ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ

ପୁରୀ ଅଫିସ,୨୫ା୬: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଏପଟେ ଶ୍ରୀମନ୍ଦିର ଖଁା ଖଁା। ଏମିତି ବି ୩ ମାସରୁ ଊର୍ଦ୍ଧ୍ୱ ହେଲାଣି କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ରନ୍ଧାଯାଉନି ଷାଠିଏ ପଉଟି। ଫାଙ୍କା ପଡ଼ିିଛି ଶ୍ରୀମନ୍ଦିର ଆନନ୍ଦ ବଜାର। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କୁ ସାଥିରେ ଧରି କାଳିଆ ଠାକୁର ଏବେ ଜନ୍ମବେଦିରେ ଲୀଳା କରୁଛନ୍ତି। ଜଗତର କଲ୍ୟାଣ କଥା ଚିନ୍ତା କରୁଥିବା କୋଟିପ୍ରାଣର ଦେବତା କିନ୍ତୁ ତାଙ୍କ ପରିଜନଙ୍କ ଦାୟିତ୍ୱ ଭୁଲି ଯାଇନାହାନ୍ତି। ସବୁବେଳେ ଘର କଥା ବୁଝୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଘର ଛାଡ଼ିବା ବେଳେ ଅର୍ଦ୍ଧାଙ୍ଗିନୀ କିପରି ଚଳିବେ ସେ ବ୍ୟବସ୍ଥା କରିଛନ୍ତି। ଶ୍ରୀଦେବୀଙ୍କ ଚଳିବା ପାଇଁ ଚାଙ୍ଗୁଡ଼ାରେ ଦେଇ ଆସିଛନ୍ତି କଳମ ଶାଗ, ନଡ଼ିଆ ଓ କିଛି ଚାଉଳ। ଏଥିରେ ୯ ଦିନ ଚଳିବେ ଶ୍ରୀଦେବୀ। ରଥଯାତ୍ରା ସହ ଯୋଡ଼ି ହୋଇ ରହିଛି ଏଭଳି ଏକ ନିଆରା ପରମ୍ପରା। ଦାରୁବିଗ୍ରହ ରଥଯାତ୍ରାରେ ଯିବା ପରେ ଶ୍ରୀମନ୍ଦିର ଜଗମୋହନରେ ଶ୍ରୀଦେବୀ, ଭୂଦେବୀ ଓ ମାଧବ ପୂଜା ପାଇଥାନ୍ତି। ଏବେ ଶ୍ରୀଦେବୀଙ୍କ ପାଖରେ ରହିଛି କଳମ ଶାଗ, ନଡ଼ିଆ ଓ ଚାଉଳ। ରୋଷଘର ସମ୍ପୂର୍ଣ୍ଣ ଶୂନ୍‌ଶାନ୍‌।
ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, କଥିତ ଅଛି ମହାପ୍ରଭୁ ୯ ଦିନ ପାଇଁ ଘୋଷଯାତ୍ରାରେ ଯିବା ପୂର୍ବରୁ ଶ୍ରୀଦେବୀ କିପରି ଚଳିବେ ସେ ନେଇ ବ୍ୟବସ୍ଥା କରିଥାନ୍ତି। ତେଣୁ ଆଡ଼ପ ମଣ୍ଡପକୁ ଯାତ୍ରା ପୂର୍ବରୁ ଅର୍ଦ୍ଧାଙ୍ଗିନୀଙ୍କୁ କଳମ ଶାଗ, ନଡ଼ିଆ ଓ ଚାଉଳ ଦେଇଯାଇଛନ୍ତି। କିନ୍ତୁ ମହାପ୍ରଭୁଙ୍କୁ ପାଖରେ ନ ପାଇ ଶ୍ରୀଦେବୀ ବିରହ ବେଦନାରେ ରହିଛନ୍ତି। ଶ୍ରୀଦେବୀ ରୁକ୍ମିଣୀ ଭାବେ ମହାପ୍ରଭୁଙ୍କୁ ବିବାହ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗଇଣ୍ଠାଳ ଫିଟିନାହିଁ କି ଚତୁର୍ଥୀ କର୍ମ ଓ ବନ୍ଦାପନା ହୋଇନାହିଁ। ବିରହିଣୀ ଶ୍ରୀଦେବୀ ବିଳାସ ବ୍ୟସନରେ ନ ରହି ସାଧାରଣ ଜୀବନଯାପନ କରୁଛନ୍ତି। ମହାପ୍ରଭୁଙ୍କ ପାଇଁ ଷାଠିଏ ପଉଟି ରାନ୍ଧୁଥିବା ମା’ ବର୍ତ୍ତମାନ ନିଜ ପାଇଁ ଗଣ୍ଡେ ରୋଷେଇ କରୁନାହାନ୍ତି। ସ୍ବାଦିଷ୍ଟ ବ୍ୟଞ୍ଜନ ପରିତ୍ୟାଗ କରି କଳମ ଶାଗ, ନଡ଼ିଆ ଓ ଚାଉଳରେ ଚଳାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri