Posted inଖେଳ

ଅଲିମ୍ପିକ୍ସ ଆର୍ଚେରି ଚୟନ ଶିବିରକୁ ରଞ୍ଜିତ ମନୋନୀତ

ଭୁବନେଶ୍ୱର,୨୪।୧୧: ଅନ୍ତର୍ଜାତୀୟ ତୀରନ୍ଦାଜ ରଞ୍ଜିତ ନାଏକ ୨୦୨୦ ଟୋକିଓ ଅଲିମ୍ପିକ୍ସ ଚୟନ ଶିବିରକୁ ମନୋନୀତ ହୋଇଛନ୍ତି। ଫଳରେ ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ଜେଆରଡି ଟାଟା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୋମବାରଠାରୁ ଆରମ୍ଭ ହୋଇଥିବା ଚୟନ ଶିବିରରେ ସେ ଯୋଗଦେଇଛନ୍ତି। ଏଥିରୁ ୪ଜଣ ରିକର୍ଭ ପୁରୁଷ ଓ ୪ ଜଣ ରିକର୍ଭ ମହିଳା ମନୋନୀତ ହୋଇ ପୁଣେସ୍ଥିତ ଏଏସ୍‌ଆଇଠାରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଯୋଗଦେବେ। କିସ୍‌ ଛାତ୍ର ରଞ୍ଜିତ ଓଡ଼ିଶାର ଏକମାତ୍ର ତୀରନ୍ଦାଜଭାବେ ଏହି ଶିବିରରେ ଯୋଗ ଦେଇଛନ୍ତି। ସର୍ବଦା କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ ଯୋଗାଇ ଆସୁଥିବା କିସ୍‌ ପ୍ରତିଷ୍ଠାତା ଏମ୍‌ପି ଅଚ୍ୟୁତ ସାମନ୍ତ ରଞ୍ଜିତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତା କାମନା କରିଛନ୍ତି। ରଞ୍ଜିତ ପୂର୍ବରୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ୟକ୍ତିଗତ ବର୍ଗରେ ରୌପ୍ୟ ଓ ଦଳଗତ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୫ରେ ସେ ସାଂଘାଇଠାରେ ଅନୁଷ୍ଠିତ ବିଶ୍ୱକପ୍‌ ଷ୍ଟେଜ୍‌-୧ ଓ ଷ୍ଟେଜ୍‌-୨ରେ ଅଂଶଗ୍ରହଣ କରିଥିବା ବେଳେ ୨୦୧୪ରେ ତାଇପେଠାରେ ଅନୁଷ୍ଠିତ ଏସୀୟ ଗ୍ରାଁ ପ୍ରି ଚାମ୍ପିୟନଶିପ୍‌, ୨୦୧୩ରେ ଚାଇନାର ଉକ୍ସିଠାରେ ଅନୁଷ୍ଠିତ ବିଶ୍ୱ ଯୁବ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ୨୦୧୩ରେ ଆସାମର କୋକ୍ରାଝରଠାରେ ଅନୁଷ୍ଠିତ କନିଷ୍ଠ ଜାତୀୟ ତୀରନ୍ଦାଜୀ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ, ୨୦୧୩-୧୪ରେ ସବ୍‌-ଜୁନିୟର ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜାମସେଦପୁରସ୍ଥିତ ଚୟନ ଶିବିରକୁ ତାଙ୍କ ସହ ପ୍ରଶିକ୍ଷକ ରାଜେଶ ହଁାସଦା ମଧ୍ୟ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri