୫୦ ବର୍ଷରେ ରଥସାହି ପୂଜାମଣ୍ଡପ: ସୁନା ଗହଣାରେ ଶୋଭାପାଉଛନ୍ତି ମା ’ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୬।୧୦ (ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ପଣ୍ଡିତ ବ୍ରାହ୍ମଣଙ୍କ ବେଦମନ୍ତ୍ରର ଧ୍ବନିରେ ସମ୍ପୁର୍ଣ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି। ମା ’ ଗଜଲକ୍ଷ୍ମୀଙ୍କ ମେଢ ଦେଖିବା ସାଙ୍ଗକୁ ଆଶୀର୍ବାଦ ଭିକ୍ଷା ଲାଗି ଜନଗହଳି ଲାଗିରହିଥିବା ବେଳେ ମହିଳାଙ୍କ ହୁଳହୁଳି ଶଦ୍ଦରେ ପୂଜାମଣ୍ଡପ ପ୍ରକମ୍ପିତ ହେବାରେ ଲାଗିଛି । ଏଠିକାର ସର୍ବ ପୂରାତନ ହେଉଛି ରଥସାହି ପୂଜା ମଣ୍ଡପ । ଦୀର୍ଘ ୫୦ ବର୍ଷ ହେଲା ଏଠାରେ ମା’ ଗଜଲକ୍ଷ୍ମୀ ପୂଜାପାଇ ଆସୁଛନ୍ତି । କିଛି ବର୍ଷ ହେଲା ଏଠାରେ ଚାନ୍ଦିମେଢ କରାଯାଇ ଆଠ କେଜିରୁ ଉର୍ଦ୍ଧ୍ୱ ରୂପାର ଅଳଙ୍କାର ଭୂଷଣ ହୋଇଆସୁଥିବା ବେଳେ ଚଳିତ ବର୍ଷ ରୂପାସାଙ୍ଗକୁ ସୁନାର ଅଳଙ୍କାରରେ ମା’ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବାରେ ଲାଗିଛନ୍ତି । ଏହା ସାଙ୍ଗକୁ ରଥସାହି ଛକରେ ନିର୍ମିତ ୩୦ ଫୁଟ ଉଚ୍ଚତାର ଆକର୍ଷଣୀୟଇଲୋକ୍ର୍ଟି ତୋରଣ ସାଙ୍ଗକୁ ସମଗ୍ରସାହିଟି ରଙ୍ଗିନ ଆଲୋକରେଝଲସି ଉଠିଛି।ଏହି ମେଢକୁ ଦେଖିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷାଲାଗି ବିଭିନ୍ନ ଗ୍ରାମମାନଙ୍କରୁ ଭକ୍ତଙ୍କ ସୁଅଛୁଟିବାରେ ଲାଗିଛି। ଆସନ୍ତା ୧୫ ତାରିଖରେ ମାଙ୍କୁ ମେଲାଣି ଦିଆଯିବ। ମା ’ ପୂଜାମଣ୍ଡପରେ ଥିବା ପର୍ଯ୍ୟନ୍ତ ହୋମ ଯଜ୍ଞମାନ ଜାରି ରହିବ ବୋଲି ପୂଜାକମିଟି ପକ୍ଷରୁ ଜଣାପଡିଛି । ଏଥିରେ ପୁରୋହିତ ଭାବେ ପଣ୍ଡିତ ମନୋଜ କୁମାର ମହାପାତ୍ର, ଶିବରାମତ୍ରୀପାଠି ଓ ଗାନୁ ଦାଶ ଯୋଗଦେଇ ପୂଜାର୍ଚ୍ଚନା କରୁଥିବାବେଳେ କର୍ତ୍ତାଭାବରେ ଶିଶିର ପଣ୍ଡା ରହିଛନ୍ତ। ଏହାକୁ ସାହିବାସିନ୍ଦା ପରିଚାଳନା କରିବାରେ ଲାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?