ଗଣବଳାତ୍କାର: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ଯାଜପୁର ରୋଡ୍‌,୧୭।୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ଯାଜପୁରରୋଡ୍‌ ଅତିରିକ୍ତ ଜିଲା ଦୌରାଜଜ୍‌ ମାନସ କୁମାର ପଣ୍ଡା ଶନିବାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହେରାଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବିଚାରପତି ୧୦ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାରକରି ଏହି ଦଣ୍ଡାଦେଶ ହେବା ସହ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୧ା୪ା୨୦୧୯ରେ ସବ୍ୟସାଚୀ ସୁକିନ୍ଦା ଥାନା ପାଟପୁର ଛକରେ ଏକ ବୋଲେରୋ ରଖି ରାସ୍ତାକଡ଼ ପାନଦୋକାନକୁ ଗୁଟ୍‌ଖା ଆଣିବାକୁ ଯାଇଥିଲେ। ହେଲେ ଦୋକାନରେ ମାଲିକ ନ ଥିବାବେଳେ ତାଙ୍କ ଝିଅ ବେପାର ସମ୍ଭାଳୁଥିଲେ। ଯୁବତୀ ଜଣକ ଗୁଟ୍‌ଖା ଦେବାକୁ ହାତ ବଢ଼ାଇବାବେଳେ ତାଙ୍କୁ ସବ୍ୟସାଚୀ ଘୋଷାରି ଆଣି ବୋଲେରୋରେ ଜବରଦସ୍ତ ବସାଇଥିଲେ। ବିଭିନ୍ନ ସ୍ଥାନ ବୁଲେଇ ବୁଲେଇ ଶେଷରେ ଯାଜପୁରରୋଡ୍‌ ଥାନା ଧବଳଗିରିସ୍ଥିତ ଏକ ଘରୋଇ ଆଇଟିଆଇ ସେଣ୍ଟରରେ ରଖି ସେ ଏବଂ ତାଙ୍କ ସହଯୋଗୀ ଗଣବଳାତ୍କାର କରିଥିଲେ। ଏନେଇ ଯୁବତୀଙ୍କ ବାପାଙ୍କ ଅଭିଯୋଗ ମୁତାବକ ସୁକିନ୍ଦା ଥାନାରେ ଆଇପିସି ଦଫା ୩୭୬ (ଡି), ୩୬୬ ଅନୁଯାୟୀ ୧୧୭/୨୦୧୯ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକ ଏହି ମାମଲାର ତଦନ୍ତ କରିଥିଲେ। ଉକ୍ତ ମାମଲାକୁ ଯାଜପୁର ରୋଡ୍‌ ଅଦାଲତର ସରକାରୀ ଓକିଲ ରଜତ କୁମାର ରାଉତ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ

ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍‌ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି।...

ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ...

ଝାଡାବାନ୍ତିରେ ୧୫୧ ଆକ୍ରାନ୍ତ

ଦେଓଗାଁ,୧୫।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ଗୁରୁବାର ସନ୍ଧ୍ୟାରୁ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁର ଡଲି ମାହାକୁର (୨୧)...

କଣ୍ଟାବାଞ୍ଜିରେ ସ୍ଥିତି ଅନୁଧ୍ୟାନ କଲେ ବଲାଙ୍ଗୀର ଏସ୍‌ପି

କଣ୍ଟାବାଞ୍ଜି, ୨୦।୪(ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍‌ ଡାଉନ ରଖା ଯାଇଛି। ହେଲେ ଏହା ଠିକ୍‌ ଠାକ୍‌ ଭାବେ ପାଳନ ହେଉଛି...

ଓଡ଼ିିଶା ସୀମାରୁ ହଟିଲା ଝାଡ଼ଖଣ୍ଡ ପୋଲିସ

ବଡବିଲ, ୧ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଝାଡଖଣ୍ଡ ରାଜ୍ୟ ସୀମାରେଖାକୁ ଲାଗି ରହିଛି। ରାଜ୍ୟର ବଡବିଲ ପୌରାଞ୍ଚଳର ୱାର୍ଡ ନଂ.୧ସ୍ଥିତ ନାଲଦା ଅଞ୍ଚଳ ଭିତରକୁ ସୋମବାର...

ଉତ୍ତରାଖଣ୍ଡରେ ଫସିଛନ୍ତି ୨୪ ଛାତ୍ରୀଛାତ୍ର, ଫେରାଇ ଆଣିବା ପାଇଁ ସରକାରଙ୍କୁ ପରିବାର ଲୋକଙ୍କ ନିବେଦନ

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ବାରୁଅସ୍ଥିତ ଜବାହାରଲାଲ କେନ୍ଦ୍ରୀୟ ବିଦ୍ୟାଳୟର ରାଜନଗର, ରାଜକନିକା, ଆଳି ବ୍ଲକର ୨୪ ଜଣ ଛାତ୍ରୀଛାତ୍ର ମାଇଗ୍ରେସନ ପାଠ ପଢ଼ିବା ପାଇଁ...

ନୟାହାଟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ

ଚାନ୍ଦବାଲି, ୨୦।୯ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ନୟାହାଟ ଗଁାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ...

ପ୍ରସୂତିଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ସରପଞ୍ଚ, ସାଧାରଣରେ ପ୍ରଶଂସା

ମାଲକାନଗିରି, ୨୩ା୬(ଡି.ଏନ.ଏ.): ମାଲକାନଗିରି ଜିଲାର ଜଣେ ଯୁବ ସରପଞ୍ଚ ନନ୍ଦ କୁମାର ଆଜମେରା । ଜଣେ ପ୍ରସୂତି ମହିଳାଙ୍କୁ ଶନିବାର ରକ୍ତଦାନ କରି ସେ ମୃତ୍ୟୁମୁଖରୁ...

Advertisement
Archives

Model This Week