ଦୀପିକାଙ୍କୁ ପ୍ରଶଂସା କଲେ ରଣବୀର

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ବାମୀ ରଣବୀର ପ୍ରଶଂସା କରିବା, ସମର୍ଥନ କରିବା ଆଦି ସୁଯୋଗକୁ ଆଦୌ ହାତଛଡ଼ା କରନ୍ତି ନାହିଁ। ରଣବୀର ସବୁାବେଳେ ନିଜ ଭଲପାଇବାକୁ ଖୋଲାଖୋଲି ଭାବେ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ଦୀପିକାଙ୍କୁ ସେ ଖୁବ୍‌ ପ୍ରଶଂସା କରିଥିଲେ।

ଉପସ୍ଥାପକ ଯେତେବେଳେ ରଣବୀରଙ୍କୁ ଦୀପିକାଙ୍କ ବିଷୟରେ ପଚାରିଥିଲେ, ସେ ଦୀପିକାଙ୍କୁ ୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଜୁରିରେ ଅନ୍ତର୍ଭୁକ୍ତ କରାଯିବା ବିଷୟରେ କିପରି ଅନୁଭବ କରିଥିଲେ ସେ ସମ୍ପର୍କରେ କହିଥିଲେ। ରଣବୀର ଏହି ପ୍ରଶ୍ନ ଶୁଣି ଖୁସିରେ ନାଚି ଉଠିଥିଲେ। ଏହା ପରେ ରଣବୀର କହିଥିଲେ, ପ୍ରକୃତରେ ମୁଁ ବହୁତ ଖୁସି ଯେ, ପ୍ରଶ୍ନ ଶୁଣିବା ମାତ୍ରେ ମୁଁ ଖୁସିରେ ନାଚି ଉଠୁଛି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବୁଛି ମୋ ନମ୍ବର କେବେ ଆସିବ? ଦୀପିକା ମୋତେ କେବେ ସେହି ସ୍ଥାନରେ ବସିବାକୁ ସୁଯୋଗ ଦେବେ।

କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ରୁ ୨୮ପର୍ଯ୍ୟନ୍ତ ଚାଲିବ। ୨୦୧୭ରୁ ଦୀପିକା ରେଡ୍‌ କାର୍ପେଟରେ ନିୟମିତ ସେଲିବ୍ରିଟି ରହିଆସିଛନ୍ତି। ଏଥର ସେ ପୂରା ୧୦ ଦିନ ପାଇଁ ଏହି କାର୍ପେଟରେ ନଜର ଆସିବେ। ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ପ୍ରତିଯୋଗିତା ଜୁରିର ଏକ ଅଂଶ। ଜୁରି ପ୍ୟାନେଲରେ ଫ୍ରାନ୍ସର ଅଭିନେତା ଭିନ୍ସେଣ୍ଟ ଲିଣ୍ଡନ, ଅଭିନେତା-ନିର୍ମାତା ରେବେକା ହଲ, ନୋମି ରାପେସ ଏବଂ ଇଟାଲୀୟ ଅଭିନେତା-ନିର୍ଦ୍ଦେଶକ ଜସ୍ମିନ ଟ୍ରିନକା, ଲଜ ଲି, ଜେଫ ନିକୋଲସ ଏବଂ ଜୋଚିମ ଟ୍ରାୟର୍‌ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈବାହିକ ଜୀବନର ଖୁସିରେ ରହିବା ପାଇଁ ଜୟା ବଚ୍ଚନ ନେଇଥିଲେ ଏମିତି ନିଷ୍ପତ୍ତି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଦମ୍ପତ୍ତି। ବିବାହର ଏବେ ବର୍ଷ ପରେ ଉଭୟ ନିଜ ସମ୍ପର୍କକୁ ମଜଭୁତ...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା

ଲକ୍ଷ୍ନୌ,୨୯।୧୨: ବଲିଉଡ୍‌ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍‌ କରିଛନ୍ତି।...

୨୦୨୩ରେ ରିଲଜ୍ ହେବ ସଲମାନଙ୍କ ଅଭିନୀତ ଫିଲ୍ମ ‘କଭି ଇଦ୍ କଭି ଦିୱାଲି’

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନଙ୍କ ଖାଁଙ୍କ ଅଭିନୀତ ଫିଲ୍ମ ‘କଭି ଇଦ କଭି ଦିୱାଲି’ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରିଲିଜ ହେବାକୁ ସମ୍ପୂର୍ଣ୍ଣ ଭାବେ...

ବଲିଉଡ୍‌କୁ ଆଉ ଏକ ଝଟ୍‌କା:ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କର ପରଲୋକ ଘଟିଛି। ସେ ଫୁସ୍‌ଫୁସ କ୍ୟାନସରରେ ଆକ୍ରାନ୍ତ ଥିଲେ। ନ୍ୟାସନାଲ ସ୍କୁଲ...

ଟିସର୍ଟର ଦାମ ୪୦ ହଜାର

ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ସବୁବେଳେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେତେବେଳେ ସେ ନିଜେ ତାଙ୍କ...

ଦୋହାରେ ପୋହାର ମଜା ନେଲେ ଆଲିଆ

ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍‌ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର...

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

ଦେଶୀ ଗର୍ଲଙ୍କୁ ୩୯…

ମୁମ୍ବାଇ,୧୮।୭: ବଲିଉଡ୍‌ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ରବିବାର ୩୯ ବର୍ଷ ପୂରଣ ହୋଇଛି। ସେ ୧୯୮୨ ଜୁଲାଇ ୧୮ରେ ଜାମସେଦ୍‌ପୁରରେ ଜନ୍ମ ଗ୍ରହଣ...

Advertisement
Archives

Model This Week