୟ ଅନୁସାରେ ଏନ୍‌ଆଇ ଆକ୍ଟ (ଧାରା ୧୩୮) ସମ୍ବନ୍ଧୀୟ ୨ଟି ମାମଲାର ସମାଧାନ ହୋଇ ୧୨,୦୭,୬୯୮ ଟଙ୍କା ଆଦାୟ ହୋଇଥିଲା। ମନି ରିକଭରି ମାମଲାରେ ୪ଟି ମାମଲା ସମାଧାନ ହୋଇ ୫,୬୮,୨୬୭ ଟଙ୍କା ଆଦାୟ ହୋଇଥିଲା। ମୋଟର ଦୁର୍ଘଟଣା କ୍ଲେମ ମାମଲାରେ ୨ଟି ମାମଲାର ସମାଧାନ ହୋଇ ୧୨,୦୦,୦୦୦ ଟଙ୍କା କ୍ଷତିପୂରଣ ହିତାଧିକାରୀଙ୍କୁ ଦିଆଯାଇଥିଲା।

ପାରିବାରିକ ବିବାଦ ସମ୍ବନ୍ଧୀୟ ୧ଟି ମାମଲା ସମାଧାନ ହୋଇଥିଲା। ଅନ୍ୟାନ୍ୟ ସିଭିଲ ମାମଲା ୭ଟି ର ସମାଧାନ ହୋଇ ୫,୦୦,୦୦୦ ଟଙ୍କା ସମ୍ମତି ହୋଇଥିଲା। ଅନ୍ୟାନ୍ୟ ଆପରାଧିକ ମାମଲା ୨୩୦ଟି ମଧ୍ୟ ସମାଧାନ ହୋଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଭଞ୍ଜନଗର ବାର୍‌ ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ସମ୍ପାଦକ ଜ୍ୟୋତିରାଜ ପତି, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ସୂଚନା ଅଧିକାରୀ ସନ୍ତୋଷ ନାୟକ ସହିତ ଅନେକ ଆଇନଜୀବୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

ଲୋକ ଅଦାଲତ ବେଞ୍ଚ ସଦସ୍ୟ ଭାବେ ଆଇନଜୀବୀ ରମେଶଚନ୍ଦ୍ର ପଣ୍ଡା ଓ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ମାମଲାଗୁଡ଼ିକର ସମାଧାନ କରିଥିଲେ। ଏଥିରେ ଆଇନ ସେବା କମିଟି ସଦସ୍ୟ ଅଳକା ମଞ୍ଜରୀ ପଟ୍ଟନାୟକ ମଧ୍ୟ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସନ୍ତୋଷ ତିଆଡି, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବଂଶୀଧର ପ୍ରଧାନ, ରବୀନ୍ଦ୍ରନାଥ ଦାସ, ରଜନୀ ପଟ୍ଟନାୟକ ଓ ସମୀର ନାୟକ ପ୍ରମୁଖ ସକ୍ରିୟ ଭାବରେ ଯୋଗଦେଇ ଲୋକ ଅଦାଲତକୁ ସଫଳ କରିଥିଲେ। କୋର୍ଟ କର୍ମଚାରୀ ଅଙ୍କନ ପ୍ରଧାନ, ସୁନୀଲ ମୁଦୁଲି, ପବିତ୍ର ପ୍ରଧାନ ପରିଚାଳନା କରିଥିଲେ। ଲୋକ ଅଦାଲତ ମାଧ୍ୟମରେ ଶୀଘ୍ର ଓ ସହଜ ଭାବରେ ମାମଲାଗୁଡ଼ିକର ସମାଧାନ ହେଉଥିବାରୁ ଲୋକମାନେ ନ୍ୟାୟ ପ୍ରାପ୍ତିରେ ବହୁତ ଉପକୃତ ହେଉଥିବା ଆୟୋଜକମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri