Posted inଖେଳ

ଇତିହାସ ରଚିଲେ ରଶିଦ ଖାନ: ଟି-୨୦ରେ କଲେ ବଡ଼ କାରନାମା

କାବୁଲ,୫।୨: ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ବିଶ୍ୱ ରେକର୍ଡ କରିଛନ୍ତି। ସେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ପଛରେ ପକାଇ ସର୍ବାଧିକ ଉଇକେଟ ନେବାର ରେକର୍ଡ କରିଛନ୍ତି। ରଶିଦ ବର୍ତ୍ତମାନ ଏସଏ୨୦ରେ ଖେଳୁଛନ୍ତି, ଯାହା ମାଧ୍ୟମରେ ସେ ସର୍ବାଧିକ ଟି-୨୦ ଉଇକେଟ ପାଇଁ ଟାଇଟଲ ହାସଲ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରଶିଦ ଏସଏ୨୦ରେ ଏମଆଇ କେପଟାଉନର ନେତୃତ୍ୱ ନେଉଛନ୍ତି। ଟୁର୍ନାମେଣ୍ଟର ପ୍ରଥମ କ୍ୱାଲିଫାୟର ମ୍ୟାଚ ପାର୍ଲ ରୟାଲ୍ସ ଓ ଏମଆଇ କେପଟାଉନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରଶିଦ ପ୍ରଥମ ଉଇକେଟ ନେବା ମାତ୍ରେ ବ୍ରାଭୋଙ୍କ ରେକର୍ଡ ଭାଙ୍ଗିଥିଲେ। ବ୍ରାଭୋ ତାଙ୍କ ଟି-୨୦ କ୍ୟାରିୟରରେ ୬୩୧ ଉଇକେଟ ନେଇଥିବା ବେଳେ ରଶିଦ ଏବେ ୬୩୩ ଉଇକେଟ ନେଇଛନ୍ତି।
୧୦ ବର୍ଷରୁ କମ ସମୟ ମଧ୍ୟରେ ରଶିଦ ଏହି ସଫଳତା ହାସଲ କରିଛନ୍ତି। ଅକ୍ଟୋବର ୨୦୧୫ରେ ଜିମ୍ବାୱେ ବିପକ୍ଷରେ ରସିଦ ଟି-୨୦ ପଦାର୍ପଣ କରିଥିଲେ, ଯେଉଁଠାରେ ସେ ମାତ୍ର ୧ଟି ଉଇକେଟ ନେଇଥିଲେ। ଏବେ ୧୦ ବର୍ଷରୁ କମ ସମୟ ମଧ୍ୟରେ ସେ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଛନ୍ତି।
ଗତବର୍ଷ (୨୦୨୪) କ୍ରିକେଟରୁ ଅବସର ନେଇଥିବା ଡ୍ବେନ ବ୍ରାଭୋ ୨୦୦୬ ଫେବ୍ରୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ପଦାର୍ପଣ କରିଥିଲେ। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପହଞ୍ଚିବା ପାଇଁ ବ୍ରାଭୋଙ୍କୁ ପ୍ରାୟ ୧୮ ବର୍ଷ ସମୟ ଲାଗିଥିବା ବେଳେ ରସିଦ ଖାନ ୧୦ ବର୍ଷରୁ କମ ସମୟ ମଧ୍ୟରେ ଅଧିକ ସଂଖ୍ୟା ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ବ୍ରାଭୋ ୫୮୨ ଟି-୨୦ ମ୍ୟାଚ ରେ ୨୪.୪୦ ହାରରେ ୬୩୧ ଉଇକେଟ ନେଇଛନ୍ତି। ଅପରପକ୍ଷରେ ରଶିଦ ମାତ୍ର ୪୬୧ ମ୍ୟାଚରେ ୧୮.୦୭ ହାରାହାରିରେ ୬୩୩ ଉଇକେଟ ନେଇଛନ୍ତି। ତାଲିକାର ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର ସୁନୀଲ ନାରିନ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ ୫୭୩ ଉଇକେଟ ନେଇଛନ୍ତି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଚତୁର୍ଥ ଓ ବାଂଲାଦେଶର ସାକିବ ଅଲ ହାସନ ପଞ୍ଚମ ସ୍ଥାନରେ ରହିଛନ୍ତି।

ଟି-୨୦ରେ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି:
ରଶିଦ ଖାନ (ଆଫଗାନିସ୍ତାନ) – ୬୩୩ ଉଇକେଟ
ଡ୍ବେନ ବ୍ରାଭୋ (ୱେଷ୍ଟଇଣ୍ଡିଜ) – ୬୩୧ ଉଇକେଟ
ସୁନୀଲ ନାରାୟଣ (ୱେଷ୍ଟଇଣ୍ଡିଜ) – ୫୭୩ ଉଇକେଟ
ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା) – ୫୩୧ ଉଇକେଟ
ସାକିବ ଅଲ ହାସନ (ବାଂଲାଦେଶ) – ୪୯୨ ଉଇକେଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?