ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ

କଟକ,୧୪ା୮(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ସିବି ମେଡିକାଲର କାର୍ଡିଓଲୋଜି ବିଭାଗକୁ ଗତ ଶୁକ୍ରବାର ଦୁଇ ମହିଳା ରୋଗୀ ହୃଦ୍‌ଜନିତ ଚିକିତ୍ସା ପାଇଁ ଆସିଥିଲେ। ଉକ୍ତ ୨ମହିଳା ରୋଗୀ ଗୋଟିଏ ପରିବାରର ହୋଇଥିବାବେଳେ ଏସ୍‌ସିବି ମେଡିକାଲର ଜଣେ ଡାକ୍ତରୀ ଛାତ୍ରଙ୍କ ସମ୍ପର୍କୀୟ ମଧ୍ୟ। ରବିବାର ସମସ୍ତ ପରୀକ୍ଷା ସମେତ ଇକୋ ପରୀକ୍ଷା କରାଇବା ନେଇ ୨ ମହିଳାଙ୍କୁ ଡାକ୍ତର ଠାକୁର ବିଲ୍‌ବାଗ ସିଂ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ରବିବାର ଉଭୟ ମହିଳା କାର୍ଡିଓଲୋଜି ବିଭାଗରେ ପହଞ୍ଚତ୍ଥିଲେ। ଡାକ୍ତର ଠାକୁର ଜଣଙ୍କ ପରେ ଜଣଙ୍କର ଇକୋ ପରୀକ୍ଷା ଆରମ୍ଭ କରିଥିଲେ। ଡାକ୍ତର ଠାକୁର୍‌ ଉଭୟ ମହିଳାଙ୍କ ଇକୋ କରାଇବା ସମୟରେ ସେମାନଙ୍କ ସମ୍ପର୍କୀୟ ଏବଂ ଅନ୍ୟ ମହିଳା ଡାକ୍ତରଙ୍କୁ ଉକ୍ତ ପରିସରରୁ ବିଦା କରି ଦେଇଥିଲେ। ଇକୋ କରିବା ସମୟରେ ଡାକ୍ତରଙ୍କ କାର୍ଯ୍ୟକୁ ମହିଳାଦ୍ୱୟ ଅସ୍ବାଭାବିକ ଅନୁଭବ କରିଥିଲେ। ସେମାନଙ୍କୁ ଡାକ୍ତର ବଳାତ୍କାର ଉଦ୍ୟମ କରିଥିବା ନେଇ ସମ୍ପର୍କୀୟଙ୍କୁ କହିଥିଲେ। ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଡାକ୍ତର ଠାକୁରଙ୍କୁ ସଂଘବଦ୍ଧ ଭାବେ ମହିଳାଙ୍କ ସମ୍ପର୍କୀୟ ଏବଂ କନିଷ୍ଠ ଡାକ୍ତର ମାଡ଼ ମାରିଥିଲେ। ଆକ୍ରମଣରେ ଡାକ୍ତର ଠାକୁର୍‌ ଗୁରୁତର ହେବାରୁ ତାଙ୍କୁ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଘଟଣା ନେଇ ମଙ୍ଗଳାବାଗ ଥାନାରେ ଗତ ରବିବାର ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିଥିବାବେଳେ ପୋଲିସ ବଳାତ୍କାର ମାମଲା ରୁଜୁ କରି
ମେଡିକାଲର ଉକ୍ତ ବିଭାଗରେ ପୋଲିସ ପକ୍ଷରୁ ଛାନଭିନ କରାଯାଇଥିଲା। ଏଥିସହ ଉଭୟ ମହିଳାଙ୍କ ବୟାନ ରେକର୍ଡ କରାଯାଇ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତରୀମାଇନା ପରୀକ୍ଷା କରାଯାଇଛି। ଅନ୍ୟପଟେ ଡାକ୍ତର ଠାକୁର୍‌ଙ୍କ ପରିବାର ଲୋକ ମଙ୍ଗଳବାର ମଙ୍ଗଳାବାଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଠାକୁରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ ଗୁରୁତର କରାଯାଇଥିବାନେଇ ଏତଲାରେ ଦର୍ଶାଇଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି। ଅନ୍ୟପକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଅଭିଯୁକ୍ତ ଡାକ୍ତର ଠାକୁର୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, ପୀଡ଼ିତା ମହିଳାଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିଛନ୍ତି। ଏହା ସଙ୍ଗିନ ଘଟଣା ରହିଥିବାବେଳେ ଉକ୍ତ ଘଟଣାକୁ ବହୁ ଗୁରୁତର ସହ ଗ୍ରହଣ କରିଛୁ। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ସମସ୍ତ ପରୀକ୍ଷା ଓ ବୟାନ ରେକର୍ଡ କରାଯାଇଛି। ମହିଳା ରୋଗୀଙ୍କୁ ଚିକିତ୍ସା ସମ୍ବନ୍ଧିତ ପରୀକ୍ଷା କରାଯିବା ସମୟରେ ଜଣେ ମହିଳା ଡାକ୍ତରଙ୍କ ଉପସ୍ଥିତି ଜରୁରୀ। ହେଲେ ଏହି ଘଟଣାରେ ସମ୍ପୃକ୍ତ ଏସ୍‌ଓପି ପାଳନ କରାଯାଇନାହିଁ। ତେଣୁ ଡାକ୍ତର ଠାକୁରଙ୍କ ବିରୋଧରେ ବିଏନ୍‌ଏସ୍‌ର ଦଫା ୬୪(୨)(ଇ)ରେ ମାମଲା ରୁଜୁ କରାଯାଇଛି ବୋଲି ମିଶ୍ର କହିଛନ୍ତି। ତେବେ ଏଭଳି ଏକ ସଙ୍ଗିନ ଘଟଣାରେ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି। ଏପରିକି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତିକ୍ରିୟା ପାଇ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri