Posted inଫୁରସତ

ରଙ୍ଗୋଲି…

ଭାରତୀୟ ପରମ୍ପରାରେ ରଙ୍ଗୋଲିର ମହତ୍ୱ ବହୁତ ରହିଛି। ହିନ୍ଦୁଧର୍ମରେ ଅଗଣା ଅବା ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରିବାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। ଏହା ଘରେ ସକାରାତ୍ମକ ପରିବେଶ ବି ସୃଷ୍ଟି କରିଥାଏ। ଯାହାଦ୍ୱାରା ମନ ପ୍ରସନ୍ନ ରହେ। ରଙ୍ଗୋଲିକୁ ‘ଅଳ୍ପନା’ ବି କୁହାଯାଏ। ଏହି ଶବ୍ଦ ସଂସ୍କୃତ ଶବ୍ଦ ‘ଓଲେମ୍ପନ’ରୁ ଉଦ୍ଧୃତ। ଓଲେମ୍ପନର ଅର୍ଥ ହେଉଛି ଲେପ କରିବା। ଏହା ଏକ ବହୁ ପ୍ରାଚୀନ ଲୋକକଳା। ମହେଞ୍ଜୋଦାରୋ ହରପ୍ପା ସଭ୍ୟତା ସମୟରେ ବି ଏହା ଥିବା ଜଣାପଡେ। କାରଣ ଅଳ୍ପନ ସହ ମେଳ ଖାଉଥିବା ଚିତ୍ର ସେହି ସଭ୍ୟତାର ଅବଶେଷରୁ ଉଦ୍ଧାର କରାଯାଇଛି। ପୂର୍ବେ ବିଶ୍ୱାସ କରାଯାଉଥିଲା ଯେ, ଯେଉଁ ଘର ଅବା ସହରରେ ସୁନ୍ଦର ଚିତ୍ର ଓ ରଙ୍ଗିନ ରଙ୍ଗୋଲି ତିଆରି ହୋଇଥାଏ ସେଠାରେ ସବୁବେଳେ ଖୁସିର ପରିବେଶ ରହେ। ଆଜି ବି ଏହି କଥାକୁ ବିଶ୍ୱାସ କରାଯାଏ ଏବଂ ଗାଁ ସହରରେ ଘର ବାହାରେ ରଙ୍ଗୋଲି କରାଯାଏ।

ନାମ ଅନେକ: ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗୋଲି କରାଯାଇଥାଏ। ଆଉ ପ୍ରତ୍ୟେକ ପ୍ରାନ୍ତରେ ଏହାର ନାଁ ଭିନ୍ନ ଭିନ୍ନ ରହିଥାଏ। ଉତ୍ତର ପ୍ରଦେଶରେ ଏହାକୁ ଚୌକ ପୁରନା କହାଯାଉଥିବାବେଳେ ରାଜସ୍ଥାନ, ଛତିଶଗଡ ଓ ଭାଲଓ୍ବାରେ ମାଣ୍ଡନା, ବିହାରରେ ଅରିପନ, ବଙ୍ଗଳାରେ ଅଳ୍ପନା, ମହାରାଷ୍ଟ୍ରରେ ରଙ୍ଗୋଲି, କର୍ନାଟକରେ ରଙ୍ଗଓ୍ବଲ୍ଲୀ, ତାମିଲନାଡୁରେ କୋଲମ, ଉତ୍ତରାଞ୍ଚଳରେ ଐପଣ, ଆନ୍ଧ୍ରପ୍ରଦେଶରେ ମୁଗୁ ବା ମୁଗୁଲୁ, ହିମାଚଳ ପ୍ରଦେଶରେ ଅଦୁପନା ଓ କେରଳରେ କୋଲମ କୁହାଯାଏ।

ରଙ୍ଗୋଲିର ବୈଜ୍ଞାନିକ ମହତ୍ୱ: ରଙ୍ଗୋଲିର ମହତ୍ୱ କେବଳ ସାଜସଜ୍ଜା ବା ଧାର୍ମିକ ସ୍ତରରେ ସିମିତ ନୁହେଁ, ବରଂ ବୈଜ୍ଞାନିକ ସ୍ତରରେ ବି ରହିଛି। ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ ରଙ୍ଗ ମାନସିକ ସ୍ବାସ୍ଥ୍ୟ ପାଇଁ ମହୋଷଧି ପରି କାମ କରିଥାଏ। ରଙ୍ଗୋଲି କଲାବେଳେ ବେଶ୍‌ ସକାରାତ୍ମକ ଅନୁଭବ ହୁଏ। ଏହା ଅବସାଦ ଦୂର କରିଥାଏ। ରଙ୍ଗୋଲି ପକାଇବାବେଳେ ଆଙ୍ଗୁଳି ଓ ବୁଢା ଆଙ୍ଗୁଳି ମିଶି ଜ୍ଞାନ ମୁଦ୍ରା ହୋଇଥାଏ। ଯାହା ମସ୍ତିସ୍କକୁ ଉର୍ଜାବାନ ଓ ସକ୍ରିୟ କରିବା ସହ ବୌଦ୍ଧିକ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆକ୍ୟୁ ପ୍ରେସର୍‌ ପରି ମଧ୍ୟ ଏହି ମୁଦ୍ରା କାମ କରି ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୁଏ। ଏହା ଉଚ୍ଚ ରକ୍ତ ଚାପରୁ ବି ବଞ୍ଚାଏ ଏବଂ ମାନସିକ ଓ ଆତ୍ମିକ ଶାନ୍ତି ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri