Posted inଜାତୀୟ

ବିବାଦୀୟ ବୟାନ ମାମଲାରେ କାରଣ ଦର୍ଶାଅ ନୋଟିସ ଦେଇଥିଲା ଭାଜପା, ଜବାବ ଦେବା ପାଇଁ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ରମେଶ ବିଧୁରୀ

ନୂଆଦିଲ୍ଲୀ,୨୫।୯: ଭାଜପା ଏମ୍‌ପି ରମେଶ ବିଧୁରୀ ଲୋକ ସଭାରେ ଦେଇଥିବା ବୟାନ ପରେ ରାଜନୀତି ତୀବ୍ର ହୋଇଛି। ବୟାନକୁ ନେଇ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ରମେଶ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯାହା ପରେ ରମେଶ ବିଧୁରୀ ସୋମବାର ଜେପି ନଡ୍ଡାଙ୍କୁ ଭେଟିବାକୁ ଭାଜପା ମୁଖ୍ୟାଳୟରେ ପହଞ୍ଚିଛନ୍ତି। ନୋଟିସରେ ପଚରାଯାଇଥିଲା ଯେ, ଅସଂସଦୀୟ ଭାଷା ବ୍ୟବହାର କରିବା ଉପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ କାହିଁକି?

ଏହାପୂର୍ବରୁ ବିଏସପି ଏମ୍‌ପି ଦାନିଶ ଅଲି ଲୋକ ସଭା ବାଚସ୍ପତି ଓମ ର୍ବିଲାଙ୍କୁ ରମେଶ ବିଧୁରୀଙ୍କ ବିରୋଧରେ ଏକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ ଚିଠିରେ ଲେଖିଛନ୍ତି, ବିଧୁରୀଙ୍କ ବିରୋଧରେ ନିୟମ ୨୨୨, ୨୨୬ ଏବଂ ୨୨୭ ଅନୁଯାୟୀ ନୋଟିସ ଦେବାକୁ ଚାହୁଁଛନ୍ତି। ସଂସଦରେ ଚନ୍ଦ୍ରୟାନ-୩ର ସଫଳତା ଉପରେ ଆଲୋଚନାରେ ସାମିଲ ହୋଇଥିବା ଦାନିଶ ଅଲିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯିବା ପରେ ଏହି ମାମଲା ଆରମ୍ଭ ହୋଇଥିଲା।

ରମେଶ ବିଧୁରୀଙ୍କ ବୟାନ ବିରୋଧରେ ବିରୋଧୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି ଏବଂ ସେମାନେ ବିଧୁରୀଙ୍କୁ ନିଲମ୍ବନ କରିବାକୁ ଦାବି କରୁଛନ୍ତି। ଏସପିର ରାଷ୍ଟ୍ରୀୟ ସଚିବ ଓମ ର୍ବିଲାଙ୍କୁ ରମେଶ ବିଧୁରୀଙ୍କ ବରଖାସ୍ତ ଦାବି କରିଛନ୍ତି। କେବଳ ଏତିକି ନୁହେଁ ତେଲଙ୍ଗାନାର ବିଆରଏସ ବିଧାନ ପରିଷଦ ସଦସ୍ୟ କେ. କବିତା ମଧ୍ୟ ଓମ ର୍ବିଲାଙ୍କୁ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ରମେଶ ବିଧୁରୀଙ୍କ ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ସଂସଦ ସ୍ବତନ୍ତ୍ର ଅଧିବେଶନରେ ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି। ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଆଲୋଚନା ଚାଲିଥିବାବେଳେ ଦକ୍ଷିଣ ଦିଲ୍ଲୀ ସଂସଦୀୟ ଆସନର ସଦସ୍ୟ ବିଧୁରୀ ଉତ୍ତର ପ୍ରଦେଶ ଦାନିସ ଅଲୀଙ୍କୁ ‘ମୁସଲମାନ ଆତଙ୍କବାଦୀ’ ଆଖ୍ୟା ଦେଇଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ବିବାଦୀୟ ସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri