ଦକ୍ଷିଣମୋଡ଼ ହେଲା ତିନି ରଥ

ପୁରୀ ଅଫିସ, ୧୮ା୭: ଭଉଣୀ ଭାଇଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଜନ୍ମବେଦିରେ ଲୀଳା କରୁଛନ୍ତି। ଆଡ଼ପ ମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ମୁଖ୍ୟଦ୍ୱାର ସମ୍ମୁଖରେ ଥିବା ତିନିରଥକୁ ଶନିବାର ଦକ୍ଷିଣମୋଡ଼ କରାଯାଇଛି। ପରେ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯାଇଛି।

ପୂର୍ବାହ୍ନ ୧୧ଟା ୫୫ ମିନିଟ୍‌ରେ ମହାପ୍ରଭୁଙ୍କ ଆଜ୍ଞାମାଳ ଅଣାଯାଇ ପ୍ରଥମେ ତାଳଧ୍ୱଜ ରଥରେ ଲାଗିକରାଯାଇଥିଲା। ଏହାପରେ ରଥ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେବାୟତ ଓ ପୋଲିସ କର୍ମଚାରୀ ମିଶି ରଥ ଟାଣିଥିଲେ। ପରମ୍ପରା ଅନୁଯାୟୀ, ପ୍ରଥମେ ଦର୍ପଦଳନ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା। ମଧ୍ୟାହ୍ନ ୧୨ଟା ୧୫ରେ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ଟାରେ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଥିଲା। ଏହାପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ରଥ ଦକ୍ଷିଣମୋଡ଼ ପ୍ରକ୍ରିୟା ସରିଥିଲା।

ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍‌ ବାହାରେ ରହି ଏହା ଦେଖିଥିଲେ। ଅନ୍ୟପକ୍ଷରେ ଆଜ୍ଞାମାଳ ବିଜେ ପରେ ମଧ୍ୟାହ୍ନ ୧୨ଟା ୨୫ରେ ଭୋଗମଣ୍ଡପ ପୂଜା, ଅପରାହ୍ନ ୨ଟା ୨୫ରେ ମହାପ୍ରଭୁଙ୍କ ନୂଆଲୁଗାଲାଗି ବେଶ, ୨ଟା ୩୫ରେ ମଧ୍ୟାହ୍ନ ଧୂପ, ୫ଟାରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଏବଂ ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଶେଷ ହୋଇ ଥିଲା। ସେହିପରି ପରବର୍ତ୍ତୀ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଥିଲା। ଆସନ୍ତା ୨୦ତାରିଖ ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାବିଗ୍ରହ ନାକଚଣା ଦ୍ୱାର ଦେଇ ରଥରେ ବିଜେକରି ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିଲାଗି ପୂର୍ବରୁ ତିନି ରଥର ଯାଞ୍ଚ ସହ ମରାମତି ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

୯୩ବର୍ଷରେ ଚଳଚଞ୍ଚଳ ମହେଶ୍ୱର

ସିମୁଳିଆ, ୨୬।୧(ଡି.ଏନ.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାମ ନ ଥାଇ ମଧ୍ୟ ୯୩ବର୍ଷରେ ଚଳଚଞ୍ଚଳ...

ସର୍ଭର ସମସ୍ୟା: ଜୀବନ ପ୍ରମାଣପତ୍ର ନ ପାଇ ନିରାଶରେ ଫେରୁଛନ୍ତି ପେନ୍‌ସନ୍‌ ଭୋଗୀ

ସୋରଡ଼ା,୯ା୧୧(ଡି.ଏନ୍‌.ଏ.): ନଭେମ୍ବର ମାସରେ ରାଜ୍ୟ ଓ କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥା ଅଧୀନ ପେନ୍‌ସନ୍‌ ଭୋଗୀମାନେ ନିଜ ନିଜ କୋଷାଗାର ଓ ବ୍ୟାଙ୍କମାନଙ୍କୁ ଜୀବନ...

ବୃଦ୍ଧଙ୍କଠାରୁ ଲୁଟିନେଲେ ଦୁର୍ବୃତ୍ତ

ଚିକିଟି,୨୭ା୨(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସ୍‌ ଜିଲା କେ.ନୂଆଗଁା ଥାନା କରବାଲୁଆ ଛକ-ଭୋଳାସିଙ୍ଗି ରାସ୍ତାରେ ଥିବା ମା’ ବଗଳାମୁଖି ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ଜଣେ ବୃଦ୍ଧ ଲୁଟ୍‌ର...

ଆଗୁଆ ନୂଆଁଖାଇ ପର୍ବ ପାଳନ: ଜୋରରେ ଚାଲିିଛି ପ୍ରସ୍ତୁତି ପର୍ବ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଅଧୀନ କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ପଥର୍ଲା ଗାଁରେ ଆଗୁଆ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଏଣୁ ପଥର୍ଲା ନୂଅଁାଖାଇକୁ ଆଉ...

ପଶ୍ଚିମବଙ୍ଗରୁ ଅବାଧରେ ଆସୁଛି ଚୋରା ମଦ

ବାଲିଆପାଳ, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟିଛି। ପଡ଼ୋଶୀ ପଶ୍ଚିମବଙ୍ଗରୁ ପ୍ରତିଦିନ ଚୋରାରେ ବହୁ ଦେଶୀ, ବିଦେଶୀ...

୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି

କେନ୍ଦ୍ରାପଡ଼ା ଅଫିସ, ୩୦।୪: କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି।...

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୫ ଗିରଫ, ୪ ବାଇକ୍‌ ଜବତ

ତାଳଚେର,୧୨ା୩(ନି.ପ୍ର.)-ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ଦୟାସାଗର ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।...

ସଙ୍କଟରେ ରୋଗୀସେବା, ଡିଏମ୍‌ ପାଠ୍ୟକ୍ରମ

କଟକ ଅଫିସ,୧୮ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ହେପାଟୋଲୋଜି ଏବଂ ଏଣ୍ଡୋକ୍ରାଇନୋଲୋଜି। କିନ୍ତୁ ଉଭୟ ବିଭାଗ ଏବେ ଡାକ୍ତର...

Advertisement
Archives

Model This Week