Posted inଖେଳ

ଆଫଗାନିସ୍ତାନ ଛାଡ଼ି ପାକିସ୍ତାନର ଶରଣରେ ରଶିଦ ଖାନ୍‌, ପ୍ରତିରକ୍ଷା ମନ୍ତ୍ରୀଙ୍କ ଧମକ-‘ଦେଶ ଛାଡ଼’

ଇସଲାମାବାଦ,୮।୩: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏବେ କ୍ରିକେଟ ଜଗତର ଷ୍ଟାର୍‌ ସ୍ପିନର ରଶିଦ ଖାନଙ୍କୁ ନେଇ ବିବାଦ ଦେଖାଦେଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ଏକ ବିବାଦୀୟ ବୟାନ ଦେଇ ରଶିଦ ଖାନଙ୍କୁ ପାକିସ୍ତାନ ଛାଡ଼ି ଅନ୍ୟତ୍ର ଶରଣ ନେବାକୁ ପରାମର୍ଶ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ସୁରକ୍ଷା ଜନିତ ବିପଦ କାରଣରୁ ରଶିଦ ଖାନ ଏବଂ ତାଙ୍କ ପରିବାର ଏବେ ପାକିସ୍ତାନର ପେଶାୱରରେ ରହୁଛନ୍ତି। ୨୦୨୧ରେ ତାଲିବାନ ଶାସନକୁ ଆସିବା ପରେ ସେଠାରେ ଅସ୍ଥିରତା ଏବଂ ମାନବାଧିକାର ଉଲ୍ଲଂଘନ ବଢ଼ିବାରେ ଲାଗିଛି। ଫଳରେ ରଶିଦଙ୍କ ଭଳି ଅନେକ ହାଇ-ପ୍ରୋଫାଇଲ ନାଗରିକ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ପେଶାୱାର ଆଫଗାନ ସୀମାକୁ ଲାଗିଥିବାରୁ ଏଠାରେ ଅଧିକାଂଶ ଆଫଗାନ ଶରଣାର୍ଥୀ ବସବାସ କରନ୍ତି।

ତେବେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ (ପୂର୍ବରୁ ଟୁଇଟର)ରେ ଏକ ପୋଷ୍ଟ କରି ଆଫଗାନ ନାଗରିକଙ୍କ ପ୍ରତି କଠୋର ଶବ୍ଦ ବ୍ୟବହାର କରିଛନ୍ତି। ସେ ଲେଖିଛନ୍ତି, “ସେମାନେ କେବଳ ଅକୃତଜ୍ଞ ନୁହଁନ୍ତି, ବରଂ ସେମାନଙ୍କ ବିରୋଧରେ ବିଷ ମଧ୍ୟ ଓଗାଳନ୍ତି ଯେଉଁମାନେ ସେମାନଙ୍କୁ ସୁରକ୍ଷା ଏବଂ ଜୀବନ ଦେଇଛନ୍ତି।

ଯଦି ରଶିଦ ଖାନ ପେଶାୱରରେ ଅଛନ୍ତି, ତେବେ ତାଙ୍କୁ ଅନ୍ୟ କେଉଁଠି ଆଶ୍ରୟ ନେବା ଉଚିତ। ଅନେକ ଲୋକ ବର୍ଷ ବର୍ଷ ଧରି ଆମ ରକ୍ତ ଶୋଷୁଛନ୍ତି, ଏବେ ସେମାନଙ୍କୁ ଘରକୁ ଫେରିଯିବା ଉଚିତ। ତାଲିବାନ ଶାସନରେ ଆଫଗାନିସ୍ତାନ ତ ଏବେ ସ୍ବର୍ଗ ପାଲଟିଛି।”

ରଶିଦ ଖାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟି୨୦ ବୋଲର। ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଏହି ବିଫଳତା ପରେ ରଶିଦଙ୍କ ହାତରୁ ଅଧିନାୟକ ପଦ ଛଡ଼ାଇ ନିଆଯାଇଛି। ବର୍ତ୍ତମାନ ଇବ୍ରାହିମ ଜାଦ୍ରାନଙ୍କୁ  ଆଫଗାନିସ୍ତାନ ଟି୨୦ ଦଳର ନୂଆ ଅଧିନାୟକ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri