ସମିତାଙ୍କୁ ପ୍ରେମିକା ବଦଳରେ ଭଲ ବନ୍ଧୁ ବୋଲି କହିଲେ ରାକେଶ

ବମ୍ବେ: ପ୍ରେମିକା ବଦଳରେ ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଭଲ ବନ୍ଧୁ କହି ଚର୍ଚ୍ଚାରେ ଅଭିନେତା ରାକେଶ ବାପଟ। ବିଗ୍‌ବସ୍‌ରେ ପରସ୍ପରକୁ ଭେଟିଥିଲେ ଦୁହେଁ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଆଗକୁ ବଢ଼ିଥିଲା। ଶୋ’ ଶେଷ ହେବା ପରେ ସେମାନେ ଏକାଧିକ ଥର ପରିବାର ସହ ନଚେତ ଡିନର୍‌ ଡେଟ୍‌ରେ ନଜର ଆସିଥିଲେ। ହେଲେ ଗତ କିଛି ଦିନ ଧରି ସମିତା-ରାକେଶଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନାହିଁ। ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏବେ ରାକେଶଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ପରି କାମ କରିଛି।

ଏକ ସାକ୍ଷାତକାରରେ ରାକେଶ କହିଛନ୍ତି, ସମିତା ତାଙ୍କର ଜଣେ ବନ୍ଧୁ। ଉଭୟଙ୍କ ଭିତରେ କେବଳ ଏକ ସ୍ବତନ୍ତ୍ର ଡୋର ରହିଛି, ତାକୁ କୌଣସି ସମ୍ପର୍କର ନାଁ ଦେବା ଠିକ୍‌ ନୁହେଁ। ଏବେ ଉଭୟ ଉଭୟଙ୍କ ସହ ସମୟ ଅତିବାହିତ କରି ଖୁସି ଅଛନ୍ତି। ସମିତାଙ୍କୁ ସେ ସମ୍ମାନ କରନ୍ତି ବୋଲି ରାକେଶ କହିଛନ୍ତି।

କହିରଖୁଛୁ, ବିଗ୍‌ବସ୍‌ ଓଟିଟିରେ ପ୍ରତିଯୋଗୀ ଭାବେ ରାକେଶ ଏବଂ ସମିତାଙ୍କୁ ଦେଖିବାକୁ ମିଳିଥିଲା। ଉକ୍ତ ଘରେ ପ୍ରଥମେ ବନ୍ଧୁ ହେବା ପରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। ଏହାପରେ ବିଗ୍‌ବସ୍‌ର ଟେଲିଭିଜନ୍‌ ସିଜନ୍‌ରେ ସମିତା ପୁନର୍ବାର ଭାଗନେଇ ଉତ୍କର୍ଷ ପ୍ରଦର୍ଶନ କରିଥିଲେ। ସେଠାରେ ମଧ୍ୟ ରାକେଶଙ୍କ ସହ ତାଙ୍କର ପ୍ରେମକାହାଣୀ ଦେଖିବାକୁ ମିଳିଥିଲା। ବାହାରେ ତାଙ୍କର ପ୍ରଶଂସକ ‘ସାରା’ ବୋଲି ଏହି ଯୋଡ଼ିକୁ ହ୍ୟାସଟ୍ୟାଗ୍‌ ଦେଇଥିଲେ। ଏବେ କିନ୍ତୁ ଏସବୁ ବେଶି ଦିନ ଚାଲିବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri