ନିର୍ବାଚନ ପରେ ଦରବୃଦ୍ଧି

ପୂର୍ବରୁ ଜିନିଷପତ୍ରର ଆକାଶଛୁଆଁ ମୂଲ୍ୟବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହୋଇପଡ଼ିଥିଲେ। କିନ୍ତୁ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପରେ ତୃତୀୟ ଏନ୍‌ଡିଏ ସରକାର ଆସିବା ପରଠାରୁ ନିତ୍ୟ ପ୍ରୟୋଜନୀୟ ଦ୍ରବ୍ୟ, ବିଶେଷକରି ଖାଦ୍ୟଦ୍ରବ୍ୟର ଦରଦାମ ବଢ଼ିଚାଲିଛି। ଚାଉଳ, ଅଟା, ଡାଲି, ପନିପରିବା, ଏପରିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ମଧ୍ୟ ବଢ଼ିଗଲା। ନିର୍ବାଚନ ସହ ଦରବୃଦ୍ଧିର ସିଧାସଳଖ ଯୋଗାଯୋଗ ନ ଥିଲେ ମଧ୍ୟ ନିର୍ବାଚନର ପ୍ରାକ୍‌କାଳରେ ମୂଲ୍ୟ ବୃଦ୍ଧି ନେଇ ଲୋକଙ୍କ ମନରେ ପ୍ରଶ୍ନ ଥିଲା ଏବଂ ଦେଶବାସୀ ଏଥିରୁ ନିସ୍ତାର ପାଇବାକୁ ଚାହିଁଥିଲେ। ଭାଜପାର ଯାତ୍ରା ପ୍ରତିହତ ହେବାର ବିଭିନ୍ନ କାରଣ ମଧ୍ୟରୁ ଏହା ମଧ୍ୟ ଏକ ବଡ଼ କାରଣ। ଆମ ଦେଶରେ ବର୍ତ୍ତମାନ ଦରବୃଦ୍ଧି ବିଶେଷକରି ଖାଦ୍ୟର ମୂଲ୍ୟ ଅସହଣୀୟ। ଭୁଲିଗଲେ ଚଳିବ ନାହିଁ, ବର୍ଷ ପରେ ବର୍ଷ ଆମ ଦେଶ ବିଶ୍ୱ କ୍ଷୁଧା ସୂଚକାଙ୍କରେ ପଛକୁ ପଛ ଯିବାରେ ଲାଗିଛି ଯାହା ଏବେ ୧୨୬ରେ। ଏ ସମ୍ପର୍କରେ କୌଣସି ଦିନ କେନ୍ଦ୍ର ସରକାରଙ୍କ ଚିନ୍ତା ନାହିଁ। ସବୁ ସମୟରେ ଦେଖାଯାଇଛି ପାଇକାରୀ ମୂଲ୍ୟ ସୂଚକାଙ୍କଠାରୁ ଖୁଚୁରା ମୂଲ୍ୟ ସୂଚକାଙ୍କ ଅନେକ ବେଶି ରହିଥାଏ। ଏଥର ମଧ୍ୟ ତାହା ହିଁ ହୋଇଛି। ଦେଶର ଲୋକଙ୍କ ବ୍ୟବହାରର ଦ୍ରବ୍ୟ କିଣିବାକୁ ପ୍ରୟୋଜନ ଖୁଚୁରା ମୂଲ୍ୟ ସୂଚକ। ଏକ ଥାଳି ଭାତ, ଡାଲି ଓ ପରିବା, ମାଛ ବା ଅଣ୍ଡା କିଣିବା କଠିନ ହୋଇପଡ଼ିଛି ଏବେ ସାଧାରଣ ଲୋକଙ୍କ ପାଇଁ।
ନିର୍ବାଚନ ସହ ସମ୍ପର୍କ ଗୋଟିଏ ସମ୍ଭବ। ତାହାହେଲା ଭୋଟ ପୂର୍ବରୁ ଶାସକ ଦଳଗୁଡ଼ିକର କିଛି ନିଷେଧାଜ୍ଞା ଥିଲା ଏହି ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଉପରେ। ନିର୍ବାଚନ ଫଳ ବାହାରିବା ପରେ ପ୍ରାୟ ଲଗାମଛଡ଼ା ହୋଇପଡ଼ିଛନ୍ତି ଅସାଧୁ ବ୍ୟବସାୟୀମାନେ, ବିଶେଷକରି ଚାଉଳ, ଅଟା, ଖାଇବା ତେଲ ଇତ୍ୟାଦିର ଏକଚାଟିଆ ବ୍ୟବସାୟ କରୁଥିବା ଆଦାନୀ, ଅମ୍ବାନୀ ପ୍ରମୁଖ କର୍ପୋରେଟ ଗୋଷ୍ଠୀ। ଆଉ ମଧ୍ୟ ଦେଶର ଗଣ ବଣ୍ଟନ ବ୍ୟବସ୍ଥା ଏବଂ କୃଷକଙ୍କଠାରୁ ପଣ୍ୟ ସଂଗ୍ରହ ବ୍ୟବସ୍ଥା ପ୍ରାୟ ଭାଙ୍ଗିପଡ଼ିଛି ଗତ ୧୦ ବର୍ଷରେ। ଦେଶରେ ବେସରକାରୀ ବିନିଯୋଗ ଓ କର୍ମସଂସ୍ଥାନ କମିଛି। ପାରିବାରିକ ଆୟ ଓ ସଞ୍ଚୟ କମିଛି। ଲୋକଙ୍କ ହାତରେ ଟଙ୍କା ନାହିଁ। ସେହି ଅଭାବ ସିଧାସଳଖ ବ୍ୟାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପକୁ ଟଙ୍କା ପଠାଇ ପୂରଣ କରାଯାଇ ପାରେନାହିଁ। ଖୋଲା ବଜାରରେ ଗହମ ମୂଲ୍ୟ ୭ ପ୍ରତିଶତ ହାରରେ ଓ ଚାଉଳ ମୂଲ୍ୟ ୧୧ ପ୍ରତିଶତ ହାରରେ ବଢ଼ିଛି। ଡାଲି ମୂଲ୍ୟ ୩୦ ପ୍ରତିଶତ ଓ ଖାଇବା ତେଲର ମୂଲ୍ୟ ୨୦ ପ୍ରତିଶତ ବଢ଼ିଛି ଏବଂ ଆହୁରି ବଢ଼ିବ ବୋଲି ଶୁଣାଯାଉଛି। କୃଷିରୁ ସଂଗ୍ରହ କମାଇ ଦେଇଛି ସରକାର। ଏହାଫଳରେ ଖାଦ୍ୟ ନିଗମରେ ଖାଦ୍ୟଦ୍ରବ୍ୟର ସଞ୍ଚୟ କମିଛି। ଫଳରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିଛି। ଏଣୁ ଏକ ଧାରାବାହିକ ପ୍ରକ୍ରିୟାରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିବାରେ ଲାଗିଛି। ଏହା ଆମର ଅର୍ଥନୀତିକୁ ତ ମଜଭୁତ କରି ନାହିଁ, ଓଲଟି ଭାଙ୍ଗିଦେଇଛି। ଏହି ନୀତି ସହ ଖାଦ୍ୟଦ୍ରବ୍ୟର ଖୁଚୁରା ବିକ୍ରି ଏବଂ ବଣ୍ଟନ ଧୀରେ ଧୀରେ ଚାଲିଯାଇଛି ମୁଷ୍ଟିମେୟ କର୍ପୋରେଟ ପୁଞ୍ଜିପତି ଅର୍ଥାତ୍‌ ଅମ୍ବାନୀ, ଆଦାନୀ ଓ ଅନ୍ୟ ବଡ଼ ବଡ଼ ପୁଞ୍ଜିପତିମାନଙ୍କ ହାତକୁ ବିଭିନ୍ନ ରିଟେଲ ଚେନ୍‌ ମାଧ୍ୟମରେ। ପ୍ରଚଣ୍ଡ ଗରମ ବା ଏଲ୍‌ ନିନୋ ପ୍ରଭାବରେ ଫସଲ ଅମଳ ଆକ୍ରାନ୍ତ ହୋଇଛି। କିନ୍ତୁ ପ୍ରଚଣ୍ଡ ଗରମ ହେବା ପୂର୍ବରୁ ଆମ ଦେଶରେ ଫସଲ ଅମଳ ବେଶ୍‌ ଭଲ ହୋଇଥିଲା। ଡାଲିର ଉପତ୍ାଦନ ଅନ୍ୟ ବର୍ଷ ତୁଳନାରେ ବେଶି ହୋଇଥିଲା। ସରକାର କୃଷକଙ୍କର ସର୍ବନିମ୍ନ ସହାୟକ ମୂଲ୍ୟରେ ଉପତ୍ାଦିତ ଫସଲ କିଣିନାହାନ୍ତି କୃଷକଙ୍କ ପାଖରୁ। ଖରିଫ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଲୁହେବା କେବଳ ଭାଷଣ ମଧ୍ୟରେ ରହିଛି। ପ୍ରତ୍ୟେକ ଶସ୍ୟର ଉପତ୍ାଦନ କ୍ଷେତ୍ରରେ ଚାଷୀ କ୍ଷତି ସହୁଛି। ପ୍ରତି କୁଇଣ୍ଟାଲ ଧାନରେ କ୍ଷତିର ପରିମାଣ ୭୨୧ଟଙ୍କା, ଜୁଆରରେ ୨୦୬୬, ବାଜରାରେ ୨୭୯ ଟଙ୍କା, ସୋୟାବିନ୍‌ରେ ୧୬୧୧ ଟଙ୍କା। ଏହି ତଥ୍ୟ ଦେବାର କାରଣ ଏହା ଯେ, ସରକାର ଚାଷୀଙ୍କୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ କରୁଛି। କମ୍‌ ମୂଲ୍ୟରେ ଫସଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି କୃଷକମାନେ। ବିକ୍ରି ନ ହେଲେ ପନିପରିବା ରାସ୍ତାରେ ଫୋପାଡ଼ି ଦେବାର ଅନେକ ଉଦାହରଣ ଆମ ରାଜ୍ୟରେ ଏବେ ଅଛି।
ତା’ହେଲେ ଫସଲର ଯୋଗାଣ ସମସ୍ୟା ନାହିଁ, କୃଷକ ମୂଲ୍ୟ ପାଉନାହିଁ। ଗଁା ସହରରେ ଯିଏ ଖାଦ୍ୟଶସ୍ୟ କିଣୁଛି, ଚଢ଼ାଦରରେ କିଣୁଛି। କ୍ରେତା ବିକ୍ରେତା କେହି ମୂଲ୍ୟ ପାଉନାହାନ୍ତି। ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ସବୁଦିନ ହେଉଛି। ଏହି ବ୍ୟବସ୍ଥା କ’ଣ ସରକାରଙ୍କ ନୀତି ଯୋଗୁ। କୃତ୍ରିମ ଭାବେ ଅଭାବ ହେଉ ନାହିଁ? ଦେଖାଯାଉଛି ଏହି ମୂଲ୍ୟବୃଦ୍ଧି ଗ୍ରାମାଞ୍ଚଳରେ ସହରଠାରୁ ଅଧିକ। ଗ୍ରାମର କୃଷକ ସହରର ଲୋକଙ୍କଠାରୁ ଆହୁରି ବେଶି ମୂଲ୍ୟରେ କିଣୁଛି। ଭୋଗ୍ୟପଣ୍ୟର ମୂଲ୍ୟ ସୂଚକାଙ୍କରେ ଗ୍ରାମ ଓ ସହର ମଧ୍ୟରେ ପାର୍ଥକ୍ୟ ବଢ଼ିଛି। ଏହି ପାର୍ଥକ୍ୟର ପରିମାଣ ୧.୧୦ ପ୍ରତିଶତ ଥିଲା ଗତ ମେ ମାସରେ। ଏହାର ଅର୍ଥ ନୁହେଁ ସହରର ଲୋକେ ମୂଲ୍ୟବୃଦ୍ଧିର ପ୍ରକୋପ ମୁଖରେ ପଡ଼ୁନାହାନ୍ତି। ମୂଲ୍ୟବୃଦ୍ଧିର ପ୍ରକୋପରୁ କାହାରି ବଞ୍ଚତ୍ବାର ପଥ ନାହିଁ। ୫୦୦ ଟଙ୍କାରେ ସପ୍ତାହର ଆରମ୍ଭରେ ଯେଉଁ ଖାଦ୍ୟ କିଣୁଥିଲେ, ପର ସପ୍ତାହରେ ସେହି ପରିମାଣର ଖାଦ୍ୟ ଏହି ଟଙ୍କାରେ କିଣାଯାଇ ପାରୁନାହିଁ।
ପାଇକାରୀ ଏବଂ ଖୁଚୁରା ମୂଲ୍ୟବୃଦ୍ଧି ହାରରେ ତଫାତ୍‌ ରହୁଛି, କିନ୍ତୁ ପାଇକାରୀ ମୂଲ୍ୟବୃଦ୍ଧିର ହାର ଗତ ମେ ମାସରେ ଥିଲା ତାହାର ପୂର୍ବର ୧୦ ମାସରେ ସର୍ବୋଚ୍ଚ। ଖାଦ୍ୟଶସ୍ୟର ପାଇକାରୀ ମୂଲ୍ୟବୃଦ୍ଧିର ହାର ୩୨.୪୨%। ପିଆଜ କ୍ଷେତ୍ରରେ ଏହି ହାର ୫୮%, ଆଳୁ କ୍ଷେତ୍ରରେ ୬୪%। ଖୁଚୁରା ମୂଲ୍ୟବୃଦ୍ଧି ତ ଆହୁରି ବେଶି ହାରରେ ବଢ଼ିଛି। ମହାରାଷ୍ଟ୍ରରେ ଏକ ସମୀକ୍ଷା ଦେଖାଇଛି ଯେ, ଗତ ୫ ବର୍ଷରେ ଏକ ନିରାମିଷ ଭୋଜନ ଥାଳିର ମୂଲ୍ୟ ବଢ଼ିଛି ୭୧ ପ୍ରତିଶତ। ଅଥଚ ଶ୍ରମଜୀବୀ ଲୋକଙ୍କ ମଜୁରି ତ ଏହି ହାରରେ ବଢ଼ିନାହିଁ। କିଭଳି ଅପପୁଷ୍ଟି, ଖାଦ୍ୟାଭାବରୁ ବଞ୍ଚତ୍ତ ଏହି ଦେଶ? ଏହା ପରେ ପରେ ଅମୁଲ, ମଦର ଡାଇରି ଇତ୍ୟାଦି ଦୁଧର ମୂଲ୍ୟ ବଢ଼େଇ ଦେଇଛନ୍ତି ନିର୍ବାଚନ ପରେ। ସମ୍ପ୍ରତି ମୋବାଇଲ ଫୋନ ଦେଶର ଅର୍ଦ୍ଧାଧିକ ଲୋକ ବ୍ୟବହାର କରୁଛନ୍ତି। ମୋବାଇଲ ଫୋନର ରିଚାର୍ଜ ମୂଲ୍ୟ ଜିଓ ଏବଂ ଭାରତୀ ଏୟାରଟେଲ ଯଥାକ୍ରମେ ୨୨% ଓ ୨୦% ବଢ଼ାଇ ଦେଇଛନ୍ତି। ଏହା ମଧ୍ୟ ଖାଉଟିଙ୍କ ଉପରେ ଆଉ ଏକ ମାଡ଼।
ଦେଶରେ ନିତ୍ୟ ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ବଢ଼ୁଛି କାହିଁକି, ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ସିଧାସଳଖ ଦେଶର ଆର୍ଥିକ ନୀତିର ଦିଗକୁ ଦେଖିବାକୁ ହେବ। କାହାର ମୁନାଫା ପାଇଁ ସରକାର ଦାୟବଦ୍ଧ। ଘରୋଇ କମ୍ପାନୀର ରିଟେଲ ଚେନ୍‌ର ବ୍ୟବସାୟ ନା ଦେଶର କୃଷକ ଓ ଶ୍ରମିକଙ୍କ ସହ ସାଧାରଣ ଜନତାଙ୍କ ଜୀବନ ଜୀବିକା କେଉଁଟା ସରକାରଙ୍କ ଅଗ୍ରାଧିକାର? ଦେଶରେ ଉପତ୍ାଦନ ହେବା ସତ୍ତ୍ୱେ କାହିଁକି ଦରଦାମ୍‌ର କ୍ରମାଗତ ବଢ଼ିବାକୁ ସହ୍ୟ କରିବେ ଜନତା? ରିଜର୍ଭ ବ୍ୟାଙ୍କ ମତରେ ଦରବୃଦ୍ଧିର ଏକ ସହଣୀୟ ମାତ୍ରା ଅଛି, ତାହା ୪%। କିନ୍ତୁ ଆମ ଦେଶରେ ସବୁ ସମୟରେ ଏହା ୪%ରୁ ଅଧିକ ରହୁଛି। ଏହି ସହଣୀୟ ପରିମାଣର ଅର୍ଥ ଯେ ଖୁବ୍‌ ବେଶି ଦରଦାମ୍‌ ସ୍ତର ଆପାତକାଳୀନ କିଛି ବ୍ୟବସାୟୀଙ୍କୁ ଲାଭ ଦେଇପାରେ, କିନ୍ତୁ କୌଣସି ଅବସ୍ଥାରେ ଏହି ପରିମାଣ ଦୀର୍ଘସ୍ଥାୟୀ ହେଲେ ଦେଶର ଅର୍ଥନୀତି ହାମୁଡ଼େଇ ପଡ଼ିବ। ଦେଶର ଅର୍ଥନୀତି କୌଣସିଦିନ ଦେଶର ଜନତାଙ୍କୁ ବାଦ୍‌ ଦେଇ କତିପୟ ବ୍ୟବସାୟୀଙ୍କୁ ନେଇ ଗଢ଼ି ଉଠିପାରେନା। ଏହାଛଡ଼ା ସରକାରୀ ବଣ୍ଟନ ବ୍ୟବସ୍ଥା (ରେଶନ) ଭାଙ୍ଗି ବେସରକାରୀ ବଣ୍ଟନ, ଖୋଲା ବଜାର ଉପରେ ଦରଦାମ୍‌କୁ ଛାଡ଼ିଦେଲେ ଦେଶର ଜନସାଧାରଣ ବଞ୍ଚତ୍ବେ କିପରି? କିଏ ଆଗାମୀ ଦିନର ଉତ୍ପାଦନ ବ୍ୟବସ୍ଥାକୁ ଗଢ଼ିତୋଳିବ?
ଭାରତର ନୂତନ ସଂସଦ ଓ ସରକାର ଦରଦାମ୍‌ ବୃଦ୍ଧି ପରି ଏକ କ୍ରମାଗତ ଉତ୍କଟ ସମସ୍ୟା ପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। ଦେଶବାସୀଙ୍କୁ ବଜାରର ନିଆଁରୁ ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଖରେ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ବାନ।
ମୋ: ୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri