Posted inଜାତୀୟ

ଗଣବଳାତ୍କାର ପୀଡ଼ିତାଙ୍କୁ ଥାନାରେ ବଳାତ୍କାର

ଲକ୍ଷ୍ନୌ,୫ା୫: ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବାବେଳେ କଳଙ୍କିତ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛନ୍ତି ଜଣେ ପୋଲିସ ବାବୁ। ଗଣବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକା ଥାନାକୁ ଗୁହାରି କରିବାକୁ ଯାଇଥିବାବେଳେ ଲଳିତପୁରସ୍ଥିତ ପାଲି ଷ୍ଟେଶନ ହାଉସ୍‌ ଅଫିସର (ଏସ୍‌ଏଚ୍‌ଓ) ତାଙ୍କୁ ବଳାତ୍କାର କରିଛନ୍ତି। ଏସ୍‌ଏଚ୍‌ଓ ତିଲକଧାରୀ ସରୋଜଙ୍କୁ ଗିରଫ କରାଯାଇଛି। ଏଥିସହ ସମ୍ପୃକ୍ତ ଥାନାରେ ଅବସ୍ଥାପିତ ସମସ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଲଜ୍ଜାଜନକ କଥା ହେଉଛି ପୋଲିସ ଅଧିକାରୀ ବଳାତ୍କାର କରିବା ସମୟରେ ନାବାଳିକାଙ୍କ ଜଣେ ସମ୍ପର୍କୀୟା ସେହି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏପ୍ରିଲ ୩୦ର ପୋଲିସ ପୀଡ଼ିତାଙ୍କୁ ଚାଇଲ୍ଡଲାଇନ୍‌ ଟିମ୍‌କୁ କାଉନ୍‌ସେଲିଂ ପାଇଁ ହସ୍ତାନ୍ତର କରିଛି।

ଲଲିତପୁର ଜିଲା ନିବାସୀ ୧୩ ବର୍ଷୀୟା ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ହେଲା ନାବାଳିକାଙ୍କୁ ୪ ଜଣ ବ୍ୟକ୍ତି ପ୍ରଲୋଭନ ଦେଖାଇ ଏପ୍ରିଲ ୨୨ରେ ସେଠାରୁ ୨୪୦ କି.ମି. ଦୂର ମଧ୍ୟପ୍ରଦେଶର ଭୋପାଳକୁ ନେଇଥିଲେ। ସେମାନେ ତାଙ୍କୁ ଭୋପାଳରେ ୪ ଦିନ ଧରି ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ନିଜ ଯୌନ ପିପାସା ମେଣ୍ଟାଇବା ପରେ ପୀଡ଼ିତାଙ୍କୁ ତାଙ୍କ ଗଁାକୁ ଆଣି ପାଲି ଥାନାରେ ଛାଡ଼ି ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଥାନା ଅଧିକାରୀ ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟାଙ୍କୁ ହସ୍ତାନ୍ତର କରିଥିଲେ। ପର ଦିନ ଥାନାଧିକାରୀ ବୟାନ ରେକର୍ଡ ପାଇଁ ତାଙ୍କୁ ଥାନାକୁ ଡକାଇଥିଲେ।

ନାବାଳିକା ଥାନାକୁ ଯିବା ପରେ ସେ ତାଙ୍କୁ ଭିତରେ ଥିବା ଏକ ରୁମ୍‌କୁ ନେଇ ସମ୍ପର୍କୀୟାଙ୍କ ଉପସ୍ଥିତିରେ ବଳାତ୍କାର କରିଥିଲେ। ଏଫ୍‌ଆଇଆର୍‌ରେ ସମ୍ପୃକ୍ତ ସମ୍ପର୍କୀୟାଙ୍କ ସମେତ ୬ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଛି। ଶିଶୁଙ୍କ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ଲଳିତପୁର ଥାନା ଏସ୍‌ଏଚ୍‌ଓ ତିଲକଧାରୀ ସରୋଜଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତିଲକଧାରୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଝାନ୍ସୀ ଡିଆଇଜି ଯୋଗେନ୍ଦ୍ର କୁମାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ କୁହାଯାଇଛି।
ଏନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିର ଭାଜପା ସରକାରଙ୍କୁ ସମାଲୋଚନା କରିଛନ୍ତି। ବୁଲ୍‌ଡୋଜରର କୋଳାହଳ ମଧ୍ୟରେ ଆଇନ ଶୃଙ୍ଖଳାକୁ କିପରି ଦଳି ଦିଆଯାଉଛି ତାହା ରାଜ୍ୟରେ ବଢ଼ିଚାଲିଥିବା ବଳାତ୍କାର ଘଟଣାଗୁଡ଼ିକ ଦର୍ଶାଉଛି। ଯଦି ଥାନାଗୁଡ଼ିକ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ, ତେବେ ସେମାନେ ଅଭିଯୋଗ କରିବାକୁ କେଉଁ ସ୍ଥାନକୁ ଯିବେ ବୋଲି ପ୍ରିୟଙ୍କା ଏକ ଟୁଇଟ୍‌ରେ ପ୍ରଶ୍ନ କରିଛନ୍ତି। ସମାଜବାଦୀ ପାର୍ଟି (ଏସ୍‌ପି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ଟୁଇଟ୍‌ କରାଯାଇଛି ଯେ, ଭାଜପା ସରକାରରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, କାହାକୁ ବିଶ୍ୱାସ କରିବା ଓ କାହାକୁ କରିବା ନାହିଁ। ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଖୋଦ୍‌ ଏସ୍‌ଏସ୍‌ଓ ବଳାତ୍କାର କରୁଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦଳ ଦାବି କରିଛି। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଲଲିତପୁର ଯାଇ ବଳାତ୍କାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ମାମଲା ରୁଜୁ କରାଯିବ ବୋଲି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri