Posted inଜାତୀୟ

ନାବାଳିକାଙ୍କୁ ଗଣବଳାତ୍କାର: ୭ ଅଭିଯୁକ୍ତ ନାବାଳକ

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୩୦ା୮: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘୃଣ୍ୟ ଅପରାଧ ଭିଆଇଥିବା ସମସ୍ତ ୭ ଅଭିଯୁକ୍ତ ହେଉଛନ୍ତି ନାବାଳକ। ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲେ। ସେ ତାଙ୍କୁ ବାଇକ୍‌ରେ ବୁଲାଇବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ଯୋଜନା ମୁତାବକ ସେଠାରେ ପୂର୍ବରୁ ଅନ୍ୟ ୬ ନାବାଳକ ଅପେକ୍ଷା କରିଥିଲେ। ଝିଅ ପହଞ୍ଚତ୍ବା ପରେ ଜଣେ ପରେ ଜଣେ ସମସ୍ତେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୀଡ଼ିତା ସେଠାରୁ ଖସିଯିବା ପାଇଁ ଉଦ୍ୟମ କରିଥିଲେ ହେଁ ଶେଷରେ ୭ କାମାସକ୍ତ କିଶୋରଙ୍କ ବାହୁବଳ ଆଗରେ ହାର ମାନିଥିଲେ। ସେମାନେ ଯୌନ ଲାଳସା ମେଣ୍ଟାଇବା ପରେ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ପୁଣି ବାଇକ୍‌ରେ ନେଇ ଘରେ ଛାଡ଼ିଦେଇଥିଲେ। ଅଗଷ୍ଟ ୨୬ରେ ରାଞ୍ଚତ୍ ନିକଟସ୍ଥ ମନ୍ଦାର ଅଞ୍ଚଳରେ ଘଟିଥିବା ଏହି ଘଟଣା ରବିବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ପରିବାରର ଅଭିଯୋଗକ୍ରମେ ପୋଲିସ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଏବଂ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରାଯାଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୪ରେ କର୍ନାଟକର ମହୀଶୂରରେ ଜଣେ କଲେଜ ଛାତ୍ରୀ ଗଣବଳାତ୍କାରର ଶିକାର ହୋଇଥିଲେ। ଏମ୍‌ବିଏ ଛାତ୍ରୀ ଜଣକ ରାତି ୮ଟାରେ ଚାମୁଣ୍ଡି ହିଲ୍ସରୁ ନିଜ ବନ୍ଧୁଙ୍କ ସହ ଫେରୁଥିବାବେଳେ ଅଭିଯୁକ୍ତମାନେ ଦୁହିଁଙ୍କୁ ଅଟକାଇଥିଲେ। ସେମାନେ ଛାତ୍ରୀଙ୍କୁ ବଳାତ୍କାର କରିବା ସହ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିକ୍ଷୋଭ ବଢ଼ିବା ପରେ ଜାତୀୟ ଗଣମାଧ୍ୟମରେ ଏହା ଶିରୋନାମା ମଣ୍ଡନ କରିଥିଲା। ଫଳରେ ପୋଲିସ ଉପରେ ଚାପ ବଢ଼ିଥିଲା ଓ କର୍ନାଟକ ପୋଲିସ ମହାନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ଙ୍କ ନେତୃତ୍ୱରେ ତଦନ୍ତ ଚାଲିଲା। ଶନିବାର ଏହି ମାମଲାରେ ତାମିଲନାଡୁର ତିରୁପୁରରୁ ଗିରଫ ହୋଇଥିବା ୫ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ କହିଛି।
ତେବେ କେବଳ ରାଞ୍ଚତ୍ କି ମହୀଶୂର ନୁହେଁ, ଭାରତର ବିଭିନ୍ନ ଭାଗରେ ପ୍ରତ୍ୟହ ଏଭଳି ଘୃଣ୍ୟ ଅପରାଧର ଅନେକ ଚାଞ୍ଚଲ୍ୟକର ଘଟଣା ଘଟୁଛି। କିଛି ସାମ୍ନାକୁ ଆସୁଛି ତ ଆଉ କେତେକ ଅପରାଧ ଲୋକଲଜ୍ଜା ଭୟରେ ପଦାକୁ ଆସିପାରୁ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଦୁନିଆ ଦେଖି ନ ଥିବା କୋମଳମତି ଶିଶୁଙ୍କ ଭିତରେ ଏଭଳି ଅପରାଧ ପ୍ରବଣତା କାହିଁକି ବଢ଼ୁଛି। ବିଶେଷଜ୍ଞ ଓ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ବର୍ତ୍ତମାନ କୌଣସି ବୟସର ନାରୀ ସୁରକ୍ଷିତ ନାହାନ୍ତି। ଶିଶୁ କନ୍ୟା ହୁଅନ୍ତୁ କି ଛାତ୍ରୀ ଅଥବା ଯୁବତୀ ବଳାତ୍କାରର ଶିକାର ହେଉଛନ୍ତି। ଏପରି କି ନବଜାତକମାନଙ୍କ ପ୍ରତି ମଧ୍ୟ ଯୌନ ଅପରାଧ ବୃଦ୍ଧି ପାଉଛି। ପୂର୍ବରୁ କେବଳ ପ୍ରାପ୍ତବୟସ୍କମାନେ ଯୌନ ଅପରାଧରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଥିଲା। ଏବେ ଏହି ଟ୍ରେଣ୍ଡ୍‌ ଧାରା ସ୍ବଳ୍ପବୟସ୍କ ପିଲାଙ୍କ ମଧ୍ୟରେ ବଢ଼ୁଥିବା ଅଭିଯୋଗ ହେଉଛି। ଅର୍ଥାତ୍‌ କେବଳ ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବାରେ ବ୍ୟବସ୍ଥା ବିଫଳ ହୋଇଛି ତାହା ନୁହେଁ, ମାନସିକ ଅପରିପକ୍ୱ କିଶୋରମାନଙ୍କୁ ମଧ୍ୟ ଖରାପ କାମ କରିବାରୁ ନିବୃତ୍ତ କରିପାରୁ ନାହିଁ। ଏଥିପାଇଁ କେତେବେଳେ ପାଶ୍ଚାତ୍ୟ ସଂସ୍କୃତିକୁ ଦାୟୀ କରାଯାଉଛି ତ ଆଉ କେବେ ମୋବାଇଲ ଇଣ୍ଟରନେଟର ବହୁଳ ବ୍ୟବହାରକୁ ଦୋଷ ଦିଆଯାଉଛି। ତେବେ ସ୍ବଳ୍ପବୟସ୍କ ପିଲାଙ୍କୁ ମଧ୍ୟ କାଉନ୍‌ସେଲିଂ କରି ସଚେତନ କରାଗଲେ ଏହି ଧାରାରେ ବ୍ରେକ୍‌ ଲଗାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

କିଶୋରଙ୍କ ମଧ୍ୟରେ ବଢ଼ୁଛି ଅପରାଧ ପ୍ରବଣତା

୨୦୧୨ ଡିସେମ୍ବର ୧୬ରେ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ୨୦୨୧ ଜାନୁୟାରୀ ୨ରେ ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ଜଣେ ୩ ବର୍ଷୀୟା କନ୍ୟା ଘର ପାଖରେ ଖେଳୁଥିବାବେଳେ ତାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ମାମଲାରେ ଧରାପଡ଼ିଥିବା ତିନିଜଣ ଅଭିଯୁକ୍ତଙ୍କ ବୟସ ହେଉଛି ୧୧ ବର୍ଷରୁ କମ୍‌।
ଏବେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ରେ ଜଣେ ନାବାଳିକାଙ୍କୁ ୭ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଶରେ କିଶୋରଙ୍କ ମଧ୍ୟରେ ନାବାଳିକାଙ୍କ ପ୍ରତି ଯୌନ ଅପରାଧର ଟ୍ରେଣ୍ଡ୍‌ ବଢ଼ୁଥିବା ଦର୍ଶାଉଛି। ପ୍ରକାଶ ଯେ, ଓଡ଼ିଶାର ବ୍ରହ୍ମପୁରରେ ଗତ ଫେବୃୟାରୀ ମାସରେ ଜଣେ ୧୦ ବର୍ଷୀୟା ଦଳିତ ନାବାଳିକାଙ୍କ ଘରେ ପଶି ୩ ଜଣ ନାବାଳକ ଗଣବଳାତ୍କାର ।କରିଥିଲେ। ଏହାର ୪ ମାସ ପରେ ଅର୍ଥାତ୍‌ ଜୁନ୍‌ ୧୨ରେ ନୟାଗଡ଼ ଜିଲା ଗୋଠପାଟଣା ଅଞ୍ଚଳରେ ଜଣେ ୬ ବର୍ଷୀୟା ଝିଅଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏଥିରେ ମଧ୍ୟ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ଗତବର୍ଷ ଜୁଲାଇ ମାସରେ ନୟାଗଡ଼ର ବହୁଚର୍ଚ୍ଚିତ ପରୀ ନିଖୋଜ ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା। ପରୀଙ୍କୁ ଅପହରଣ ଓ ହତ୍ୟା କରିଥିବା ଅଭିଯୁକ୍ତ ଜଣେ ନାବାଳକ ବୋଲି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ସ୍ପଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri