୧୨ ଦୁଆର ବେଢ଼ା ତିଆରି ସରିଲା

ପୁରୀ ଅଫିସ, ୨୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଆଗେଇ ଚାଲିଛି। ତିନିରଥର ଖପୁରି ସମେତ ପାରାଭାଡ଼ିକୁ ମିଶାଇ ତେର ପରସ୍ତ ପୋଟଳ ସେଟିଂ ଶେଷ ହୋଇଥିବା ବେଳେ ବୁଧବାର ତିନିରଥର ପୋଟଳ ତଳକୁ ୪ଟି ଲେଖାଏ ଋଷିପଟା ସେଟିଂ ହୋଇଛି। ତିନିରଥର ବେଦି ପଛ ଭାଗରେ ପଟାବାଡ଼ିଆ ପରେ ସମ୍ମୁଖ ଭାଗରେ ପଟାବାଡ଼ିଆ ସରିବା ସହ ରଥ ଦକ୍ଷିଣ ପାଶର୍‌ବ ଏବଂ ବାମ ପାଶର୍‌ବରେ ପଟା ପଡ଼ିବା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ୪ଟି ଲେଖାଏ ୧୨ଟି ଦୁଆରବେଢ଼ା ନିର୍ମାଣ ସରିବା ପରେ ସେଗୁଡ଼ିକରେ ପ୍ରାଇମର ଦିଆଯାଇ ଚିତ୍ରକାରଙ୍କ ଦ୍ୱାରା ଚିତ୍ର ଅଙ୍କନ ଚାଲିଛି। ତିନିରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଭାଫ୍ରେମରେ ପଟାବାଡ଼ିଆ ପରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ହୋଇଛି। ରୂପକାର ସେବକମାନେ ତିନିରଥର ଶେଷ ୩ଟି ନାଟଗୋଡ଼ର ରୂପ ଖୋଦେଇରେ ଶେଷ ସ୍ପର୍ଶ ଦେଉଛନ୍ତି। ଚିତ୍ରକର ସେବକମାନେ ଦୁଆର ବେଢ଼ାରେ ଚିତ୍ର କରିବା ସହ ରଥ ପାଶର୍‌ବ ଦେବଦେବୀ, ନାଟଗୋଡ଼, ଓଲଟ ଶୁଆ, ସଖୀ ଆଦିରେ ରଙ୍ଗ ଦେଉଛନ୍ତି। ଗୁଜ ଓ ପଟାଗୁଜଗୁଡ଼ିକରେ ଖୋଦେଇ, ରୂପରେ ଚିତ୍ର ଅଙ୍କନ କରୁଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ପ୍ରକୋଷ୍ଠରେ ୧୭ଜଣ ଦରଜି ସେବକ ବୁଧବାର ସୁଦ୍ଧା ତିନିରଥର କନା କଟିଂ ସାରି ଦୁଆର ବେଢ଼ା ପାଇଁ କନା କଟିଂ ସହ ସିଲଭର ଲେସ ଫିଟିଂ ଓ ଚନ୍ଦ୍ରଶାଳୀରେ ଫୁଲ ପକା କାମ ଶେଷ କରିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ପ୍ରତି ଦୁଆରବେଢ଼ା ପାଇଁ ୧୧ଟି ଲେଖାଏ ମୋଟ ୧୩୨ଟି କଣ୍ଟା ନିର୍ମାଣ ସାରି ଜଗତ ପୃଷ୍ଠ ଶେଣୀ କଣ୍ଟା, ସିଂହାସନ କଣ୍ଟା ଏବଂ ସିଂହାସନ ଗୁଣ୍ଠି କଣ୍ଟା ନିର୍ମାଣ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri