Categories: ଖେଳ

ମୁଖ୍ୟ କୋଚ୍‌ ପଦରେ ରହିଲେ ରଶ୍ମି : ଦୀପକ ବୋଲିଂ ଓ ଗୋପାଳ ଫିଲ୍ଡିଂ କୋଚ୍‌

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ରାଜ୍ୟ ସିନିୟର ଦଳପାଇଁ କୋଚିଂ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟ କୋଚ୍‌ ପଦରେ ଅପରିବର୍ତ୍ତିତ ରହିଥିବାବେଳେ ଦୀପକ ମଙ୍ଗରାଜ ବୋଲିଂ ଏବଂ ଗୌତମ ଗୋପାଳ ଫିଲ୍ଡିଂ କୋଚ୍‌ଭାବେ ମନୋନୀତ ହୋଇଛନ୍ତି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହତାବ ଖାଁ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍ସିଲ ସଦସ୍ୟ ଶୁଭାଶିଷ ସେନାପତି ପ୍ରମୁଖ ନୂଆ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

Share