ଆଗାମୀ ୪୦ ବର୍ଷ ଲାଗି ଯୋଜନା କରିଛନ୍ତି ରାମଦେବ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନୁଷ୍ଠାନ ପତଞ୍ଜଳି ଆଗାମୀ ୪୦ ବର୍ଷ ଲାଗି ଯୋଜାନା ପ୍ରସ୍ତୁତ କରିଛନ୍ତି। ସେହିପରି ଯୋଗଗୁରୁ ରାମଦେବ ପତଞ୍ଜଳି ଗ୍ରୁପ୍‌ର ୪କମ୍ପାନୀଙ୍କ ଆଇପିଓ ଆଣିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏହାଛଡା ୨୦୨୭ ପାଇଁ ପତଞ୍ଜଳି ବ୍ୟାପକ ଯୋଜନା ସହ ୫ ବର୍ଷରେ ୫ ବୃହତ୍‌ ଗୋଲ ମଧ୍ୟ ପୂରଣ କରିବ ବୋଲି ବାବା ରାମଦେବ ମତବ୍ୟକ୍ତ କରିଛନ୍ତି। ସେ ପୂର୍ବରୁ ଲିଷ୍ଟେଡ କମ୍ପାନୀ ପତଞ୍ଜଳି ଫୁଡସ୍‌ ଲିମିଟେଡ୍‌ ନେଇ ତାଙ୍କର ଆଗାମୀ ଯୋଜନାର ସୂଚନା ମଧ୍ୟ ଦେଇଛନ୍ତି। ବିଶେଷକରି ପାମ୍‌ ଅଏଲ ମାମଲାରେ କମ୍ପାନୀକୁ ଆତ୍ମନିର୍ଭର କରିବା ପାଇଁ ପତଞ୍ଜଳି ସମୂହ ୧୫ ଲକ୍ଷ ଏକରରୁ ଅଧିକ ଜମିରେ ପାମ୍‌ ଗଛ ଲଗାଇବ ବୋଲି ବାବା ରାମଦେବ ଘୋଷଣା କରିଛନ୍ତି। ଏହି ବୃକ୍ଷ ୧୧ ରାଜ୍ୟଙ୍କ ୫୫ ଜିଲାରେ ଲଗାଯିବା ସହ ପତଞ୍ଜଳିର ଦାବି କୌଣସି ଘରୋଇ କମ୍ପାନୀର ଭାରତରେ ଏହା ସବୁଠୁ ବଡ଼ ପାମ୍‌ ଚାଷ ହେବ। ଏଥିରୁ ୫ରୁ ୭ ବର୍ଷରେ ବାର୍ଷିକ ୨ ହାଜର କୋଟି ଟଙ୍କାର ରିଟର୍ନ ମିଳିବ ବୋଲି ରାମଦେବ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହିଭଳି ଥରେ ପାମ୍‌ ଗଛ ଲଗାଗଲେ ୪୦ ବର୍ଷ ପର୍ଯ୍ୟନ୍ତ ଆୟ ହେବ ବୋଲି ରାମଦେବ କହିଛନ୍ତି। ବୟାନରେ କମ୍ପାନୀ କହିଛି , ପାମ୍‌ ଅଏଲ ଭଳି ଖାଦ୍ୟ ତୈଳରେ କେବଳ କମ୍ପାନୀ ନୁହେଁ ଭାରତ ମଧ୍ୟ ଆତ୍ମନିର୍ଭର ହୋଇପାରିବ। ପାମୋଲିନ ଆମଦାନୀ ଲାଗି ବୈଦେଶିକ ମୁଦ୍ରାଭଣ୍ଡାରରୁ ହେଉଥିବା ୩ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକିଯିବ। ଫଳରେ ଟଙ୍କାର ମୂଲ୍ୟ ମଧ୍ୟ ବଢ଼ିବ। ଉଲ୍ଲେଖଯୋଗ୍ୟ,ଦେଶର ଖାଉଟି ବଜାରରେ ଖାଦ୍ୟ ତୈଳର ଦୁଇ କମ୍ପାନୀ ଆଦାନୀ ୱିଲମର ଓ ରାମଦେବଙ୍କ ପତଞ୍ଜଳି ଫୁଡସ୍‌ ମଧ୍ୟରେ ମୁହଁ।ମୁହିଁ ମୁକାବିଲା ହେଉଛି। କେମିତି ବି କେଉଁ ରାସ୍ତାରେ ଏହି ଦୁଇ କମ୍ପାନୀ ଲୋକଙ୍କ ରୋଷେଇଶାଳରେ ପହଞ୍ଚି ଯାଉଛନ୍ତି। ଉଭୟ କମ୍ପାନୀ ମଧ୍ୟ ଶେୟାର ମାର୍କେଟରେ ପଞ୍ଜୀକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri