Posted inଫୁରସତ

ମଙ୍ଗଳ ଗ୍ରହରେ ବିରଳ ଦୃଶ୍ୟ: ମଣିଷ ଏବଂ ପିରାମିଡ୍‌ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଦୀର୍ଘବର୍ଷ ଧରି ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଖୋଜୁଥିଲେ। ଏହି ସନ୍ଧାନରେ ଅନେକ ମହାକାଶଯାନ ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯାଇଛି। ବେଳେବେଳେ ମଙ୍ଗଳ ଗ୍ରହ ବୁଲିବା ସମୟରେ, ଏହି ମହାକାଶଯାନ ଏପରି କିଛି ଅନନ୍ୟ ଦୃଶ୍ୟ କଏଦ କରିଛି, ଯାହା ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୧୯୭୬ରେ, ଆମେରିକୀୟ ସ୍ପେସ୍‌ ଏଜେନ୍ସି ‘ନାସା’ ମଙ୍ଗଳ ଗ୍ରହର କକ୍ଷପଥରେ ଓ୍ବିକିଙ୍ଗ ମିଶନକୁ ପଠାଇଥିଲା। ସେହି ସମୟ ମଧ୍ୟରେ ନାସାର ଓ୍ବିକିଙ୍ଗ୍‌ ମିଶନ ମଙ୍ଗଳ ଗ୍ରହରୁ କିଛି ଅନନ୍ୟ ଚିତ୍ର ପଠାଇଥିଲା। ଯାହା ଦେଖି ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମଙ୍ଗଳ ଗ୍ରହରେ ଏକ ପିରାମିଡ୍‌ ଏବଂ ମାନବ ଚେହେରାର ଆକୃତି ଦେଖିବାକୁ ମିଳିଥିଲା। ନାସା ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା। ବର୍ତ୍ତମାନ ନାସାର ତିନିଜଣ ପୂର୍ବତନ ବୈଜ୍ଞାନିକ ନିଶ୍ଚିତ କରିଛନ୍ତି ଯେ, ଓ୍ବିକିଙ୍ଗ ମିଶନ ଦ୍ୱାରା ନିଆଯାଇଥିବା ମାନବ ଏବଂ ପିରାମିଡ୍‌ର ଫଟୋ ସତ୍ୟ।

ଏହା ୧୯୭୦ ଦଶକରୁ ଆରମ୍ଭ ହୋଇଥିଲା। ଯେତେବେଳେ ନାସା ମଙ୍ଗଳ ଗ୍ରହର ଫଟୋ ଉଠାଇବା ପାଇଁ ଦୁଇଟି ମହାକାଶଯାନ ପଠାଇଥିଲା। ସେହି ସମୟରେ, ଉଭୟ ମହାକାଶଯାନ ଦ୍ୱାରା ପଠାଯାଇଥିବା ଫଟୋଗ୍ରାଫ୍‌ ଦେଖିବା ପରେ ବୈଜ୍ଞାନିକମାନଙ୍କର ମଙ୍ଗଳ ଗ୍ରହ ବିଷୟରେ ଚିନ୍ତାଧାରା ବଦଳିଗଲା। ଏହି ରହସ୍ୟମୟ ଆକଳନ ହେତୁ ମଙ୍ଗଳ ଗ୍ରହରେ ଜୀବନ ଅଛି କି ନାହିଁ ବୋଲି ବୈଜ୍ଞାନିକମାନେ ପ୍ରଶ୍ନ କରିବାକୁ ବାଧ୍ୟ ହୋଇଥିଲେ।

 

ବେଜ୍ଞାନିକ ଡକ୍ଟର ଜନ୍‌ ଓ୍ବାଣ୍ଡରବର୍ଗ ଅନୁଯାୟୀ, ମାନବ ଚେହେରାର ଆକୃତି ଏବଂ ପିରାମିଡ୍‌ ମଧ୍ୟରେ ମାତ୍ର ୫ କିଲୋମିଟର ଦୂରତା ଅଛି। ସେ କହିଛନ୍ତି, ଏହା ହୋଇପାରେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ ଯେ, ଏଠାରେ ଏଲିଅନ୍ସ ବାସ କରନ୍ତି। କିନ୍ତୁ ଏହା ସମ୍ଭବ ଯେ ପୂର୍ବରୁ ଏଲିଅନ୍ସମାନେ ଏଠାରେ ହିଁ ବାସ କରୁଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri