ତୋରଣ, ରାବଣ ଦରବାର ଏଥର ଆକର୍ଷଣ

ଅମରପାଲି,୧ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ରଥପୁରରେ ହେଉଥିବା ଦୁର୍ଗାପୂଜା ଚଳିତବର୍ଷ ଦ୍ବିତୀୟ ବର୍ଷରେ ପଦାର୍ପଣ କରିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ପୂଜା ପାଇଁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ୧ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୭ ତାରିଖରେ ସମ୍ପୂର୍ଣ୍ଣ ହେବ। ଚଳିତବର୍ଷ ସୁଉଚ୍ଚ ମେଢ ସାଙ୍ଗକୁ ଆକର୍ଷଣୀୟ ତୋରଣ ଏବଂ ରଙ୍ଗବେରଙ୍ଗର ଚିକ ମିକ ଆଲୋକରେ ସମଗ୍ର ଅଞ୍ଚଳ ସୁସଜ୍ଜିତ କରାଯାଉଛି। ଏହାସହିତ ମୀନାବଜାର ,ପ୍ରତ୍ୟହ ଆଧ୍ୟାତ୍ମିକ ଓ ଆଧୁନିକ ସାଂସ୍କୃତିକ କାର୍ଯ୍ୟକ୍ରମ,ସନ୍ଧ୍ୟାରେ ରାବଣ ଦରବାର ଓ ମେଲୋଡି କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ସବୁ ବର୍ଗର ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ସର୍ବୋପରି ପୂଜାକୁ ଧୂମଧାମରେ ପାଳନ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପୂଜା କମିଟିର ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ଲାଗି ପଡିଛନ୍ତି। ଶନିବାର କଳସ ଯାତ୍ରା ହେବ। ଆସନ୍ତା ୨ତାରିଖ ରବିବାର ଦିନ ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା ,୩ ତାରିଖ ସୋମବାର ମହାଷ୍ଟମୀ ପୂଜା,୪ତାରିଖ ମହାନବମୀ ପୂଜା,୫ ତାରିଖ ବୁଧବାର ବିଜୟା ଦଶମୀ ପୂଜା ହେବାକୁ ସ୍ଥିର ହୋଇଛି। ପୂଜାର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ସର୍ବସମ୍ମତିକ୍ରମେ ସ୍ବାଧୀନ ଖଟୁଆଙ୍କୁ ମୁଖ୍ୟ ଉପଦେଷ୍ଟା, ରାଜୀବ ଖେତି ଙ୍କୁ କାର୍ଯ୍ୟକାରୀ ସଭାପତି,ମଳୟ କୁମାର ଅମାତଙ୍କୁ ସମ୍ପାଦକ ଓ ପ୍ରଫୁଲ୍ଲ ଗାଇଗରିଆ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ପ୍ରତ୍ୟହ ସକାଳୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ,ପୁଷ୍ପାଞ୍ଜଳି ଦିଆଯିବ। ସନ୍ଧ୍ୟା ବେଳେ ସନ୍ଧ୍ୟା ଆଳତି ସହିତ ସାଧାରଣ ଦର୍ଶନର ବ୍ୟବସ୍ଥା ରହିବ। ଶ୍ରଦ୍ଧାଳୁ ଯେପରି ଶାନ୍ତିଶୃଙ୍ଖଳାରେ ଦର୍ଶନ କରିବେ ସେନେଇ ପୋଲିସ ଓ କମିଟିର ସଦସ୍ୟ ସଜାଗ ରହିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶନିବାର ଦିନ ଭକ୍ତି ଆରଧନା ଗୃପ ଦ୍ବାରା ଭଜନ ସମାରୋହ ଏବଂ ରାବଣ ଦରବାରର ଶୁଭାରମ୍ଭ ହେବ।ଏଥିରେ ଦେବେନ୍ଦ୍ର କନ୍ଧେର ରାବଣ ଭୂମିକାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିବେ। ୫ ତାରିଖ ବୁଧବାର ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ରାବଣ ଦରବାର ହେବ। ରବିବାର ଦିନ ଡଭଲା(ବିନିକା)ର ବନ୍ଦିତା ନାୟକଙ୍କ ଦ୍ବାରା ସୁନ୍ଦରାକାଣ୍ଡ ପାରାୟଣ ହେବ। ଏହାସହିତ ସନ୍ଧ୍ୟାରେ ଯୁଗିପାଲି ଓ ପଣ୍ଡକିଟାଲ ମଧ୍ୟରେ ସଂକୀର୍ତ୍ତନ ବୈଠକୀ ପରିବେଷଣ ହେବ। ସୋମବାର ଶାନ୍ତନୁ ସାହୁ ଓ ସାଥୀଙ୍କ ହରିଓଁ ମେଲୋଡି ଦ୍ବାରା ସମ୍ବଲପୁରୀ ଆର୍କେଷ୍ଟା, ମଙ୍ଗଳବାର ରୁକୁ ସୁନା ସାଥୀଙ୍କ ଦ୍ବାରା ସମ୍ବଲପୁରୀ ମେଲୋଡି, ୫ତାରିଖ ବୁଧୁବାର କୃଷ୍ଣଗୁରୁ ଓ ରାବଣପୋଡି କାର୍ଯ୍ୟକ୍ରମ ହେବ। ୬ ତାରିଖ ଗୁରୁବାର ବୀରମହାରାଜପୁର ସୁର ମେଲୋଡି ଦ୍ବାରା ଅର୍କେଷ୍ଟା ହେବ। ୭ତାରିଖରେ ଭସାଣି ହେବ। ଏଥିରେ ଦୁଲଦୁଲି ,ଡିଜେ ସହିତ ପାରମ୍ପରିକ ନୃତ୍ୟ ଦଳ ସାମିଲ ହେବେ।

ଏଠାକାର ପୂଜା ଖୁବ କମ୍‌ ଦିନରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି। ଏଥର କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ଓ ସଫଳ କରିବା ପାଇଁ ସମସ୍ତ ସଦସ୍ୟ, କର୍ମକର୍ତ୍ତା ଓ ଗ୍ରାମବାସୀ ଖୁବ ପରିଶ୍ରମ କରୁଛନ୍ତି।
ସ୍ବାଧୀନ ଖଟୁଆ, ମୁଖ୍ୟ ଉପଦେଷ୍ଟ, ପୂଜା କମିଟି

ଚଳିତବର୍ଷ ଉଭୟ ଦିନ ବେଳା ଓ ସନ୍ଧ୍ୟାରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପାରାୟଣ, ଭଜନ କାର୍ଯ୍ୟକ୍ରମ,ମୁକ୍ତାକାଶ ରଙ୍ଗମଞ୍ଚରେ ରାବଣ ଦରବାର ଓ ରାବଣ ପୋଡି, ମେଲୋଡି, କୃଷ୍ଣଗୁରୁ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ରାଜୀବ ଖେତି, କାର୍ଯ୍ୟକାରୀ ସଭାପତି, ପୂଜା କମିଟି

ଚଳିତବର୍ଷ ପୂଜା ଦ୍ବିତୀୟ ବର୍ଷରେ ପହଞ୍ଚିଛି।ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି।ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି।
ପ୍ରଫୁଲ୍ଲ ଗାଇଗରିଆ, କୋଷାଧ୍ୟକ୍ଷ,ପୂଜା କମିଟି

ସନ୍ଧ୍ୟାଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି। ଏଣୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ପୂଜା କମିଟିର ସଦସ୍ୟ ସଜାଗ ରହିବେ ।
ମଳୟ କୁମାର ଅମାତ, ସମ୍ପାଦକ,ପୂଜାକମିଟି


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri