ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ଜୟପୁର, ୨୨ା୫(ନି.ପ୍ର.): ଜୟପୁରର ଐତିହାସିକ ରଥଯାତ୍ରା ନେଇ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ା ସ୍ଥାନୀୟ ପୌର ପରିଷଦର ସଭା ଗୃହରେ ହୋଇଥିବା ଏହି ବୈଠକରେ ଉପ ଜିଲାପାଳ ବେଦବର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ଗତ ୨ ବର୍ଷ କୋରନା ପାଇଁ ମନ୍ଦିର ପରିସରରେ ରଥଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ବଡଦାଣ୍ଡରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ା ଜୟପୁରରେ ରଥଯାତ୍ରାର ପ୍ରଥମ ଦିନ ପହଣ୍ଡି ହେଉଥିବା ବେଳେ ଦ୍ୱିତୀୟ ଦିନ ରଥଯାତ୍ରା ହୋଇଥାଏ। ସେହି ପରମ୍ପରା ଅନୁସାରେ ରଥଯାତ୍ରା ହେବ ା ଅପରାହ୍ନ ୨ ଟାରେ ରଥ ଟଣା ହେବ ା ରଥ ଟଣା ସମୟରେ ୨୫ରୁ ଅଧିକ ସେବାୟତ ରଥ ଉପରେ ଚଢିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି ା ରଥରେ ଅଶ୍ଲୀଳ ଗୀତ ବନ୍ଦ ହୋଇଥିବା ବେଳେ ଚଳିତବର୍ଷ ରଥଯାତ୍ରା ଦିନ ଓ ବାହୁଡା ଦିନ ମଦ ବିକ୍ରି ବନ୍ଦ ରହବ। ଶାନ୍ତି ଶୃଙ୍ଖଳାରେ ରଥ ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବ। ପରିମଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟ ଓ ସୁରକ୍ଷା, ବିଦ୍ୟୁତ୍‌କରଣ, ପାନୀୟ ଜଳ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ବେଚ୍ଛାକୃତ ସେବା, ରଥ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଜୟପୁର ବାଙ୍କମଠାରେ ଗୁଣ୍ଡିଚା ମନ୍ଦିର ରହିଛି। ଏହି ରାସ୍ତାକୁ ମରାମତି କରିବା ଲାଗି ବିଧାୟକ ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ତହସିଲଦାର ତଥା ଦେବୋତ୍ତର ଅଧିକାରୀ ପ୍ରଧାନ ଟୁଲ୍ଲି ଆମ୍ମା, ଏସ୍‌ଡିପିଓ ଅରୁପ ଅଭିଷେକ ବେହେରା, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅଶ୍ୱିନ ମହାପାତ୍ର , ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାଷ୍କର ସାମନ୍ତରାୟ, ଲୋକ ସମ୍ପର୍କ ବିଭାଗର ଯୋଶଦା ଗାଦବା, ଦେବୋତ୍ତର ଉପଦେଷ୍ଟା କମିଟିର ସଭାପତି ଲାଲୁ ମିଶ୍ରଙ୍କ ସହ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ଜୁଲାଇ ୧ ତାରିଖରେ ରଥଯାତ୍ରା ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?