ରାନୀ ହାତୀ ହେଲେ ଝାରସୁଗୁଡ଼ା ପୌରାଧ୍ୟକ୍ଷା

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥିନୀ ରାନୀ ହାତୀ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ପୌରାଧ୍ୟକ୍ଷା ହାତୀ ସମୁଦାୟ ୧୩,୮୨୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥୀ ତ୍ରିନାଥ ଗୁଆଲ ୮,୬୬୦ ଭୋଟ ପାଇଛନ୍ତି। ଫଳରେ ବିଜେଡି ପ୍ରାର୍ଥିନୀ ହାତୀ ୫,୧୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ୨୪ ଓ୍ବାର୍ଡ ମଧ୍ୟରୁ ବିଜେଡି ୨୧ ଓ ଭାଜପା ୩ କାଉନସିଲ୍‌ର ବିଜୟୀ ହୋଇଛନ୍ତି। ପୌର ପରିଷଦ ନିର୍ବାଚନରେ କଂଗ୍ରେସ ଦଳ ଖାତା ଖୋଲିପାରିନାହିଁ। ବିଜେଡିର ଜିତ୍‌ ପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଏସ୍‌ସିି କୋଟାରେ, ପଦୋନ୍ନତି ସାଧାରଣ ବର୍ଗରେ

ନବରଙ୍ଗପୁର,୧୨।୧(ବି.ପ୍ର.): ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ପାଇଲେ। ପଦୋନ୍ନତି ସମୟରେ ସାଧାରଣ ବର୍ଗର ସଂରକ୍ଷଣରେ ଫାଇଦା ନେଲେ। ଏହିଭଳି ଅଭିଯୋଗ ଆସିବା ପରେ ଜିଲା ଶିକ୍ଷା...

୭ ଦିନ ମଧ୍ୟରେ ଅନିୟମିତତାର ହେବ ତଦନ୍ତ: ଅନଶନରୁ ଓହରିଲା ସିପିଆଇ

ବନ୍ତ, ୧୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ସାମାଜିକ ସୁରକ୍ଷା ଆଦି ଯୋଜନାରେ ବିଭିନ୍ନ କାର୍ଯ୍ୟରେ...

ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ଦଶପଲ୍ଲା,୨୦ା୧(ଡି.ଏନ.ଏ.):ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଅଧିକାଂଶ ଗାଁରେ ଭଲ ରାସ୍ତାଟିଏ ନାହିଁ। ଫଳରେ ଜଣେ ରୋଗୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ...

୬୧ହଜାର ଟଙ୍କା ଜରିମାନା ଆଦାୟ କଲା ସିଏମ୍‌ସି

କଟକ ଅଫିସ,୮ା୪: କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ସହରର ବିଭିନ୍ନ ଦୋକାନରେ ଚଢାଉ କରି ୬୧ ହଜାର ଟଙ୍କା...

ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଶାଳ କାଠ ଜବତ: ଚୋରା କାଠ ବେପାରୀ ଫେରାର

ପାଟଣା,୨୧।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋରାସ ଗ୍ରାମ ଖମଣ ସାହିର ହୁଡ଼ିରେ ଥିବା ୨୪ଟି ମୂଲ୍ୟବାନ ଶାଳ ଗଛକୁ ଚୋରା କାଠ ବେପାରୀମାନେ କାଟି ନେଇଯିବାକୁ...

ଘରୁ ସାଇକେଲ ନେଇ ବାହାରି ଯାଇଥିଲେ ଦାଦା- ପୁତୁରା: ସକାଳୁ ମିଳିଲା ମୃତଦେହ

ରେଢ଼ାଖୋଲ,୧୫।୧୦(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ସହର ଉପକଣ୍ଠସ୍ଥ ଡିମିରିକୁଦା ଗ୍ରାମ ନିକଟରେ ହାତୀ ଦଳିଦେବାରୁ କାକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିମିରିକୁଦା ଗ୍ରାମର ଦୁଃଶାସନ...

ବୁଲାଗୋରୁଙ୍କ କବ୍‌ଜାରେ କଟକ-ଚାନ୍ଦବାଲି ରାସ୍ତା

ଆଳି,୧୨ା୫(ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ବିଭିନ୍ନ ଛକ ଏବେ ବୁଲାଗୋରୁଙ୍କ କବ୍‌ଜାରେ। ଏହି ଛକ ସ୍ଥାନଗୁଡିକରେ ମାଳମାଳ ବୁଲାଗୋରୁଙ୍କ ଅବାଧ ଚଳପ୍ରଚଳ ଯୋଗୁ ଗାଡି ଚାଳକମାନେ ଅସୁବିଧାର...

ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

Advertisement
Archives

Model This Week