ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜ୍ଜନନ ଋତୁ ଆରମ୍ଭ : ନୋ ଫିସିଂ ଜୋନ ଘୋଷଣା କଲା ବନ ବିଭାଗ, ୧୧ ସ୍ଥାନରେ ବ୍ୟାରିକେଟ୍‌

ଛତ୍ରପୁର/ଗଞ୍ଜାମ, (ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ ): ଆଉ କିଛି ଦିନ ପରେ ବିରଳ ଅଲିଭ ରିଡ୍‌ଲେଙ୍କ ମିଳନ ଋତୁ ଆରମ୍ଭ ହେବ । ଏହି ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନ ବିଭାଗ l ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜ୍ଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣରେ ଏକ ଏନ୍ତୁଡିଶାଳ ବା ସୁରକ୍ଷିତ ସ୍ଥାନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଏନେଇ ନଭେମ୍ବର ୧ ତାରିଖରୁ ମେ ୩୧ ପ୍ରର୍ଯ୍ୟନ୍ତ ଏହି ୭ମାସ ଗଞ୍ଜମ ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ବାରଣ କରାଯାଇଛି । ଗଞ୍ଜାମ ଋଷିକୁଲ୍ୟା ମୁହଣ ସଲଗ୍ନ ଉପକୂଳ ଉତ୍ତର ଆର୍ଯ୍ୟପଲ୍ଲୀ ଠାରୁ ଦକ୍ଷିଣ ପ୍ରୟାଗୀ ମଧ୍ୟସ୍ଥ ସାମୁଦ୍ରିକ ଅଞ୍ଚଳ ପ୍ରାୟ ୨୦ କିମିକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଥାଏ । ଏହି ସମୟରେ ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଚ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଧିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥାଏ । ସେମାନଙ୍କ ଆଗମନ ଠାରୁ ଆରମ୍ଭ କରି ଛୁଆ ମାନେ ସମୁଦ୍ରକ ଯିବା ପ୍ରର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ବନ ବିଭାଗ ,ମେରାଇନ ପୋଲିସ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ କଡାସୁରକ୍ଷା କରାଯାଇଥାଏ । ବେଆଇନ ଭାବେ ମାଛ ଧରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସୁଦର ବାହାର ଦେଶରୁ ବିରଳ ଅଲିଭ ରିଡ୍‌ଲେଙ୍କ ଗଞ୍ଜାମ ମୁହାଣକୁ ଆଗମନ ହୋଇଥାଏ । ଏହା ସେମାନଙ୍କ ପାଇଁ ଅନୁକୂଳ ଓ ସୁରକ୍ଷା ସ୍ଥାନ ହୋଇଥିବାରୁ ହଜାର ହଜାର ବିରଳ ଅଲିଭ ରିଡ୍‌ଲେ ଏଠାକୁ ଆସି ଗଣ ଅଣ୍ଡାଦାନ କରି ପୁଣି ଫେରିଯାଇଥାନ୍ତି । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଜିଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥାଏ । ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ୧୧ଟି ସ୍ଥାନରେ ସେମାନଙ୍କ ସୁରକ୍ଷାକୁ ନେଇ କ୍ୟାମ୍ପ କରାଯିବା ସହ ସେଠାରେ ବନ କର୍ମଚାରୀମାନେ ଜଗି ରହିବେ ବୋଲି ଡିଏଫଓ ସୋନି ଖୋକର କହିଛନ୍ତି । ଆଜି ବନ ବିଭାଗ ପକ୍ଷରୁ ମଧ୍ୟ ପାଟ୍ରୋଲିଂ କଡାକଡି କରାଯିବ । ନିଦ୍ଧିଷ୍ଟ ଅଞ୍ଚଳକୁ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାତାୟତ ଉପରେ ରୋକ ଲଗାଯାଇଛି । ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି । ଏହି ୭ ମାସ ସମୟରେ ମତ୍ସଜୀବୀମାନେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଉନଥିବାରୁ ସେମାନଙ୍କ ଜୀବିକା ଉପରେ ବିଶେଷ ପ୍ରବାହ ପଡିଥାଏ । ତେଣୁ ରାଜ୍ୟ ସରକାର ସେମାନଙ୍କ କ୍ଷତି ବାବଦରେ ପରିବାର ପିଛା ୧୫ ହଜାର ଟଙ୍କାର ସହୟତା ରାଶି ଯୋଗାଇଥାନ୍ତି। କିନ୍ତୁ ଏହା ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ମତ୍ସ୍ୟଜିବିମାନେ କହିଥିଲେ । ସେମାନଙ୍କୁ ମାସକୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲେ । ସେହିପରି ସାମୁଦ୍ରିକ ମତ୍ସ୍ୟଜୀବୀ ବିଭାଗ ପକ୍ଷରୁ ଆଜିଠୁ ମାଇକ ଯୋଗେ ଏବଂ ସାମୁଦ୍ରିକ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନା କରୁଛନ୍ତି ସାଗର ମିତ୍ର । ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଚେତନତା, ନୋଟିସ,ଗ୍ରାମସଭା ଆଦି କରାଯାଇଥାଏ । ପ୍ରୟାଗି ଠାରୁ ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳ ୨୦ କିଲୋମିଟର ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ୨୦୨୩/୨୪ ବର୍ଷରେ ୩୬୮୮ ମତ୍ସଜୀବୀମାନଙ୍କ ବ୍ୟାଙ୍କ ଖାତାରେ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ୪ ହଜାର ମତ୍ସଜୀବୀମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦେବିଦୁତ ମହାନ୍ତି ସୂଚନା ଦେଇଛନ୍ତି । ସୂଦର ଦେଶରୁ ଏହି ଅଲିଭ ରିଡ୍‌ଲେଙ୍କ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାନକୁ ଆଗମନ ହୋଇଥାଏ । ଜିଲାରେ ୫୨ କିମି ସମୁଦ୍ର ବେଳାଭଭୂମି ରହିଥିବା ବେଳେ ବଟେଶ୍ୱର ଠାରୁ ପୁରୁଣାବନ୍ଧ ଏହି ୫ କିମି ମଧ୍ୟରେ ଅଲିଭ ରିଡ୍‌ଲେଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରତେକ ସମୁଦ୍ର ନିକଟରେ ଥିବା ଗ୍ରାମଗୁଡିକୁ ସଚେତନାତ କରାଯିବା ସହ ପାଟ୍ରୋଲିଂକୁ କଡାକଡି କରାଯାଇଥାଏ । ମିଳନ ପରେ ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ ପ୍ରକ୍ରିୟା ହୋଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିଥାଏ । ଅଣ୍ଡାଦାନ ପରଠାରୁ ୩୦ ରୁ ୪୫ ଦିନ ପରେ ଛୁଆ ବାହାରିଥାଏ । ଗୋଟିଏ ଅଲିଭ ରିଡ୍‌ଲେ ଏକା ଥରକେ ୧୫୦ରୁ ଉର୍ଦ୍ଧ୍ୱ ଅଣ୍ଡାଦେଇଥାଏ । ସେମାନଙ୍କ ଆଗମଣ ଠାରୁ ଆରମ୍ଭ କରି ଛୁଆ ସମୁଦ୍ରକୁ ଗଲାପ୍ରର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଏବେ ଜିଲାପ୍ରଶାସନ ହାତରେ। ତେବେ ପ୍ରତି ବର୍ଷ ଟ୍ରଲର ମାଡରେ ବହୁ ବିରଳ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ମଧ୍ୟ ହେଉଥିବା ନଜିର ରହିଛି । ଗତ ବର୍ଷ ରେର୍କଡ ସଂଖ୍ୟକ ଦୁଇଟି ପ୍ରର୍ଯ୍ୟାୟରେ ଅଲିଭ ରିଡ୍‌ଲେ ଗଣଅଣ୍ଡା ଦାନ କରିଥିଲେ।

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?