Posted inଖେଳ

ଭାରତକୁ ୩ ପଦକ

ଟୋକିଓ,୩୦।୮: ଜାତୀୟ କ୍ରୀଡ଼ା ଦିବସରେ ଟୋକିଓ ପାରାଲିମ୍ପିକ୍ସରେ ଭାରତର ୩ଜଣ ଖେଳାଳି ପଦକ ଜିତି ଦେଶକୁ ଉପହାର ପ୍ରଦାନ କରିଛନ୍ତି। ଦୁଇ ଜଣ ଆଥ୍‌ଲେଟ ରୌପ୍ୟ ଓ ଜଣେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ରବିବାର ମହିଳା ପାରା ଟେବୁଲ ଟେନିସ ଖେଳାଳି ଭାବିନାବେନ ପଟେଲ ଓ ପୁରୁଷ ହାଇଜମ୍ପର ନିଷାଦ କୁମାର ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ବିନୋଦ କୁମାର ଡିସ୍‌କସ୍‌ ଥ୍ରୋ’ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପାରାଲିମ୍ପିକ୍ସର ଏହି ୧୬ତମ ସଂସ୍କରଣରେ ଗୋଟିଏ ଦିନରେ ଭାରତର ଆଥ୍‌ଲେଟମାନେ ୩ଟି ପଦକ ହାସଲ କରିଛନ୍ତି। ଅପରପକ୍ଷରେ ବିନୋଦଙ୍କ ଡିଜାବିଲିଟି କ୍ଲାସିଫିକେଶନକୁ ନେଇ ଅଭିଯୋଗ ହେବା ପରେ ତାଙ୍କର ବ୍ରୋଞ୍ଜ ପଦକ ଫଳାଫଳକୁ ସ୍ଥଗିତ ରଖାଯାଇଛି। କେଉଁ କାରଣରୁ ତାଙ୍କ କ୍ଲାସିଫିକେଶନକୁ ନେଇ ଅଭିଯୋଗ କରାଯାଇଛି ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଇଭେଣ୍ଟର ଫଳାଫଳକୁ ନେଇ ତର୍ଜମା କରାଯାଉଛି। ଭିକ୍ଟ୍ରି ସେରିମନିକୁ ମଧ୍ୟ ଏଥିପାଇଁ ସୋମବାର ସନ୍ଧ୍ୟା ସେସନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ତେବେ ବିନୋଦଙ୍କ ବ୍ରୋଞ୍ଜ ପଦକ କାଏମ ରହିବ ବୋଲି ଭାରତ ଚିଫ୍‌ ଡି ମିଶନ ଗୁରଶରନ ସିଂ କହିଛନ୍ତି।
ଗୁଜରାଟର ଭାବିନାବେନ ମହିଳା ସିଙ୍ଗଲ୍ସ ଟେବୁଲ ଟେନିସ କ୍ଲାସ୍‌ ୪ ଫାଇନାଲରେ ୦-୩ରେ ଚାଇନାର ୟିଙ୍ଗ୍‌ ଝୋଉଙ୍କଠାରୁ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ୩୪ ବର୍ଷୀୟ ଭାବିନାବେନ ଏଥିସହ ଭାରତର ଦ୍ୱିତୀୟ ମହିଳା ଭାବେ ପାରାଲିମ୍ପିକ୍ସରେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ସାରା ଟୁର୍ନାମେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ସେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଫାଇନାଲରେ ଏହି ସଫଳତା ଦୋହରାଇ ପାରି ନ ଥିଲେ। ତେବେ ସେ ଫାଇନାଲରେ ଝୋଉଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଓ ୭-୧୧, ୫- ୧୧, ୬- ୧୧ରେ ପରାସ୍ତ ହୋଇଥିଲେ। ବିଜୟୀ ହେବାକୁ ଝୋଉଙ୍କୁ ମାତ୍ର ୧୯ ମିନିଟ୍‌ ସମୟ ଆବଶ୍ୟକ ହୋଇଥିଲା। ଭାବିନାବେନଙ୍କ ରୌପ୍ୟ ସହ ଟୋକିଓ ପାରାଲିମ୍ପିକ୍ସରେ ଭାରତ ଖାତା ଖୋଲିଛି। ପୂର୍ବରୁ ଦୀପା ମଲିକ ପ୍ରଥମ ଭାରତୀୟ ମହିଳା ଭାବେ ପାରାଲିମ୍ପିକ୍ସରେ ପଦକ ହାସଲ କରିଥିଲେ। ସେ ୫ ବର୍ଷ ତଳେ ରିଓ ପାରାଲିମ୍ପିକ୍ସରେ ଶଟ୍‌ପୁଟ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଏବେ ଦୀପା ପାରାଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ହ୍ବିଲଚେୟାର ଖେଳାଳି ଭାବିନାବେନ ଚଳିତ ସପ୍ତାହରେ ତାଙ୍କ ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଝୋଉଙ୍କଠାରୁ ପରାସ୍ତ ହୋଇଥିଲେ।

ହାଇଜମ୍ପରେ ନିଷାଦଙ୍କୁ ରୌପ୍ୟ

ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ଦ୍ୱିତୀୟ ପଦକ ଜିତିଛନ୍ତି ପୁରୁଷ ହାଇଜମ୍ପର ନିଷାଦ କୁମାର। ସେ ଟି୪୭ ଇଭେଣ୍ଟରେ ଏସିଆନ ରେକର୍ଡ ସୃଷ୍ଟି କରିବା ସହ ରୌପ୍ୟ ପଦକ ଜିତିଛନ୍ତି। ୨୧ ବର୍ଷୀୟ ନିଷାଦ ୨.୦୬ ମିଟର ଡେଇଁ ଏହି ସଫଳତା ହାସଲ କରିଛନ୍ତି। ନିଷାଦଙ୍କ ସହ ଆମେରିକାର ଡଲାସ ଓ୍ବାଇଜ୍‌ଙ୍କୁ ମଧ୍ୟ ଏହି ଇଭେଣ୍ଟରେ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଉଭୟ ଖେଳାଳି ସମାନ ୨.୦୬ ମିଟର ଉଚ୍ଚ ଡେଇଁଥିଲେ। ଫଳରେ ଦୁଇଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଅନ୍ୟତମ ଆମେରିକୀୟ ଖେଳାଳି ରୋଡେରିକ ଟାଉନସେଣ୍ଡ ୨.୧୫ ମିଟର ଡେଇଁ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ରାମ ପାଲ ୧.୯୪ ମିଟର ଡେଇଁ ପଞ୍ଚମ ସ୍ଥାନରେ ରହିଥିଲେ।
ହିମାଚଳ ପ୍ରଦେଶର ଉନାରୁ ଆସିଥିବା ନିଷାଦ ୮ ବର୍ଷରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଓ ଡାହାଣ ହାତ ହରାଇଥିଲେ। ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଟ୍ରେନିଂ ନେଉଥିବା ବେଳେ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଗତବର୍ଷ ସେ ଦୁବାଇରେ ଅନୁଷ୍ଠିତ ଫାଜା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଗ୍ରାଁପ୍ରିରେ ପୁରୁଷ ହାଇଜମ୍ପ ଟି୪୬/୪୭ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୦୯ରୁ ସେ ପାରା ଆଥ୍‌ଲେଟିକ୍ସରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲେ। ଭାବିନାବେନଙ୍କ ପରେ ନିଷାଦ ଦେଶ ପାଇଁ ଦ୍ୱିତୀୟ ପଦକ ହାସଲ କରିଛନ୍ତି।

ଡିସ୍‌କସ୍‌ରେ ବିନୋଦ ଜିତିଲେ ବ୍ରୋଞ୍ଜ

ଟୋକିଓ ପାରାଲିମ୍ପିକ୍ସରେ ବିନୋଦ କୁମାର ଡିସ୍‌କସ୍‌ ଥ୍ରୋରେ ଭାରତ ପାଇଁ ତୃତୀୟ ପଦକ ହାସଲ କରିଛନ୍ତି। ସେ ରବିବାର ପୁରୁଷ ଏଫ୍‌୫୨ ଇଭେଣ୍ଟରେ ଏସୀୟ ରେକର୍ଡ ସୃଷ୍ଟି କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ରେ କାର୍ଯ୍ୟ କରୁଥିବା ୪୧ ବର୍ଷୀୟ ବିନୋଦଙ୍କ ପିତା ୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧରେ ଲଢ଼ିଥିଲେ। ସେ ୧୯.୯୧ମିଟର ଡିସ୍‌କସ୍‌ ଥ୍ରୋ କରି ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ପୋଲାଣ୍ଡର ପିଓଟର କୋସଓ୍ବେିଜ୍‌ ୨୦.୦୨ ମିଟର ଫିଙ୍ଗି ସ୍ବର୍ଣ୍ଣ ଓ କ୍ରୋଏସିଆର ଭେଲିମିର ସାଣ୍ଡୋର ୧୯.୯୮ ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି।
ବିନୋଦଙ୍କ କାହାଣୀ ମଧ୍ୟ କମ୍‌ ରୋଚକ ଦୁଃଖଦ ନୁହଁ। ବିଏସ୍‌ଏଫ୍‌ରେ ଯୋଗଦେବା ପରେ ସେ ଲେହର ଏକ ଘାଟିରୁ ଖସି ପଡ଼ିଥିଲେ ଓ ଦୀର୍ଘ ଏକ ଦଶନ୍ଧି ଧରି ଶଯ୍ୟାଶାୟୀ ହୋଇଥିଲେ। ଏହି ସମୟରେ ସେ ମାତା ଓ ପିତାଙ୍କୁ ହରାଇଥିଲେ। ଯେଉଁ ଆଥ୍‌ଲେଟଙ୍କର ମାଂସପେଶୀଜନିତ ଦୁର୍ବଳତା, ଗତି କରିବାର ଅକ୍ଷମତା, ଦୁଇ ଗୋଡ଼ ମଧ୍ୟରେ ଅସମାନତା ଥାଏ ଓ ଯେଉଁମାନେ ବସିବା ଅବସ୍ଥାରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥାନ୍ତି ସେମାନଙ୍କୁ ଏଫ୍‌୫୨ ବର୍ଗରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥାଏ। ସରଭିକାଲ କର୍ଡ, ସ୍ପାଇନାଲ କର୍ଡ ଇଞ୍ଜୁରି, ଆମ୍ପୁଟେଶନ ଓ ଫଙ୍କସ୍‌ନାଲ ଡିସଅର୍ଡର ଥିବା ଆଥ୍‌ଲେଟମାନେ ମଧ୍ୟ ଏହି ବର୍ଗରେ ଭାଗ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri