Posted inଜାତୀୟ

ମୂଷା ନେଇଯାଇଥିଲା ୫ ଲକ୍ଷ ଟଙ୍କାର ସୁନା: ଜଣାପଡିବା ପରେ…

ମୁମ୍ବାଇ,୧୭।୬: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏକ ମୂଷା ଗାତରୁ ହଜିଯାଇଥିବା ସୁନା ଅଳଙ୍କାରରେ ପରିପୂର୍ଣ୍ଣ ବ୍ୟାଗ ଉଦ୍ଧାର କରିଛି। ଏହି ବ୍ୟାଗରେ ପାଞ୍ଚ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଥିଲା। ଏହି ବ୍ୟାଗ୍‌କୁ କୌଣସି ଚୋର ନୁହେଁ, ବରଂ ଏକ ମୂଷା ବ୍ୟାଗ ସେଠାକୁ ନେଇଯାଇଥିଲା।
ପୋଲିସ ସୂଚନା ଅନୁସାରେ, ଉପନଗରପାଳ ଡିନ୍ଦୋଶୀ ନିବାସୀ ସୁନ୍ଦରୀ ପ୍ଲାନିବେଲଙ୍କ ଅଳଙ୍କାର ଥିବା ବ୍ୟାଗଟି ହଜିଯାଇଥିଲା। ସେ ଗୋରେଗାଓଁର ଗୋକୁଳଧାମ କଲୋନୀରେ ଘରୋଇ ସହାୟକ ଭାବେ କାମ କରନ୍ତି। ଘଟଣା ଦିନ ସେ ବ୍ୟାଙ୍କରେ ୫ ଲକ୍ଷ ଟଙ୍କାର ସୁନା ଗହଣା ଜମା କରିବାକୁ ଯାଉଥିଲେ। ଏହି ସମୟରେ ସେ ରାସ୍ତାରେ ବୁଲୁଥିବା ଦୁଇ ଜଣ ପିଲାଙ୍କୁ ତାଙ୍କର ବଡାପାଓ ଥିବା ବ୍ୟାଗ ଦେଇଥିଲେ। ତେବେ ସୁନ୍ଦରୀ ବ୍ୟାଙ୍କରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ସେ ତାଙ୍କର ସୁନା ଅଳଙ୍କାର ମଧ୍ୟ ଉକ୍ତ ବ ବ୍ୟାଗରେ ହିଁ ରଖିଥିଲେ। ତେଣୁ ସେ ତୁରନ୍ତ ଦୁଇ ପିଲାଙ୍କୁ ଖୋଜିବାରେ ଲାଗିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ସୁନ୍ଦରୀ ବ୍ୟସ୍ତ ହୋଇ ପୋଲିସର ସହାୟତା ନେଇଥିଲେ। ପୋଲିସ ଘଟଣାର ଯାଞ୍ଚ କରି ଦୁଇ ପିଲା ଓ ସେମାନଙ୍କ ମା’ଙ୍କୁ ଠିକଣା ମିଳିଥିଲା। ସେମାନଙ୍କୁ ପଚରାଉଚରା କରିବା ବେଳେ ସେମାନେ ବଡାବାଓ ଖାଇବାକୁ ଚାହୁଁ ନ ଥିବାରୁ ଉକ୍ତ ବ୍ୟାଗକୁ ନିଟକସ୍ଥ ଅଳିଆ ଗଦାରେ ଫୋପାଡି ଦେଇଥିବା କହିଥିଲେ।
ପୋଲିସ ସିସିଟିଭି ଯାଞ୍ଚ୍‌ କରିଥିଲା। ସିସିଟିଭି ଯାଞ୍ଚ ବେଳେ ନିକଟସ୍ଥ ଡ୍ରେନରେ ଗାତ ଖୋଳି ରହୁଥିବା ଏକାଧିକ ମୂଷା ଉକ୍ତ ବ୍ୟାଗଟିକୁ ଅଳିଆ ଗଦାରୁ ନେଇ ଯାଇଥିବା ପୋଲିସ ଦେଖିବାକୁ ପାଇଥିଲା। ଏହାପରେ ମୂଷା ଗାତ ମଧ୍ୟରୁ ସୁନ୍ଦରୀଙ୍କ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଉଦ୍ଧାର କରାଯାଇ ସୁନ୍ଦରୀଙ୍କୁ ପୋଲିସ ପ୍ରଶାସନ ଏହାକୁ ଫେରାଇ ଦେଇଛି। ବ୍ୟାଗ୍‌ ଭିତରେ ଅଳଙ୍କାର ସବୁ ସୁରକ୍ଷିତ ଥିବାବେଳେ ବଡାପାଓ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହରଭଜନଙ୍କୁ ଡବଲ୍‌ ଝଟ୍‌କା: ଘର ବାହାରେ ଲେଖାଗଲା ‘ଗଦ୍ଦାର’, ପଞ୍ଜାବ ସରକାର ହଟାଇଲେ… 

ଚଣ୍ଡିଗଡ଼,୨୬।୪: ପଞ୍ଜାବର ରାଜନୈତିକ ପାଣିପାଗ ଏବେ ବେଶ ସରଗରମ ରହିଛି। ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ସାମିଲ ହେବାର କିଛି ଦିନ ପରେ, ପୂର୍ବତନ…

ଗୁଳିକାଣ୍ଡ ଘଟଣାକୁ ନେଇ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ବଡ଼ ବୟାନ, କହିଲେ ଯିଏ ଅଧିକ କାମ କରେ…

ଓ୍ବାଶିଂଟନ,୨୬।୪: ଆମେରିକାର ରାଜଧାନୀ ୱାଶିଂଟନର ହିଲଟନ ହୋଟେଲରେ ‘ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ’ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବିବୃତ୍ତି ଜାରି…

ଟଳିଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲେ ୨୩୨ ଯାତ୍ରୀ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀରୁ ଜୁରିଚ ଅଭିମୁଖେ ଯାଉଥିବା ସ୍ବିସ ଏୟାରର ବିମାନ SWR146 ହଠାତ ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ସୃଷ୍ଟି ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଏକ…

ଟ୍ରମ୍ପଙ୍କୁ ଆଟାକ୍‌ ନେଇ ମୁହଁ ଖୋଲିଲେ ମୋଦି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୨୬।୪: ହ଼୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରତିକ୍ରିୟା ଜାରି କରିଛନ୍ତି। ଶନିବାର, ରାତ୍ରୀଭୋଜନ କାର୍ଯ୍ୟକ୍ରମ ସମୟରେ…

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ଟ୍ରେନ୍‌ ଯାତ୍ରାରେ ଶିଶୁ ଅଧିକାର

ଚଳିତ ମାସ ୨ ତାରିଖରେ ମୁଁ ରାଜଧାନୀ ଭୁବନେଶ୍ୱରରୁ ମୋ ଘର ଢେଙ୍କାନାଳକୁ ଟ୍ରେନରେ ଫେରୁଥିଲି। ସମୟ ପ୍ରାୟ ୫ଟା ୧୦ରୁ ୬ଟା ୫୦ ମିନିଟ୍‌ ସମୟ…

ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ଭାରତର ୯୫

ନୂଆଦିଲ୍ଲୀ,୨୬ା୪: ସାରା ବିଶ୍ୱରେ ଗ୍ରୀଷ୍ମଜନିତ ଉତ୍ତାପକୁ ନେଇ ଭାରତ ଏବେ କେନ୍ଦ୍ରସ୍ଥଳ ପାଲଟିଛି। କାରଣ ଭାରତର ଅଧିକାଂଶ ସହରରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ବହୁ…

କିରୋସିନ ଢ଼ାଳି ନୂଆବୋହୁ ଦେହରେ ଲଗାଇଦେଲେ ନିଆଁ

ମହାକାଳପଡ଼ା,୨୬।୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ବେଣାକନ୍ଧା ମୌଜାର ଜଣେ ନବବଧୂଙ୍କ ଦେହରେ କିରୋସିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri