୮୦ଦିନ ଧରି ମହିଳାଙ୍କୁ ବଳାତ୍କାର

ଜଳେଶ୍ୱର, ୭ା୫(ଡି.ଏନ.ଏ.): ଶାଶୁଘର ଲୋକଙ୍କ ଚକ୍ରାନ୍ତରେ ଫଶିଯାଇଛନ୍ତି ଜଣେ ମହିଳା। ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ତାନ୍ତ୍ରିକଙ୍କ ଦ୍ୱାରା ମହିଳାଙ୍କୁ ଅପହରଣ କରାଯାଇ ଏକ ପରିତ୍ୟକ୍ତ ଘରେ ୮୦ ଦିନ ଧରି ବଳାତ୍କାର କରାଯିବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ମହିଳା ରାଇବଣିଆ ଥାନା ଅଞ୍ଚଳରେ ୪ବର୍ଷ ପୂର୍ବେ ବିବାହ କରିଥିଲେ। ମହିଳାଙ୍କ ସ୍ବାମୀ ଅନ୍ୟତ୍ର ଏକ ଦୋକାନ କରି ସେଠାରେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ବିବାହର ୬ମାସ ପରେ ଅଧିକ ଯୌତୁକ ଦାବିରେ ଶାଶୁଘର ପକ୍ଷରୁ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ତାଙ୍କ ଶାଶୁ ଚକ୍ରାନ୍ତ କରି ପୁଅ-ବୋହୂ ମଧ୍ୟରେ ସୁସମ୍ପର୍କ ସ୍ଥାପନର ପ୍ରତିଶ୍ରୁତି ଦେଇ ଭୋଗରାଇ ଥାନା କଖଡ଼ା ପଞ୍ଚାୟତର ଏକ ମୁସଲମାନ ବସ୍ତିକୁ ନେଇଯାଇଥିଲେ। ସେଠାରେ ତାନ୍ତ୍ରିକ ସେକ୍‌ ସରାଫ କେତେକ ପୂଜାର୍ଚ୍ଚନା କରିବା ସହିତ ଶାଶୁ ଓ ଅଢେଇବର୍ଷର ଶିଶୁପୁତ୍ର ଆଗରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଶାଶୁ ବୁଝାଇଶୁଝାଇ ମହିଳାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। କିଛି ଦିନ ପରେ ଶାଶୁ ଚାକିରି କରାଇଦେବାର ବାହାନାରେ ବୋହୂଙ୍କୁ ବାପଘରୁ ଡକାଇ ଆଣିଥିଲେ। ପୂର୍ବରୁ ବାଟରେ ପ୍ରସ୍ତୁତ ହୋଇ ରହିଥିବା ତାନ୍ତ୍ରିକଜଣକ ମହିଳା ଓ ତାଙ୍କ ଅଢେଇ ବର୍ଷର ପୁଅକୁ ଅପହରଣ କରିନେଇ ମୋରଡା ଥାନା ବଇଞ୍ଚାଡିହା ଗ୍ରାମର ଏକ ପରିତ୍ୟକ୍ତ ଘରେ ତାଲା ମାରି ରଖିଥିଲେ। ୮୦ଦିନ ଧରି ତାନ୍ତ୍ରିକ ଜଣକ ସେଠାରେ ମହିଳାଙ୍କୁ ବଳାତ୍କାର କରିଥିଲେ। ଘଟଣା ପ୍ରକାଶ କଲେ ପୁଅକୁ ହତ୍ୟା କରିଦେବାକୁ ତାନ୍ତ୍ରିକ ବାରମ୍ବାର ଧମକ ଦେଉଥିବାରୁ ମହିଳାଜଣକ ବାଧ୍ୟ ହୋଇ ଚୁପ୍‌ ରହିଥିଲେ। ମାତ୍ର ତାନ୍ତ୍ରିକଜଣକ ଭୁଲକ୍ରମେ ମୋବାଇଲ ଛାଡିଯାଇଥିବାରୁ ମହିଳାଜଣକ ଫୋନ କରି ତାଙ୍କ ବାପ ଘରକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ମହିଳାଜଣକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ ବାପଘର ପକ୍ଷରୁ ପୂର୍ବରୁ ଜଳେଶ୍ୱର ଥାନା ଓ ଏସ୍‌ଡିପିଓଙ୍କୁ ଦିଆଯାଇଥିଲା ା ମୋରଡା ଥାନା ପୋଲିସ ବନ୍ଦ କୋଠରୀରୁ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରି ଜଳେଶ୍ୱର ଥାନାକୁ ପଠାଇଛି ା ଜଳେଶ୍ୱର ଥାନାରେ ଏନେଇ ଏକ ମାମଲା(ନଂ.୧୬୯/୨୨) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri